इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

panitan/stock.adobe.com

ସ୍ମାରକ ଅଭିଯାନ

ଯୀଶୁ ଦାରିଦ୍ରତା ଶେଷ କରିଦେବେ

ଯୀଶୁ ଦାରିଦ୍ରତା ଶେଷ କରିଦେବେ

 ଯୀଶୁ ପୃଥିବୀରେ ଥିବା ସମୟରେ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ । ସେ ବିଶେଷ କରି ସେହି ଲୋକମାନଙ୍କୁ ପ୍ରେମ କରୁଥିଲେ, ଯେଉଁମାନେ ଗରିବ ଥିଲେ ଓ ସମସ୍ୟାର ସାମନା କରୁଥିଲେ । (ମାଥିଉ ୯:୩୬) ଏପରିକି ସେ ସେମାନଙ୍କ ପାଇଁ ନିଜ ଜୀବନ ମଧ୍ୟ ବଳିଦାନ କରିଦେଲେ । (ମାଥିଉ ୨୦:୨୮; ଯୋହନ ୧୫:୧୩) ଖୁବ୍‌ ଶୀଘ୍ର ସେ ପୁଣିଥରେ ନିଜ ପ୍ରେମର ପ୍ରମାଣ ଦେବେ । ଆଜି ସେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି । ତେଣୁ ସେ ଖୁବ୍‌ ଶୀଘ୍ର ନିଜ ଅଧିକାର ଓ ଶକ୍ତିକୁ ବ୍ୟବହାର କରି ପୃଥିବୀରୁ ଦାରିଦ୍ରତା ଶେଷ କରିଦେବେ ।

 ଯୀଶୁ କʼଣ କʼଣ କରିବେ, ସେବିଷୟରେ ବାଇବଲରେ ଲେଖାଅଛି:

  •   “ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ ।”—ଗୀତସଂହିତା ୭୨:୪.

 ଯୀଶୁ ଆମ ପାଇଁ ଏବେ ଯାଏ ଯାହା କରିଛନ୍ତି ଓ ଆଗକୁ ଯାହା କରିବେ, ତାʼପାଇଁ ଆମେ କିପରି ନିଜ କୃତଜ୍ଞତା ଦେଖାଇପାରିବା ? ଲୂକ ୨୨:୧୯ ପଦରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେମାନେ ତାଙ୍କ ମୃତ୍ୟୁକୁ ମନେ ପକାନ୍ତୁ । ତେଣୁ ଆମେ ଯିହୋବାଙ୍କ ସାକ୍ଷୀମାନେ ପ୍ରତିବର୍ଷ ସାଙ୍ଗରେ ମିଶି ଯୀଶୁଙ୍କ ମୃତ୍ୟୁର ଦିନକୁ ମନେ ପକାଉ । ଏବର୍ଷ ଆମେ ରବିବାର, ୨୪ ମାର୍ଚ୍ଚ ଦିନ ଯୀଶୁଙ୍କ ମୃତ୍ୟୁର ସ୍ମାରକ ପାଳନ କରିବା । ଆମେ ଚାହୁଁ ଯେ ଆପଣ ମଧ୍ୟ ଆମ ସହ ମିଶି ଏହି ଦିନକୁ ମନେ ପକାନ୍ତୁ ।

ସ୍ମାରକର କାର୍ଯ୍ୟକ୍ରମ କେଉଁଠି ହେବ