इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୨

ସୁନ୍ଦର ଭବିଷ୍ୟତର ପ୍ରତିଜ୍ଞା

ସୁନ୍ଦର ଭବିଷ୍ୟତର ପ୍ରତିଜ୍ଞା

ଆମେ ଯେକୌଣସି ଜାଗାରେ ରହୁ ନା କାହିଁକି, ଆମ ସମସ୍ତଙ୍କୁ ଦୁଃଖକଷ୍ଟ ସହିବାକୁ ପଡ଼େ । ଏହା ଯୋଗୁଁ ଆମକୁ କଷ୍ଟ ହୋଇଥାଏ ଏବଂ ଅନେକ ଥର ଆମେ ନିରାଶ ହୋଇଯାଉ । ହୁଏତ ଆପଣ କୌଣସି ରୋଗ ଯୋଗୁଁ ଚିନ୍ତିତ ଥିବେ କିମ୍ବା ଆପଣଙ୍କ କୌଣସି ସାଙ୍ଗ କିମ୍ବା ପରିବାର ଲୋକଙ୍କ ମୃତ୍ୟୁ ହୋଇ ଯାଇଥିବ । ହୁଏତ ଆପଣ ଭାବୁଥିବେ, ‘କʼଣ ଏସବୁ କେବେ ଠିକ୍‌ ହେବ ?’ ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ଏସବୁ ଠିକ୍‌ କରିଦେବେ ।

୧. ବାଇବଲ ପଢ଼ିବା ଦ୍ୱାରା ଆମକୁ କʼଣ ଆଶା ମିଳେ ?

ବାଇବଲରେ କୁହାଯାଇଛି ଯେ ଆମ ଜୀବନରେ ଏତେ ଦୁଃଖକଷ୍ଟ କାହିଁକି ଅଛି । ଆଉ ଏହା ବି କୁହାଯାଇଛି ଯେ ଈଶ୍ୱର ଖୁବ୍‌ ଶୀଘ୍ର ସବୁ ଦୁଃଖକଷ୍ଟକୁ ଦୂର କରିଦେବେ । ବାଇବଲରେ ଥିବା ପ୍ରତିଜ୍ଞାଗୁଡ଼ିକରୁ ଆମକୁ ‘ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ବା ଆଶା ମିଳେ ।’ (୨ ଥେସଲନୀକୀୟ ୨:୧୬ ପଢ଼ନ୍ତୁ ।) ତେଣୁ ଆଜି ଆମେ ସମସ୍ୟାଗୁଡ଼ିକର ସାମନା କରିପାରୁ ଏବଂ ଖୁସିରେ ରହିପାରୁ । ବାଇବଲରୁ ଆମକୁ ଆଶା ମିଳେ ଯେ ଆମେ ବିନା ଦୁଃଖକଷ୍ଟରେ ସବୁଦିନ ପାଇଁ ଖୁସିରେ ରହିପାରିବା ।

୨. ଭବିଷ୍ୟତରେ ଆମର ଜୀବନ କିପରି ହେବ ?

ବାଇବଲରେ କୁହାଯାଇଛି ଯେ ଭବିଷ୍ୟତରେ “ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।” (ପ୍ରକାଶିତ ବାକ୍ୟ ୨୧:୪ ପଢ଼ନ୍ତୁ ।) ଆଜି ଯେଉଁ ସମସ୍ୟାଗୁଡ଼ିକ ଯୋଗୁଁ ଆମେ ନିରାଶ ହୋଇଯାଉ, ସେସବୁ ଆଉ ରହିବ ନାହିଁ । ଭବିଷ୍ୟତରେ କେହି ଗରିବ ହୋଇ ରହିବେ ନାହିଁ, କାହାରି ସହ ଅନ୍ୟାୟ ହେବ ନାହିଁ, କେହି ରୋଗରେ ପଡ଼ିବେ ନାହିଁ ଏବଂ କାହାରି ମୃତ୍ୟୁ ମଧ୍ୟ ହେବ ନାହିଁ । ଏହି ପୃଥିବୀକୁ ଏକ ସୁନ୍ଦର ବଗିଚା ଭଳି କରିଦିଆଯିବ ଏବଂ ଏଠାରେ ମଣିଷମାନେ ସବୁଦିନ ପାଇଁ ଖୁସିରେ ରହିବେ ।

୩. ଆପଣ କିପରି ଭରସା କରିପାରିବେ ଯେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ନିଶ୍ଚୟ ପୂରା ହେବ ?

ଲୋକମାନଙ୍କର ଅନେକ ଆଶା ଥାଏ, କିନ୍ତୁ ସେମାନଙ୍କୁ ଜଣା ନ ଥାଏ ଯେ ତାହା ପୂରା ହେବ ନା ନାହିଁ । କିନ୍ତୁ ଈଶ୍ୱର ଯେଉଁ ପ୍ରତିଜ୍ଞାଗୁଡ଼ିକ କରିଛନ୍ତି, ସେଗୁଡ଼ିକ ନିଶ୍ଚୟ ପୂରା ହେବ । କିନ୍ତୁ ହୁଏତ ଆପଣ ଭାବୁଥିବେ, ‘ମୁଁ କିପରି ଭରସା କରିପାରିବି ଯେ ଈଶ୍ୱରଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା ହେବ ?’ ଯଦି ଆପଣ ଧ୍ୟାନର ସହ “ଶାସ୍ତ୍ର ଅନୁସନ୍ଧାନ” ବା ଯାଞ୍ଚ କରିବେ, ତାହେଲେ ଏଗୁଡ଼ିକ ଉପରେ ଆପଣଙ୍କର ଭରସା ବଢ଼ିବ । (ପ୍ରେରିତ ୧୭:୧୧) ତେଣୁ ଯଦି ଆପଣ ଏପରି ଚର୍ଚ୍ଚା କରିବା ଜାରି ରଖିବେ, ତାହେଲେ ଆପଣ ନିଜେ ଜାଣିପାରିବେ ଯେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ପୂରା ହେବ ନା ନାହିଁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଭବିଷ୍ୟତରେ ଈଶ୍ୱର କʼଣ କʼଣ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି । ଏଥିରୁ ଆଜି ଲୋକମାନଙ୍କୁ କିପରି ଲାଭ ହେଉଛି ଏବଂ ସମସ୍ୟା ସତ୍ତ୍ୱେ ସେମାନେ କିପରି ଖୁସିରେ ରହୁଛନ୍ତି ।

୪. ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଆମେ ସବୁଦିନ ପାଇଁ ବିନା ଦୁଃଖକଷ୍ଟରେ ଏହି ପୃଥିବୀରେ ରହିବା

ଆଗକୁ ଦିଆଯାଇଥିବା ଈଶ୍ୱରଙ୍କ କିଛି ପ୍ରତିଜ୍ଞା ପ୍ରତି ଧ୍ୟାନ ଦିଅନ୍ତୁ । ଏହି ପ୍ରତିଜ୍ଞାଗୁଡ଼ିକ ମଧ୍ୟରୁ କେଉଁ ପ୍ରତିଜ୍ଞା ଆପଣଙ୍କ ହୃଦୟକୁ ଛୁଇଁଗଲା ଏବଂ କାହିଁକି ?

ପ୍ରତ୍ୟେକ ପ୍ରତିଜ୍ଞା ସହ ଦିଆଯାଇଥିବା ପଦଗୁଡ଼ିକୁ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ:

  • କʼଣ ଏହି ପଦଗୁଡ଼ିକୁ ପଢ଼ି ଆପଣଙ୍କୁ ଭଲ ଲାଗିଲା ? କʼଣ ଆପଣଙ୍କୁ ଲାଗେ ଯେ ଏହା ଜାଣି ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କୁ ମଧ୍ୟ ଭଲ ଲାଗିବ ?

ଭାବନ୍ତୁ ସେସମୟରେ ପୃଥିବୀର ପରିସ୍ଥିତି କିପରି ଥିବ, ଯେତେବେଳେ

କେହି ବି . . .

ସମସ୍ତେ . . .

  • ଦୁଃଖକଷ୍ଟ ଓ ବୃଦ୍ଧାବସ୍ଥାର ସାମନା କରିବେ ନାହିଁ ଏବଂ କାହାରି ମୃତ୍ୟୁ ହେବ ନାହିଁ ।​—ଯିଶାଇୟ ୨୫:୮.

  • ମୃତ୍ୟୁରେ ହରାଇଥିବା ନିଜ ସାଙ୍ଗ ଓ ସମ୍ପର୍କୀୟମାନଙ୍କୁ ପୁଣି ଭେଟିବେ ।​—ଯୋହନ ୫:୨୮, ୨୯.

  • ଭଲ ସ୍ୱାସ୍ଥ୍ୟ ଓ ଯୁବାବସ୍ଥାର ମଜା ନେବେ ।​—ଆୟୁବ ୩୩:୨୫.

୫. ସୁନ୍ଦର ଭବିଷ୍ୟତ ବିଷୟରେ ଜାଣି ଆମକୁ ଖୁସି ମିଳେ

ଅନେକ ଥର ଲୋକମାନେ ଦୁଃଖକଷ୍ଟକୁ ଦେଖି ନିରାଶ ହୋଇଯାʼନ୍ତି କିମ୍ବା ବହୁତ ରାଗିଯାʼନ୍ତି । କିଛି ଲୋକ ପରିସ୍ଥିତିକୁ ସୁଧାରିବା ପାଇଁ ଲଢ଼େଇ ଝଗଡ଼ା କରନ୍ତି । କିନ୍ତୁ ବାଇବଲରେ କୁହାଯାଇଥିବା ଈଶ୍ୱରଙ୍କ ପ୍ରତିଜ୍ଞା ବିଷୟରେ ଜାଣି ଅନେକ ଲୋକଙ୍କୁ ସାନ୍ତ୍ୱନା ମିଳିଛି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ରାଫିକା କାହିଁକି ଚିନ୍ତିତ ଥିଲେ ?

  • ଯଦିଓ ଲୋକମାନଙ୍କ ସହ ଏବେ ବି ଭେଦଭାବ ହୁଏ, ତଥାପି ବାଇବଲ ପଢ଼ି ରାଫିକାଙ୍କୁ କିପରି ସାନ୍ତ୍ୱନା ମିଳିଲା ?

ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଜାଣିଲେ ଆମେ ସମସ୍ୟାର ସାମନା କରିପାରିବା ଏବଂ ନିରାଶ ହେବା ନାହିଁ । ହିତୋପଦେଶ ୧୭:୨୨ ରୋମୀୟ ୮:୨୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଜାଣି ଆପଣଙ୍କୁ କିପରି ଲାଗେ ଏବଂ କାହିଁକି ?

କିଛି ଲୋକ କହନ୍ତି: “ଏପରି ହେଲେ ତ ଭଲ ହୁଅନ୍ତା, କିନ୍ତୁ ମୋତେ ଲାଗେନି ଯେ ଏସବୁ କେବେ ହୋଇପାରିବ ।”

  • ଆପଣ କାହିଁକି ଏହା ଯାଞ୍ଚ କରିବା ଉଚିତ୍‌ ଯେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ପୂରା ହେବ ନା ନାହିଁ ?

ଆମେ କʼଣ ଶିଖିଲୁ ?

ବାଇବଲରେ ପ୍ରତିଜ୍ଞା କରାଯାଇଛି ଯେ ଆମ ଭବିଷ୍ୟତ ଭଲ ହେବ । ଏଥିରୁ ଆମକୁ ଆଶା ମିଳେ ଏବଂ ସମସ୍ୟା ସତ୍ତ୍ୱେ ଆମେ ଖୁସିରେ ରହୁ ।

ଆପଣ କʼଣ କହିବେ ?

  • ଲୋକମାନଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଜାଣିବା କାହିଁକି ଜରୁରୀ ?

  • ଭବିଷ୍ୟତରେ ଆମ ଜୀବନ କିପରି ହେବ ?

  • ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଜାଣିଲେ ଆଜି ଆପଣଙ୍କୁ କʼଣ ଲାଭ ହେବ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ଆଶା ଥିଲେ କିପରି ଆମେ ସମସ୍ୟାର ସାମନା କରିପାରୁ ।

“କʼଣ ଆଶା ରଖିବାର କିଛି ଲାଭ ଅଛି ?” (ସଜାଗ ହୁଅ ! ଲେଖା-ହି)

ଯେଉଁମାନେ ଲମ୍ବା ସମୟରୁ ରୋଗରେ ଅଛନ୍ତି, ସେମାନଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଷୟରେ ଜାଣି କିପରି ସାହସ ମିଳେ ?

“ଏପରି ରୋଗ ସମୟରେ ସାହସ କିପରି ମିଳିପାରିବ, ଯାହାର କୌଣସି ଚିକିତ୍ସା ନାହିଁ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ସଂଗୀତର ଏହି ଭିଡିଓ ଦେଖନ୍ତୁ ଓ ଭାବନ୍ତୁ ଯେ ସେସମୟ କିପରି ହେବ ଯେତେବେଳେ ଆପଣ ଓ ଆପଣଙ୍କ ପରିବାର ଲୋକେ ଏହି ସୁନ୍ଦର ପୃଥିବୀରେ ଖୁସିର ସହ ରହିବେ ।

କିପରି ସମୟ ହେବ (୩:୩୭)

ଜଣେ ବ୍ୟକ୍ତିଙ୍କ କାହାଣୀ ପଢ଼ନ୍ତୁ ଯିଏ ଲୋକମାନଙ୍କ ଅଧିକାର ପାଇଁ ଲଢ଼ୁଥିଲେ । ଜାଣନ୍ତୁ ଯେ ଈଶ୍ୱରଙ୍କ ପ୍ରତିଜ୍ଞା ବିଷୟରେ ଜାଣି ତାଙ୍କ ଜୀବନ କିପରି ବଦଳିଗଲା ।

“ମୁଁ ଆଉ ଭାବେନି ଯେ ମୋତେ ଏହି ଜଗତକୁ ପରିବର୍ତ୍ତନ କରିବାକୁ ପଡ଼ିବ” (ପ୍ରହରୀଦୁର୍ଗ ଲେଖା-ହି)