इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫

ଆମ ଖ୍ରୀଷ୍ଟିୟାନ ସଭାକୁ ଆସି ଆପଣ କିପରି ଅନୁଭବ କରିବେ ?

ଆମ ଖ୍ରୀଷ୍ଟିୟାନ ସଭାକୁ ଆସି ଆପଣ କିପରି ଅନୁଭବ କରିବେ ?

ଆର୍ଜେଣ୍ଟିନା

ସିଅରା ଲିଓନ

ବେଲଜିଅମ

ମାଳୟେସିଆ

ଅନେକ ଲୋକ ଧାର୍ମିକ ସଭାଗୁଡ଼ିକରେ ଯିବା ବନ୍ଦ କରିଦେଇଛନ୍ତି । କାରଣ ସେଠାରେ ସେମାନଙ୍କୁ ନା ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ, ନା କୌଣସି ଶାନ୍ତି ମିଳେ । ତେବେ ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ କାହିଁକି ଯିବା ଉଚିତ୍‌ ? ସେଠାରେ ଆପଣ କିପରି ଅନୁଭବ କରିବେ ?

ଆପଣ ଖୁସି ଅନୁଭବ କରିବେ କାରଣ ନିଜକୁ ଏପରି ଲୋକଙ୍କ ମଧ୍ୟରେ ପାଇବେ, ଯେଉଁମାନେ ପରସ୍ପରକୁ ପ୍ରେମ କରନ୍ତି ଓ ପରସ୍ପର ପ୍ରତି ଧ୍ୟାନ ଦିଅନ୍ତି । ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟିୟାନମାନଙ୍କୁ ମଣ୍ଡଳୀଗୁଡ଼ିକରେ ସଂଗଠିତ କରାଯାଇଥିଲା ଏବଂ ସେମାନେ ଈଶ୍ୱରଙ୍କ ଉପାସନା କରିବା, ଶାସ୍ତ୍ରର ଅଧ୍ୟୟନ କରିବା ଏବଂ ପରସ୍ପର ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ସଭାଗୁଡ଼ିକ ରଖୁଥିଲେ । (ଏବ୍ରୀ ୧୦:୨୪, ୨୫) ମଣ୍ଡଳୀଗୁଡ଼ିକର ପ୍ରେମଭରା ପରିବେଶରେ ଆସି ସମସ୍ତେ ନିଜ ପ୍ରକୃତ ମିତ୍ରମାନଙ୍କ ଅର୍ଥାତ୍‌ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ମଧ୍ୟରେ ଅଛନ୍ତି ବୋଲି ଅନୁଭବ କରିପାରୁଥିଲେ । (୨ ଥେସଲନୀକୀୟ ୧:୩; ୩ ଯୋହନ ୧୪) ଆମେ ସେହି ଖ୍ରୀଷ୍ଟିୟାନମାନଙ୍କୁ ଅନୁକରଣ କରୁ ଏବଂ ସେହି ଖୁସି ଅନୁଭବ କରିଥାଉ ।

ଆପଣ ଶିଖିବେ ଯେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ କିପରି ନିଜ ଜୀବନରେ ଲାଗୁ କରିବେ । ପ୍ରାଚୀନ ସମୟ ପରି ଆଜି ମଧ୍ୟ ପୁରୁଷ, ସ୍ତ୍ରୀ ଏବଂ ପିଲାମାନେ ସମସ୍ତେ ସଭାଗୁଡ଼ିକରେ ଏକତ୍ରିତ ହୁଅନ୍ତି । ସେଠାରେ ଦକ୍ଷ ଶିକ୍ଷକମାନେ ଆମକୁ ବାଇବଲ ସାହାଯ୍ୟରେ ଶିଖାନ୍ତି ଯେ ଏହାର ସିଦ୍ଧାନ୍ତଗୁଡ଼ିକୁ ଆମେ ନିଜ ଦୈନନ୍ଦିନ ଜୀବନରେ କିପରି ଲାଗୁ କରିପାରିବା । (ଦ୍ୱିତୀୟ ବିବରଣ ୩୧:୧୨; ନିହିମୀୟା ୮:୮) ଉପସ୍ଥିତ ହୋଇଥିବା ଲୋକଙ୍କ ସହିତ କରାଯାଉଥିବା ଚର୍ଚ୍ଚାରେ ସମସ୍ତେ ଭାଗ ନେଇପାରନ୍ତି ଏବଂ ଗୀତ ଗାଇପାରନ୍ତି । ଏହିପରି ଭାବେ ଆମେ ନିଜ ଖ୍ରୀଷ୍ଟିୟାନ ଆଶାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାଉ ।—ଏବ୍ରୀ ୧୦:୨୩.

ଈଶ୍ୱରଙ୍କଠାରେ ଆପଣଙ୍କ ବିଶ୍ୱାସ ମଜବୁତ୍‌ ହେବ । ପ୍ରେରିତ ପାଉଲ ନିଜ ସମୟର ଗୋଟିଏ ମଣ୍ଡଳୀକୁ ଲେଖିଲେ: “ମୁଁ . . . ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି, . . . ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାଯ୍ତ ହୁଏ ।” (ରୋମୀୟ ୧:୧୧, ୧୨) ଯେତେବେଳେ ଆମେ ସଭାରେ ନିୟମିତ ଭାବେ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ଭେଟ ହୋଇ କଥା ହେଉ, ଆମ ବିଶ୍ୱାସ ମଜବୁତ୍‌ ହୁଏ ଏବଂ ଖ୍ରୀଷ୍ଟିୟାନ ସ୍ତରଗୁଡ଼ିକୁ ଜୀବନରେ ଲାଗୁ କରିବା ପାଇଁ ଆମ ଇଚ୍ଛା ଦୃଢ଼ ହୁଏ ।

ତେବେ ଆମ ଆସନ୍ତା ସଭାରେ ଆପଣ ନିଜେ ଆସି ଏସବୁ କଥାକୁ କାହିଁକି ଅନୁଭବ ନ କରିବେ ? ଆପଣଙ୍କୁ ଆଦରର ସହିତ ସ୍ୱାଗତ କରାଯିବ । ସଭାଗୁଡ଼ିକୁ ଆସିବା ପାଇଁ ଆପଣଙ୍କୁ କେବେ ମଧ୍ୟ ପଇସା ଦେବାକୁ ପଡ଼ିବ ନାହିଁ ।

  • କେଉଁମାନଙ୍କ ନମୁନାକୁ ଧ୍ୟାନରେ ରଖି ଆମ ଖ୍ରୀଷ୍ଟିୟାନ ସଭାଗୁଡ଼ିକ ରଖାଯାଏ ?

  • ଖ୍ରୀଷ୍ଟିୟାନ ସଭାରେ ଉପସ୍ଥିତ ହେବା ଦ୍ୱାରା ଆମର କʼଣ ଲାଭ ହୁଏ ?