इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୧

ଈଶ୍ୱର ଆମକୁ ଖୁସିରେ ରହିବା ପାଇଁ କିପରି ସାହାଯ୍ୟ କରନ୍ତି ?

ଈଶ୍ୱର ଆମକୁ ଖୁସିରେ ରହିବା ପାଇଁ କିପରି ସାହାଯ୍ୟ କରନ୍ତି ?

ଆମେ ସମସ୍ତେ ସବୁବେଳେ ଖୁସିରେ ରହିବା ପାଇଁ ଚାହୁଁ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରେନି । କାରଣ ଆମ ଜୀବନରେ ଅନେକ ସମସ୍ୟା ଆସିଥାଏ । ଏସବୁ ଦେଖି ହୁଏତ ଆମେ ଭାବିପାରୁ ଯେ ଜୀବନରେ ଏତେ ଦୁଃଖକଷ୍ଟ କାହିଁକି ଅଛି, କʼଣ ଏସବୁ କେବେ ଠିକ୍‌ ହେବ । ଏହାର ଉତ୍ତର ଈଶ୍ୱର ନିଜ ବାକ୍ୟ ବାଇବଲରେ ଦେଇଛନ୍ତି । a ତାʼସହ ଏଥିରେ କିଛି ଭଲ ପରାମର୍ଶ ମଧ୍ୟ ଦିଆଯାଇଛି । ଯେପରି, ଆମେ ନିଜ ପରିବାରକୁ ଖୁସିରେ କିପରି ରଖିପାରିବା ଏବଂ ଚିନ୍ତାଗୁଡ଼ିକର ସାମନା କିପରି କରିପାରିବା । କʼଣ ଆପଣ ଏବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚାହାନ୍ତି ?

୧. ଈଶ୍ୱର କେଉଁ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଛନ୍ତି ?

ଈଶ୍ୱର ବାଇବଲ ଜରିଆରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେପରି, ଆମକୁ କାହିଁକି ସୃଷ୍ଟି କରାଯାଇଛି ? ଭଲ ଲୋକଙ୍କ ସହ ଅନ୍ୟାୟ କାହିଁକି ହୁଏ ? ମୃତ୍ୟୁ ପରେ କʼଣ ହୁଏ ? କʼଣ ଭବିଷ୍ୟତରେ ଏହି ପୃଥିବୀର ବିନାଶ ହୋଇଯିବ ? ଅନେକ ଲୋକ ବାଇବଲରୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇଛନ୍ତି । ଈଶ୍ୱର ଚାହାନ୍ତି ଯେ ଆପଣ ମଧ୍ୟ ଏସବୁ ପ୍ରଶ୍ନର ଉତ୍ତର ପାଆନ୍ତୁ ।

୨. ପ୍ରତିଦିନର ଚିନ୍ତାଗୁଡ଼ିକର ସାମନା କରିବା ପାଇଁ ଈଶ୍ୱର କିପରି ଆମକୁ ସାହାଯ୍ୟ କରନ୍ତି ?

ଈଶ୍ୱର ବାଇବଲ ଜରିଆରେ ଆମକୁ ଅନେକ ଭଲ ପରାମର୍ଶ ଦେଇଛନ୍ତି । ଯେପରି, ଏଥିରେ କୁହାଯାଇଛି ଯେ ଆମେ ଚିନ୍ତାର ସାମନା କିପରି କରିପାରିବା, ପରିବାରରେ ଆମେ ସମସ୍ତେ ଖୁସିରେ କିପରି ରହିପାରିବା ଏବଂ କାମ ଜାଗାରେ ସମସ୍ୟା ଆସିଲେ ଆମେ କʼଣ କରିପାରିବା । ଏହି ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କଲେ ଆପଣ ନିଜେ ଜାଣିପାରିବେ ଯେ ବାଇବଲରେ ଯାହା ଲେଖା ହୋଇଛି, ତାହା ‘ଆମ ପାଇଁ ଉପକାରୀ ।’​—୨ ତୀମଥି ୩:୧୬.

ଏହି ବହି ପବିତ୍ର ଶାସ୍ତ୍ର ବାଇବଲ ନୁହେଁ । କିନ୍ତୁ ଏଥିରେ ବାଇବଲର ପଦଗୁଡ଼ିକ ଦିଆଯାଇଛି । ଏହି ବହି ପଢ଼ିବା ବେଳେ ଦିଆଯାଇଥିବା ସବୁ ପଦଗୁଡ଼ିକୁ ବାଇବଲରୁ ପଢ଼ନ୍ତୁ । ଏପରି କରିବା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣ ଯାହା ଶିଖୁଛନ୍ତି, ତାହା ବାଇବଲରୁ ହିଁ ଅଟେ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ କିଛି ଲୋକ ବାଇବଲରୁ କିପରି ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ପାଇଛନ୍ତି, ବାଇବଲ ପଢ଼ିଲେ ଆପଣଙ୍କୁ କʼଣ ଲାଭ ମିଳିପାରେ ଏବଂ ବାଇବଲକୁ ବୁଝିବା ପାଇଁ ଆପଣ କାହିଁକି ଅନ୍ୟମାନଙ୍କର ସାହାଯ୍ୟ ନେବା ଉଚିତ୍‌ ।

୩. ବାଇବଲ ଆମକୁ ସଠିକ୍‌ ବାଟ ଦେଖାଏ

ବାଇବଲ ଅନ୍ଧାର ରାତିରେ ରାସ୍ତା ଦେଖାଉଥିବା ଏକ ଟର୍ଚ୍ଚ ଭଳି ଅଟେ । ଏହା ସାହାଯ୍ୟରେ ଆମେ ସ୍ପଷ୍ଟ ଭାବେ ଦେଖିପାରୁ ଯେ ଆମେ ଜୀବନର କେଉଁ ବାଟରେ ଯିବା ଉଚିତ୍‌ । ତାʼସହ ଏହା ଆମକୁ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ମଧ୍ୟ ସାହାଯ୍ୟ କରେ ।

ଗୀତସଂହିତା ୧୧୯:୧୦୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ବାଇବଲକୁ କାହା ସହ ତୁଳନା କରାଯାଇଛି ?

  • ଆପଣ କʼଣ ଭାବନ୍ତି, କʼଣ ବାଇବଲ ଆପଣଙ୍କୁ ବି ସାହାଯ୍ୟ କରିପାରିବ ?

୪. ବାଇବଲରୁ ଆମକୁ ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ମିଳିପାରେ

ଅନେକ ବର୍ଷରୁ ଡରିସ୍‌ ନାମକ ଜଣେ ମହିଳାଙ୍କ ମନରେ କିଛି ପ୍ରଶ୍ନ ଥିଲା । ତାଙ୍କୁ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳୁ ନ ଥିଲା । କିନ୍ତୁ ବାଇବଲ ପଢ଼ି ତାଙ୍କୁ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିଲା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଡରିସ୍‌ଙ୍କ ମନରେ କେଉଁ ପ୍ରଶ୍ନ ଥିଲା ?

  • ବାଇବଲ ପଢ଼ିବା ଦ୍ୱାରା ତାଙ୍କୁ କʼଣ ଲାଭ ହେଲା ?

ଆମେ ପ୍ରଶ୍ନ ପଚାରିବା ଉଚିତ୍‌ । ମାଥିଉ ୭:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣଙ୍କୁ ଈଶ୍ୱରଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ସୁଯୋଗ ମିଳେ, ତାହେଲେ ଆପଣ ତାଙ୍କୁ କʼଣ ପଚାରିବେ ?

୫. ବାଇବଲ ପଢ଼ିଲେ ଆପଣ ବହୁତ କିଛି ଶିଖିପାରିବେ

ଅନେକ ଲୋକଙ୍କୁ ବାଇବଲ ପଢ଼ିବା ବହୁତ ଭଲ ଲାଗେ । ଆଉ ଏଥିରୁ ସେମାନଙ୍କୁ ଲାଭ ମଧ୍ୟ ହୋଇଛି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଏହି ଭିଡିଓରେ ଯେଉଁ ଯୁବକଯୁବତୀ ଅଛନ୍ତି, ସେମାନଙ୍କୁ ବହି ପଢ଼ିବା କିପରି ଲାଗୁଥିଲା ?

  • ସେମାନଙ୍କୁ ପଢ଼ିବା ପସନ୍ଦ ନ ଥିଲା, କିନ୍ତୁ ଏବେ ସେମାନଙ୍କୁ ବାଇବଲ ପଢ଼ିବା କାହିଁକି ଭଲ ଲାଗେ ?

ବାଇବଲରୁ ଆମେ ବହୁତ କିଛି ଶିଖିପାରୁ । ଏଥିରୁ ଆମକୁ ସାନ୍ତ୍ୱନା ଓ ଭବିଷ୍ୟତ ପାଇଁ ଏକ ଆଶା ମିଳେ । ରୋମୀୟ ୧୫:୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କʼଣ ଆପଣ ବାଇବଲରେ ଦିଆଯାଇଥିବା ସାନ୍ତ୍ୱନା ଓ ଆଶା ବିଷୟରେ ଜାଣିବାକୁ ଚାହାନ୍ତି ?

୬. ଅନ୍ୟମାନଙ୍କ ସାହାଯ୍ୟରେ ଆମେ ବାଇବଲକୁ ଆହୁରି ଭଲ ଭାବେ ବୁଝିପାରିବା

ଅନେକ ଲୋକ କୁହନ୍ତି ଯେ ଏକୁଟିଆ ବାଇବଲ ପଢ଼ିବା ସହ ଅନ୍ୟମାନଙ୍କର ସାହାଯ୍ୟ ନେଲେ ଆମେ ବାଇବଲକୁ ଆହୁରି ଭଲ ଭାବେ ବୁଝିପାରିବା । ପ୍ରେରିତ ୮:୨୬-୩୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ ବାଇବଲକୁ କିପରି ଭଲ ଭାବେ ବୁଝିପାରିବା ?​—ପଦ ୩୦ ଓ ୩୧ ଦେଖନ୍ତୁ ।

ଇଥିଓପିଆର ଜଣେ ବ୍ୟକ୍ତି ଅନ୍ୟର ସାହାଯ୍ୟ ନେଲେ, ଯାହାଫଳରେ ସେ ଶାସ୍ତ୍ରର ଅର୍ଥ ଭଲ ଭାବେ ବୁଝିପାରିଲେ । ଆଜି ମଧ୍ୟ ଅନେକ ଲୋକ ବାଇବଲକୁ ଭଲ ଭାବେ ବୁଝିବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତି

କିଛି ଲୋକ କହନ୍ତି: “ବାଇବଲ ପଢ଼ିଲେ କିଛି ଲାଭ ହୁଏନି ।”

  • ଆପଣ କʼଣ ଭାବନ୍ତି ଏବଂ କାହିଁକି ?

ଆମେ କʼଣ ଶିଖିଲୁ ?

ବାଇବଲ ସାହାଯ୍ୟରେ ଆମେ ଜାଣିପାରୁ ଯେ ଆମେ ଚିନ୍ତାର ସାମନା କିପରି କରିବା । ଏଥିରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦିଆଯାଇଛି । ଏହାକୁ ପଢ଼ିଲେ ଆମକୁ ସାନ୍ତ୍ୱନା ମିଳେ ଏବଂ ଭବିଷ୍ୟତ ପାଇଁ ଏକ ଆଶା ମିଳେ ।

ଆପଣ କʼଣ କହିବେ ?

  • ପ୍ରତିଦିନର ଚିନ୍ତାଗୁଡ଼ିକର ସାମନା କରିବା ପାଇଁ ଈଶ୍ୱର କିପରି ଆମକୁ ସାହାଯ୍ୟ କରନ୍ତି ?

  • ବାଇବଲରେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯାଇଛି ?

  • ଆପଣ ବାଇବଲରୁ କେଉଁ ବିଷୟରେ ଜାଣିବାକୁ ଚାହାନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ବାଇବଲର ପରାମର୍ଶକୁ ମାନିଲେ ଆପଣଙ୍କୁ କିପରି ଲାଭ ହୋଇପାରେ ।

“ବାଇବଲର ପରାମର୍ଶ​—ସବୁ ଯୁଗ ପାଇଁ” (ପ୍ରହରୀଦୁର୍ଗ-ହି ସଂ. ୧ ୨୦୧୮)

ଜଣେ ବ୍ୟକ୍ତି ଛୋଟବେଳୁ ହିଁ ବହୁତ ଦୁଃଖୀ ଓ ଡରି ଡରି ରହୁଥିଲେ । ଜାଣନ୍ତୁ ଯେ ବାଇବଲ ପଢ଼ିବା ଯୋଗୁଁ ସେ କିପରି ନିଜକୁ ସମ୍ଭାଳି ପାରିଲେ ।

ଗୋଟିଏ ନୂଆ ଜୀବନର ଆରମ୍ଭ (୨:୫୩)

ଜାଣନ୍ତୁ ଯେ ବାଇବଲରେ ପତି, ପତ୍ନୀ ଓ ପିଲାମାନଙ୍କ ପାଇଁ କʼଣ ପରାମର୍ଶ ଦିଆଯାଇଛି ।

“୧୨ଟି ଉପାୟ ଆପଣାନ୍ତୁ, ନିଜ ପରିବାରକୁ ସୁଖମୟ କରନ୍ତୁ” (ସଜାଗ ହୁଅ !-ହି ସଂ. ୨ ୨୦୧୮)

ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଈଶ୍ୱର ଏହି ଦୁନିଆକୁ ଚଳାଉଛନ୍ତି । ଜାଣନ୍ତୁ ଯେ ବାଇବଲ ଏବିଷୟରେ କʼଣ କହେ ।

ବାଇବଲ କାହିଁକି ଅଧ୍ୟୟନ କରିବା ?​—ପୂରା ଭିଡିଓ (୩:୧୪)

a ହୁଏତ ଆପଣ ଭାବୁଥିବେ, “ମୁଁ କିପରି ବିଶ୍ୱାସ କରିପାରିବି ଯେ ବାଇବଲରେ ଲେଖାଥିବା କଥା ଈଶ୍ୱରଙ୍କ ତରଫରୁ ଅଟେ ?” ଏହି ପ୍ରଶ୍ନର ଉତ୍ତର ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ନାମକ ବହିର ପାଠ ୦୫ରେ ଦିଆଯାଇଛି ।