ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?

ଯିହୋବାଙ୍କ ସାକ୍ଷୀମାନେ ସାରା ପୃଥିବୀରେ ରହନ୍ତି ଏବଂ ସେମାନଙ୍କ ମଧ୍ୟରେ ସବୁ ଜାତି ଓ ସଂସ୍କୃତିର ଲୋକ ଅଛନ୍ତି । ଭିନ୍ନ ଭିନ୍ନ ଦେଶ ଏବଂ ସଂସ୍କୃତିରୁ ହୋଇଥିବା ସତ୍ତ୍ୱେ କାହିଁକି ସେମାନେ ଏକତାରେ ରହିପାରିଛନ୍ତି ?

ଯିହୋବାଙ୍କ ଇଚ୍ଛା କʼଣ ?

ଈଶ୍ୱର ଚାହାନ୍ତି ଯେ ତାହାଙ୍କ ଉଦ୍ଦେଶ୍ୟ ବିଷୟରେ ପୃଥିବୀରେ ସମସ୍ତେ ଜାଣନ୍ତୁ । ତାହାଙ୍କ ଏହି ଉଦ୍ଦେଶ୍ୟ କʼଣ ଅଟେ ଏବଂ କେଉଁମାନେ ଏହା ବିଷୟରେ ଅନ୍ୟମାନଙ୍କୁ ଶିଖାଉଛନ୍ତି ?

ପାଠ

ଯିହୋବାଙ୍କ ସାକ୍ଷୀମାନେ କେଉଁ ପ୍ରକାରର ଲୋକ ଅଟନ୍ତି ?

ଆପଣ କୌଣସି ଯିହୋବାଙ୍କ ସାକ୍ଷୀଙ୍କୁ ଜାଣିଛନ୍ତି କି ? ଆପଣ ପ୍ରକୃତରେ ଆମ ବିଷୟରେ କʼଣ ଜାଣନ୍ତି ?

ପାଠ

ଆମକୁ ଯିହୋବାଙ୍କ ସାକ୍ଷୀ କାହିଁକି କୁହାଯାଏ ?

ଆମେ କାହିଁକି ଯିହୋବାଙ୍କ ସାକ୍ଷୀ ନାମ ଧାରଣ କଲୁ, ତିନୋଟି କାରଣ ପ୍ରତି ଧ୍ୟାନ ଦିଅନ୍ତୁ ।

ପାଠ

ବାଇବଲର ସତ୍ୟକୁ କିପରି ପୁଣିଥରେ ଖୋଜାଗଲା ?

ଆମେ କିପରି ନିଶ୍ଚିତ ହୋଇପାରିବା ଯେ ଆଜି ଆମ ପାଖରେ ବାଇବଲର ଯେଉଁ ଜ୍ଞାନ ଅଛି, ତାହା ପ୍ରକୃତରେ ସତ୍ୟ ଅଟେ ?

ପାଠ

ଆମେ ନୂତନ ଜଗତ ଅନୁବାଦ କାହିଁକି ବାହାର କଲୁ ?

ଈଶ୍ୱରଙ୍କ ବାକ୍ୟର ଏହି ଅନୁବାଦ କାହିଁକି ସବୁଠାରୁ ଉତ୍ତମ ଅନୁବାଦ ଅଟେ ?

ପାଠ

ଆମ ଖ୍ରୀଷ୍ଟିୟାନ ସଭାକୁ ଆସି ଆପଣ କିପରି ଅନୁଭବ କରିବେ ?

ଆମେ ଶାସ୍ତ୍ରର ଅଧ୍ୟୟନ କରିବା ଓ ପରସ୍ପରକୁ ଉତ୍ସାହିତ କରିବା ପାଇଁ ଏକତ୍ରିତ ହୋଇଥାଉ । ଏଠାରେ ଆପଣଙ୍କୁ ଆଦରର ସହିତ ସ୍ୱାଗତ କରାଯିବ   !

ପାଠ

ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆମର କʼଣ ଲାଭ ହୁଏ ?

ଈଶ୍ୱରଙ୍କ ବାକ୍ୟ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କୁ ଭଲ ଭାବରେ ଜାଣିବା ପାଇଁ ପ୍ରୋତ୍ସାହନ ଦେଇଥାଏ । ଏହି ସଙ୍ଗତିରୁ ଆପଣ କʼଣ ଲାଭ ପାଇପାରିବେ, ତାହା ଜାଣନ୍ତୁ ।

ପାଠ

ଆମ ସଭାଗୁଡ଼ିକରେ କʼଣ ହୁଏ ?

ଆପଣ କେବେ ଭାବିଛନ୍ତି କି ଯେ ଆମ ସଭାଗୁଡ଼ିକରେ କʼଣ ହୁଏ ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେଠାରେ ବାଇବଲରୁ ଯେପରି ଭାବରେ ଶିକ୍ଷା ଦିଆଯାଏ, ତାହା ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ ।

ପାଠ

ଆମ ସଭାଗୁଡ଼ିକରେ ନିଜ ପୋଷାକ ପ୍ରତି ଆମେ କାହିଁକି ଧ୍ୟାନ ଦେଉ ?

ଆମ ପୋଷାକ ଏବଂ ସଜବାଜକୁ ଈଶ୍ୱର ଧ୍ୟାନ ଦେଇଥାʼନ୍ତି କି ? ପୋଷାକ ଏବଂ ସଜବାଜ ହେବା ବିଷୟରେ ସଠିକ୍‌ ନିର୍ଣ୍ଣୟ କରିବା ପାଇଁ ବାଇବଲର କେଉଁ ସିଦ୍ଧାନ୍ତ ଆମକୁ ସାହାଯ୍ୟ କରେ ଜାଣନ୍ତୁ ।

ପାଠ

ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାର ସବୁଠାରୁ ଭଲ ଉପାୟ କʼଣ ?

ଆମ ସଭାଗୁଡ଼ିକରେ ଆସିବା ପୂର୍ବରୁ ପ୍ରସ୍ତୁତି କରିବା ଦ୍ୱାରା ଆପଣ ଏଥିରୁ ଅଧିକରୁ ଅଧିକ ଲାଭ ପାଇବେ ।

ପାଠ

ପାରିବାରିକ ଉପାସନା କʼଣ ଅଟେ ?

ଏହା କିପରି ଆପଣଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ଏବଂ ପାରିବାରିକ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ସାହାଯ୍ୟ କରିବ, ତାହା ଜାଣନ୍ତୁ ।

ପାଠ

ଆମେ ବଡ଼ ସମ୍ମିଳନୀଗୁଡ଼ିକରେ କାହିଁକି ଉପସ୍ଥିତ ହେଉ ?

ପ୍ରତିବର୍ଷ ଆମେ ତିନୋଟି ବିଶେଷ ସଭାରେ ଏକତ୍ରିତ ହୋଇଥାଉ । ଆପଣ ଏହି ସଭାଗୁଡ଼ିକରୁ କିପରି ଲାଭ ପାଇପାରିବେ ?

ପାଠ

ରାଜ୍ୟର ପ୍ରଚାର କାମକୁ କିପରି ସଂଗଠିତ କରାଯାଏ ?

ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିବା ସମୟରେ ଯେଉଁ ଉଦାହରଣ ରଖିଥିଲେ, ଆମେ ତାକୁ ଅନୁକରଣ କରିଥାଉ । ଆମେ କେଉଁ କେଉଁ ଉପାୟରେ ପ୍ରଚାର କରିଥାଉ ?

ପାଠ

ଅଗ୍ରଦୂତ କାହାକୁ କହନ୍ତି ?

କିଛି ଯିହୋବାଙ୍କ ସାକ୍ଷୀ ପ୍ରତି ମାସରେ ୩୦, ୫୦ କିମ୍ବା ତାʼଠାରୁ ଅଧିକ ଘଣ୍ଟା ପ୍ରଚାର କାମରେ ବିତାଇଥାʼନ୍ତି । ଏଥିପାଇଁ ସେମାନଙ୍କୁ କʼଣ ପ୍ରେରଣା ଦେଇଥାଏ ?

ପାଠ

ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?

ଯେଉଁମାନେ ପୂର୍ଣ୍ଣ ସମୟ ରାଜ୍ୟର ପ୍ରଚାର କାମରେ ନିଜକୁ ଉତ୍ସର୍ଗ କରନ୍ତି, ସେମାନଙ୍କୁ ତାଲିମ ଦେବା ପାଇଁ କେଉଁ ବିଶେଷ ସ୍କୁଲଗୁଡ଼ିକର ବ୍ୟବସ୍ଥା କରାଯାଇଛି ?

ପାଠ

ପ୍ରାଚୀନମାନେ କିପରି ମଣ୍ଡଳୀର ସେବା କରନ୍ତି ?

ଯେଉଁ ପ୍ରାଚୀନମାନେ ମଣ୍ଡଳୀକୁ ପରିଚାଳନା କରନ୍ତି, ସେମାନେ ନିଜ ଆଧ୍ୟାତ୍ମିକତାରେ ପରିପକ୍ୱତା ହାସଲ କରିଥାʼନ୍ତି । ସେମାନେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିଥାʼନ୍ତି ?

ପାଠ

ସହାୟକ ସେବକମାନଙ୍କର ଭୂମିକା କʼଣ ?

ସହାୟକ ସେବକମାନେ ମଣ୍ଡଳୀର କାମସବୁ ଠିକ୍‌ ଭାବରେ ଚାଲିବା ପାଇଁ ଜରୁରୀ ସାହାଯ୍ୟ କରିଥାʼନ୍ତି ? ସେମାନଙ୍କ ଦ୍ୱାରା କିପରି ସମସ୍ତେ ଉପକୃତ ହୋଇଥାʼନ୍ତି, ତାହା ଜାଣନ୍ତୁ   !

ପାଠ

ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?

ସର୍କିଟ ଅଧ୍ୟକ୍ଷମାନେ କେଉଁ ଉଦ୍ଦେଶ୍ୟରେ ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରନ୍ତି ? ସେମାନଙ୍କ ପରିଦର୍ଶନରୁ ଆପଣ କିପରି ଲାଭ ପାଇପାରିବେ ?

ପାଠ

ସଂକଟ ସମୟରେ ଆମେ ନିଜ ଭାଇମାନଙ୍କୁ କିପରି ସାହାଯ୍ୟ କରୁ ?

ପ୍ରାକୃତିକ ବିପତ୍ତିର ସାମନା କରିବା ସମୟରେ ଆମେ ଏହାର ଶିକାର ହୋଇଥିବା ଭାଇଭଉଣୀମାନଙ୍କୁ ବ୍ୟବହାରିକ ସାହାଯ୍ୟ କରିବା ସହିତ ଆଧ୍ୟାତ୍ମିକ ସାନ୍ତ୍ୱନା ଦେଉ । ଆମେ ଏହା କିପରି କରିଥାଉ ?

ପାଠ

ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?

ଯୀଶୁ ଖ୍ରୀଷ୍ଟ ପ୍ରତିଶ୍ରୁତି ଦେଇଥିଲେ ଯେ ଉଚିତ୍‌ ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇବା ପାଇଁ ସେ ଏକ ଦାସଙ୍କୁ ନିଯୁକ୍ତ କରିବେ । ଏହି କାମ ଆଜି କିପରି କରାଯାଉଛି ?

ପାଠ

ପ୍ରଶାସନ ଦଳ ଆଜି କିପରି କାମ କରେ ?

ପ୍ରଥମ ଶତାବ୍ଦୀରେ ପ୍ରେରିତ ଓ ପ୍ରାଚୀନମାନଙ୍କ ଏକ ଛୋଟ ସମୂହ ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକ ପାଇଁ ପ୍ରଶାସନ ଦଳ ଭାବରେ କାର୍ଯ୍ୟ କରୁଥିଲା । ଆଜିର ପ୍ରଶାସନ ଦଳ ବିଷୟରେ କʼଣ କୁହାଯାଇପାରେ ?

ପାଠ

ବୈଥେଲ କʼଣ ଅଟେ ?

ବୈଥେଲ ଏକ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟର ଗୋଟିଏ ଅଦ୍ୱିତୀୟ ଜାଗା ଅଟେ । ସେଠାରେ କାମ କରୁଥିବା ଲୋକଙ୍କ ବିଷୟରେ ଅଧିକ ଜାଣନ୍ତୁ ।

ପାଠ

ଶାଖା କାର୍ଯ୍ୟାଳୟରେ କʼଣ କରାଯାଏ ?

ଯଦି କେହି ଶାଖା କାର୍ଯ୍ୟାଳୟ ଦେଖିବାକୁ ଚାହାନ୍ତି, ତେବେ ତାଙ୍କୁ ଆଦରର ସହିତ ସ୍ୱାଗତ କରାଯାଏ । ଆପଣଙ୍କୁ ଆମ କାର୍ଯ୍ୟାଳୟ ବୁଲି ଦେଖିବାକୁ ନିମନ୍ତ୍ରଣ କରାଯାଉଛି   !

ପାଠ

ଆମ ପ୍ରକାଶନଗୁଡ଼ିକୁ କିପରି ଲେଖା ଏବଂ ଅନୁବାଦ କରାଯାଏ ?

ଆମେ ୭୫୦ରୁ ଅଧିକ ଭାଷାରେ ପ୍ରକାଶନଗୁଡ଼ିକୁ ପ୍ରସ୍ତୁତ କରୁ । ଆମେ କାହିଁକି ଏତେ ପରିଶ୍ରମ କରିଥାଉ ?

ପାଠ

ସାରା ପୃଥିବୀରେ ଚାଲୁଥିବା ଆମ କାମ ପାଇଁ ପଇସା କେଉଁଠୁ ଆସେ ?

ଯେତେବେଳେ ପଇସା କଥା ଉଠେ, ଆମ ସଂଗଠନ କିପରି ଅନ୍ୟ ଧର୍ମଗୁଡ଼ିକଠାରୁ ଭିନ୍ନ ଅଟେ ?

ପାଠ

ରାଜ୍ୟଘରଗୁଡ଼ିକର ନିର୍ମାଣ କାହିଁକି ଏବଂ କିପରି କରାଯାଏ ?

ଆମ ଉପାସନାର ଜାଗାଗୁଡ଼ିକୁ ରାଜ୍ୟଘର କାହିଁକି କୁହାଯାଏ ? ଦେଖିବାକୁ ସାଧାରଣ ହୋଇଥିବା ଏହି ଘରଗୁଡ଼ିକରୁ ଆମ ମଣ୍ଡଳୀଗୁଡ଼ିକୁ କିପରି ସାହାଯ୍ୟ ମିଳିଥାଏ, ତାହା ବିଷୟରେ ଅଧିକ ଜାଣନ୍ତୁ ।

ପାଠ

ରାଜ୍ୟଘରକୁ ଭଲ ସ୍ଥିତିରେ ରଖିବା ପାଇଁ ଆମେ କʼଣ କରିପାରିବା ?

ରାଜ୍ୟଘରର ନିୟମିତ ସଫେଇ ଏବଂ ରକ୍ଷଣାବେକ୍ଷଣରେ ସାମିଲ୍‌ ହୋଇ ଆମେ ଯିହୋବାଙ୍କୁ ମହିମା ଦେଇଥାଉ । ରାଜ୍ୟଘରକୁ ସଫାସୁତୁରା ରଖିବା ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଏ ?

ପାଠ

ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?

ଆପଣ ବାଇବଲ ବିଷୟରେ ନିଜ ଜ୍ଞାନ ବଢ଼ାଇବା ପାଇଁ କିଛି ଗବେଷଣା କରିବାକୁ ଚାହିଁବେ କି ? ଆପଣ ରାଜ୍ୟଘରର ଲାଇବ୍ରେରୀର ବ୍ୟବହାର କରନ୍ତୁ   !

ପାଠ

ଆମ ୱେବ୍‌ସାଇଟ୍‌ରେ କʼଣ ମିଳିପାରିବ ?

ଆମ ବିଶ୍ୱାସ ଏବଂ କାମ ବିଷୟରେ ତଥ୍ୟ ଜାଣିବା ସହିତ ଆପଣଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରୁ ପାଇପାରିବେ ।

ଆପଣ ଯିହୋବାଙ୍କ ଇଚ୍ଛା ପୂରଣ କରିବେ କି ?

ଯିହୋବା ଆପଣଙ୍କୁ ପ୍ରକୃତରେ ପ୍ରେମ କରନ୍ତି । ଆପଣ ନିଜ ଦୈନନ୍ଦିନ ଜୀବନରେ କିପରି ଈଶ୍ୱରଙ୍କ ପ୍ରତି ନିଜ ପ୍ରେମ ଦେଖାଇପାରିବେ ?