इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୦୩

କʼଣ ଆପଣ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା କରିପାରିବେ ?

କʼଣ ଆପଣ ଈଶ୍ୱରଙ୍କ ପ୍ରତିଜ୍ଞା ଉପରେ ଭରସା କରିପାରିବେ ?

ଏବେ ଯାଏଁ ଆପଣ ଦେଖିଲେ ଯେ ବାଇବଲରେ ଭବିଷ୍ୟତ ବିଷୟରେ ଅନେକ କଥା କୁହାଯାଇଛି ଏବଂ ଭଲ ପରାମର୍ଶ ମଧ୍ୟ ଦିଆଯାଇଛି । କିନ୍ତୁ ହୁଏତ ଆପଣ ଭାବୁଥିବେ, ‘ଏହି ପୁରୁଣା ବହିରୁ ମୋତେ କିଛି ଲାଭ ମିଳିବ କି ?’ ‘ବାଇବଲ ଭବିଷ୍ୟତ ବିଷୟରେ ଯାହା କହେ, କʼଣ ତାହା ସତରେ ପୂରା ହେବ ?’ ଲକ୍ଷ ଲକ୍ଷ ଲୋକ ଭରସା କରନ୍ତି ଯେ ଏଥିରେ ଥିବା କଥାଗୁଡ଼ିକ ସତ ଅଟେ । ଆସନ୍ତୁ ଦେଖିବା ଯେ ଆପଣ ବି କାହିଁକି ଏହା ଉପରେ ଭରସା କରିପାରିବେ ।

୧. କʼଣ ବାଇବଲରେ ଲେଖା ଯାଇଥିବା କଥାଗୁଡ଼ିକ ସତ ?

ବାଇବଲରେ ଲେଖା ଯାଇଥିବା କଥାଗୁଡ଼ିକ ସତ ଅଟେ । (ଉପଦେଶକ ୧୨:୧୦) ଏଥିରେ କୁହାଯାଇଥିବା ଘଟଣାଗୁଡ଼ିକ ସତରେ ଘଟିଥିଲା ଏବଂ ଏଥିରେ କୁହାଯାଇଥିବା ଲୋକମାନେ ମଧ୍ୟ ସତରେ ଥିଲେ । (ଲୂକ ୧:୩ ଓ ୩:୧, ୨ ପଢ଼ନ୍ତୁ ।) ଇତିହାସରୁ ମଧ୍ୟ ଏହା ପ୍ରମାଣ ମିଳେ ଯେ ବାଇବଲରେ ଯେଉଁ ତାରିଖ, ଲୋକ, ଘଟଣା ଓ ଜାଗାଗୁଡ଼ିକ ବିଷୟରେ କୁହାଯାଇଛି, ତାହା ସତରେ ଥିଲା ।

୨. କʼଣ ବାଇବଲରେ ଲେଖା ଯାଇଥିବା କଥା ଉପରେ ଭରସା କରାଯାଇପାରିବ ?

ବାଇବଲରେ ପୃଥିବୀ ଓ ବିଶ୍ୱ ବିଷୟରେ ଯାହା ଲେଖାଯାଇଛି, ସେଗୁଡ଼ିକ ଉପରେ ପ୍ରାଚୀନ କାଳର ଲୋକମାନେ ବିଶ୍ୱାସ କରୁ ନ ଥିଲେ । କିନ୍ତୁ ଅନେକ ବର୍ଷ ପରେ ବୈଜ୍ଞାନିକମାନେ ଜାଣିପାରିଲେ ଯେ ବାଇବଲର କଥାଗୁଡ଼ିକ ସଠିକ୍‌ ଅଟେ । ଏଥିରେ ଲେଖାଥିବା କଥାଗୁଡ଼ିକ “ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ [“ଭରସାଯୋଗ୍ୟ,” NWT] ।”ଗୀତସଂହିତା ୧୧୧:୮.

୩. ବାଇବଲରେ ଭବିଷ୍ୟତ ବିଷୟରେ ଯାହା କୁହାଯାଇଛି, ତାହା ଉପରେ ଆମେ କାହିଁକି ଭରସା କରିପାରିବା ?

ଈଶ୍ୱର ଏପରି ବିଷୟଗୁଡ଼ିକ କହିପାରନ୍ତି ଯାହା ଏପର୍ଯ୍ୟନ୍ତ “ସାଧିତ [ପୂରା] ହୋଇ ନାହିଁ ।” (ଯିଶାଇୟ ୪୬:୧୦) ସେ ବାଇବଲରେ ଅନେକ ଭବିଷ୍ୟତବାଣୀ a ଲେଖାଇଛନ୍ତି । ଅନେକ ବଡ଼ ବଡ଼ ଘଟଣା ଘଟିବା ପୂର୍ବରୁ ହିଁ ସେଗୁଡ଼ିକ ବିଷୟରେ ବାଇବଲରେ କୁହାଯାଇଥିଲା, ଆଉ ସେଗୁଡ଼ିକ ଠିକ୍‌ ସେପରି ହିଁ ଘଟିଲା । ଆମ ସମୟରେ ପରିସ୍ଥିତି କିପରି ହେବ, ଏବିଷୟରେ ମଧ୍ୟ ଏଥିରେ ଦିଆଯାଇଛି । ଏହି ପାଠରେ ଆମେ ସେମଧ୍ୟରୁ କିଛି ଘଟଣାଗୁଡ଼ିକ ଉପରେ ଆଲୋଚନା କରିବା । ସେଗୁଡ଼ିକ ଯେପରି ଭାବେ ପୂରା ହେଲା, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ବାଇବଲରେ ଯାହା ଲେଖା ହୋଇଛି ତାହା କିପରି ବିଜ୍ଞାନ ଅନୁସାରେ ସଠିକ୍‌ । ବାଇବଲର କିଛି ଭବିଷ୍ୟତବାଣୀ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଯାହା ଅଦ୍ଭୁତ ଭାବେ ପୂରଣ ହୋଇଛି ।

୪. ବାଇବଲ ବିଜ୍ଞାନ ଅନୁସାରେ ସଠିକ୍‌

ପ୍ରାଚୀନ ସମୟରେ ଅନେକ ଲୋକ ବିଶ୍ୱାସ କରୁଥିଲେ ଯେ ପୃଥିବୀକୁ କୌଣସି ଜିନିଷ ଉପରେ ରଖାଯାଇଛି । ଭିଡିଓ ଦେଖନ୍ତୁ 

ଧ୍ୟାନ ଦିଅନ୍ତୁ ଯେ ଆଜିଠାରୁ ପ୍ରାୟ ୩,୫୦୦ ବର୍ଷ ପୂର୍ବେ, ବାଇବଲରେ କʼଣ ଲେଖା ହୋଇଥିଲା । ଆୟୁବ ୨୬:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପୃଥିବୀ “ଅବସ୍ତୁ ଉପରେ” ବା ବିନା କୌଣସି ଜିନିଷ ସାହାଯ୍ୟରେ ଝୁଲିଛି । ବାଇବଲର ଏକଥା ପଢ଼ି ଆମେ କାହିଁକି ଆଶ୍ଚର୍ଯ୍ୟ ହୋଇ ଯାଇଥାଉ ?

ବାଇବଲରେ ଅନେକ ବର୍ଷ ପୂର୍ବରୁ ଜଳଚକ୍ର ବିଷୟରେ ମଧ୍ୟ କୁହାଯାଇଥିଲା । ବର୍ଷା ହେବା ପରେ ବର୍ଷା ପାଣି ବାଷ୍ପ ହୋଇ ଆକାଶକୁ ଚାଲିଯାଏ, ତାʼପରେ ବର୍ଷା ହୋଇ ପୁଣି ପୃଥିବୀରେ ପଡ଼େ । ଏହାକୁ ଜଳଚକ୍ର କୁହାଯାଏ । କିନ୍ତୁ ଜଳଚକ୍ର ବିଷୟରେ ଲୋକମାନଙ୍କୁ ଆଜିଠାରୁ ପ୍ରାୟ ୨୦୦ ବର୍ଷ ପୂର୍ବେ ଜଣାପଡ଼ିଲା । ଆୟୁବ ୩୬:୨୭, ୨୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ବାଇବଲରେ ଜଳଚକ୍ର ବିଷୟରେ ଯାହା କୁହାଯାଇଛି, ତାହା ଜାଣି ଆପଣଙ୍କୁ କାହିଁକି ଆଶ୍ଚର୍ଯ୍ୟ ଲାଗେ ?

  • ଏବେ ଆମେ ଯେଉଁ ପଦ ପଢ଼ିଲୁ ତାʼ ଅନୁସାରେ ଆପଣ କʼଣ କହିବେ, କʼଣ ବାଇବଲ ଉପରେ ଭରସା କରାଯାଇପାରିବ ?

୫. କିଛି ମହତ୍ତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ବିଷୟରେ ବାଇବଲରେ ଆଗରୁ ହିଁ କୁହାଯାଇଥିଲା

ଯିଶାଇୟ ୪୪:୨୭–୪୫:୨ ପଢ଼ନ୍ତୁ ଏବଂ ଭିଡିଓ ଦେଖନ୍ତୁ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାବିଲକୁ ପରାସ୍ତ କରାଯିବାର ୨୦୦ ବର୍ଷ ପୂର୍ବରୁ ହିଁ ବାଇବଲରେ ଏବିଷୟରେ କʼଣ କʼଣ କୁହାଯାଇଥିଲା ?

ଇତିହାସ ବହିଗୁଡ଼ିକରୁ ଜଣାପଡ଼େ ଯେ ଠିକ୍‌ ଏପରି ହିଁ ହେଲା । ଖ୍ରୀଷ୍ଟ ପୂର୍ବ b ୫୩୯ରେ ପାରସ୍ୟର ରାଜା କୋରସ୍‌ ବାବିଲ ସହର ଉପରେ ଜୟ ହାସଲ କଲେ । ବାବିଲ ସହରର ଚାରିପଟେ ଗୋଟିଏ ନଦୀ ଥିଲା, ଯାହା ସହରକୁ ସୁରକ୍ଷା ଦେଉଥିଲା । ତେଣୁ କୋରସ୍‌ର ସେନା ସେହି ନଦୀର ଦିଗ ବଦଳାଇବା ପାଇଁ ଗୋଟିଏ କେନାଲ୍‌ ଖୋଳିଲେ । ଏପରି ଭାବେ, ନଦୀର ପାଣି ଧୀରେ ଧୀରେ କମ୍‌ ହୋଇଗଲା ଏବଂ ସେମାନେ ତାକୁ ପାର କରିପାରିଲେ । ସହରର ଫାଟକ ଖୋଲା ଥିଲା, ତେଣୁ ସେମାନେ ବିନା ଯୁଦ୍ଧରେ ସହର ଉପରେ ଜୟ ହାସଲ କରିପାରିଲେ । ଏହି ଘଟଣା ଘଟିବାର ୨,୫୦୦ ବର୍ଷ ହୋଇ ଗଲାଣି, କିନ୍ତୁ ଆଜି ମଧ୍ୟ ଆମେ ଏହାର ଧ୍ୱଂସାବଶେଷ ଦେଖିବାକୁ ପାଉ । ଧ୍ୟାନ ଦିଅନ୍ତୁ ଯେ ବାଇବଲରେ ଏବିଷୟରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ।

ଯିଶାଇୟ ୧୩:୧୯, ୨୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାବିଲର ଆଜି ଯେଉଁ ଅବସ୍ଥା ଅଛି ତାହା ଦେଖି କିପରି ଜଣାପଡ଼େ ଯେ ବାଇବଲର ଏହି ଭବିଷ୍ୟତବାଣୀ ମଧ୍ୟ ପୂରା ହୋଇଛି ?

ଇରାକ୍‌ରେ ବାବିଲର ଧ୍ୱଂସାବଶେଷ

୬. ବାଇବଲରେ ପୂର୍ବରୁ ହିଁ କୁହାଯାଇଥିଲା ଯେ ଆମ ସମୟର ପରିସ୍ଥିତି କେମିତି ହେବ

ବାଇବଲରେ କୁହାଯାଇଛି ଯେ ଆମେ “ଶେଷକାଳରେ” ବଞ୍ଚୁଛୁ । (୨ ତୀମଥି ୩:୧) ଧ୍ୟାନ ଦିଅନ୍ତୁ ଯେ ଏହି କାଳ ବିଷୟରେ ବାଇବଲରେ କʼଣ କʼଣ କୁହାଯାଇଥିଲା ।

ମାଥିଉ ୨୪:୬, ୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଶେଷକାଳରେ ପରିସ୍ଥିତି କିପରି ହେବ ବୋଲି ବାଇବଲରେ କୁହାଯାଇଛି ?

୨ ତୀମଥି ୩:୧-୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ବାଇବଲ ଅନୁସାରେ ଶେଷକାଳରେ କିପରି ଲୋକମାନେ ଥିବେ ?

  • କʼଣ ଆଜି ଆମକୁ ଏପରି ଲୋକ ଦେଖିବାକୁ ମିଳନ୍ତି ?

କିଛି ଲୋକ କହନ୍ତି: “ବାଇବଲ କେବଳ ଏକ କାହାଣୀ ବହି ଅଟେ ।”

  • କʼଣ ବାଇବଲ ଏକ କାହାଣୀ ବହି ଅଟେ ? ଏଥିରେ ଦିଆଯାଇଥିବା କଥା ଉପରେ ଆପଣ କାହିଁକି ଭରସା କରନ୍ତି ?

ଆମେ କʼଣ ଶିଖିଲୁ ?

ବାଇବଲରେ ଦିଆଯାଇଥିବା ଇତିହାସ ଓ ବିଜ୍ଞାନ ସହ ଜଡ଼ିତ କଥାଗୁଡ଼ିକ ସମ୍ପୂର୍ଣ୍ଣ ଠିକ୍‌ । ଏଥିରେ କୁହାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ମଧ୍ୟ ପୂରା ହୋଇଛି । ଏଥିରୁ ଜଣାପଡ଼େ ଯେ ଆମେ ବାଇବଲ ଉପରେ ଭରସା କରିପାରିବା ।

ଆପଣ କʼଣ କହିବେ ?

  • କʼଣ ବାଇବଲରେ ଲେଖା ଯାଇଥିବା ଘଟଣାଗୁଡ଼ିକ ସତରେ ଘଟିଥିଲା ?

  • ବାଇବଲରେ ଲେଖା ହୋଇଥିବା କେଉଁ କଥାଗୁଡ଼ିକ ବିଜ୍ଞାନ ଅନୁସାରେ ସଠିକ୍‌ ?

  • ବାଇବଲରେ ଭବିଷ୍ୟତ ବିଷୟରେ ଯାହା ଲେଖାଯାଇଛି, କʼଣ ତାହା ଉପରେ ଭରସା କରାଯାଇପାରିବ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ବାଇବଲରେ ଏପରି କିଛି ଲେଖାଯାଇଛି, ଯାହା ବିଜ୍ଞାନ ସହ ମେଳ ଖାଏ ନାହିଁ ?

“କʼଣ ବିଜ୍ଞାନ ପବିତ୍ର ଶାସ୍ତ୍ର ସହ ମେଳ ଖାଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

“ଶେଷକାଳରେ” ଯାହା ଯାହା ହେବ ବୋଲି ବାଇବଲରେ ଲେଖାଯାଇଛି, କʼଣ ତାହା ଆଜି ପୂରା ହେଉଛି ?

“ବାଇବଲର ୬ଟି ଭବିଷ୍ୟତବାଣୀ ଯାହା ଆଜି ପୂରା ହେଉଛି” (ପ୍ରହରୀଦୁର୍ଗ ଲେଖା-ହି)

ଜାଣନ୍ତୁ ଯେ ବାଇବଲରେ ଗ୍ରୀକ୍‌ ସାମ୍ରାଜ୍ୟ ବିଷୟରେ କୁହାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଲା ।

ଭବିଷ୍ୟତବାଣୀଗୁଡ଼ିକରୁ ମଜବୁତ୍‌ ହେଲେ (୫:୨୨)

ଜାଣନ୍ତୁ ଯେ ବାଇବଲର ଭବିଷ୍ୟତବାଣୀ ବିଷୟରେ ପଢ଼ି ଜଣେ ବ୍ୟକ୍ତିଙ୍କୁ କିପରି ଭରସା ହୋଇଗଲା ଯେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ ।

“ମୁଁ ଭାବୁଥିଲି ଯେ ଈଶ୍ୱର ହିଁ ନାହାନ୍ତି” (ପ୍ରହରୀଦୁର୍ଗ-ହି ସଂ. ୫ ୨୦୧୭)

a ଭବିଷ୍ୟତବାଣୀର ଅର୍ଥ ହେଉଛି, ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକ ଯାହା ବିଷୟରେ ଈଶ୍ୱର ପୂର୍ବରୁ କହିଛନ୍ତି ।

b ଖ୍ରୀଷ୍ଟଙ୍କ ପୃଥିବୀରେ ଆସିବାର ପୂର୍ବର ସମୟକୁ ଖ୍ରୀଷ୍ଟ ପୂର୍ବ କୁହାଯାଏ ଏବଂ ତାଙ୍କ ପୃଥିବୀରେ ଆସିବାର ପରର ସମୟକୁ ଖ୍ରୀଷ୍ଟାବ୍ଦ କୁହାଯାଏ ।