इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

AspctStyle/stock.adobe.com

ସ୍ମାରକ ଅଭିଯାନ

ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ

ଯୀଶୁ ଯୁଦ୍ଧଗୁଡ଼ିକୁ ଶେଷ କରିଦେବେ

 ଯେବେ ଯୀଶୁ ପୃଥିବୀରେ ଥିଲେ ତେବେ ସେ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ, ଏପରିକି ସେ ତାଙ୍କ ପାଇଁ ନିଜ ଜୀବନ ମଧ୍ୟ ବଳିଦାନ କରିଦେଲେ । (ମାଥି. ୨୦:୨୮; ଯୋହ. ୧୫:୧୩) ଆଗକୁ ସେ ପୁଣିଥରେ ନିଜ ପ୍ରେମର ପ୍ରମାଣ ଦେବେ । ଆଜି ସେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ବହୁତ ଶୀଘ୍ର ‘ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରିବେ ।’—ଗୀତ. ୪୬:୯.

 ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଆଉ କʼଣ କରିବେ, ଏବିଷୟରେ ବାଇବଲରେ କʼଣ ଲେଖାଅଛି:

  •   “ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ । ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ । ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ; ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ରକ୍ତ ବହୁମୂଲ୍ୟ ହେବ ।”—ଗୀତ. ୭୨:୧୨-୧୪.

 ଯୀଶୁ ଆମ ପାଇଁ ଏପର୍ଯ୍ୟନ୍ତ ଯାହା କରିଛନ୍ତି ଆଉ ଆଗକୁ ଯାହା କରିବେ, ତାʼପାଇଁ ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ? ଲୂକ ୨୨:୧୯ ପଦରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେମାନେ ତାଙ୍କ ମୃତ୍ୟୁର ଦିନକୁ ମନେ ରଖନ୍ତୁ । ତେଣୁ ଆମେ ଯିହୋବାଙ୍କ ସାକ୍ଷୀ ପ୍ରତି ବର୍ଷ ଏକାସହ ମିଶି ଯୀଶୁଙ୍କର ମୃତ୍ୟୁର ଦିନକୁ ମନେ ପକାଉ । ଏବର୍ଷ ଆମେ ରବିବାର, ୨୪ ମାର୍ଚ୍ଚରେ ଯୀଶୁଙ୍କ ମୃତ୍ୟୁର ସ୍ମାରକ ପାଳନ କରିବା । ଆମେ ଚାହୁଁ ଯେ ଆପଣ ମଧ୍ୟ ଆମ ସହ ମିଶି ଏହି ଦିନକୁ ମନେ ପକାନ୍ତୁ ।

ସ୍ମାରକର କାର୍ଯ୍ୟକ୍ରମ କେଉଁଠି ହେବ