इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

alfa27/stock.adobe.com

ସ୍ମାରକ ଅଭିଯାନ

ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ

ଯୀଶୁ ଅପରାଧଗୁଡ଼ିକୁ ଶେଷ କରିଦେବେ

 ଯୀଶୁ ଭଲଭାବେ ଜାଣନ୍ତି ଯେ ଯେବେ କୌଣସି ବ୍ୟକ୍ତି ଅପରାଧର ଶିକାର ହୁଏ କିମ୍ବା କାହାରି ସହ ଅନ୍ୟାୟ ହୁଏ, ତେବେ ତାକୁ କିପରି ଲାଗେ । ଯେବେ ସେ ଏହି ପୃଥିବୀରେ ଥିଲେ, ତେବେ ସେ ବି ଅପରାଧର ଶିକାର ହେଲେ । ତାଙ୍କ ଉପରେ ମିଛ ଆରୋପ ଲଗାଗଲା, ବିନା କାରଣରେ ମାରପିଟ୍‌ କରାଗଲା, ବେଆଇନ ଭାବେ ମକଦ୍ଦମା ଚଳାଗଲା, ଅପରାଧୀ ସାବ୍ୟସ୍ତ କରାଗଲା ଓ କଷ୍ଟଦାୟକ ମୃତ୍ୟୁ ଦିଆଗଲା । ସେ ନିର୍ଦ୍ଦୋଷ ଥିଲେ, ତଥାପି ସେ ସବୁକିଛି ଖୁସିର ସହ ସହିଗଲେ ଏବଂ “ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ” ବଳିଦାନ କରିଦେଲେ । (ମାଥିଉ ୨୦:୨୮; ଯୋହନ ୧୫:୧୩) ଆଜି ସେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି । ସେ ଖୁବ୍‌ ଶୀଘ୍ର ନ୍ୟାୟ କରିବେ ଏବଂ ସାରା ପୃଥିବୀରୁ ଅପରାଧଗୁଡ଼ିକୁ ଶେଷ କରିଦେବେ ।—ଯିଶାଇୟ ୪୨:୩.

 ଯେବେ ଯୀଶୁ ପୃଥିବୀରୁ ଅପରାଧଗୁଡ଼ିକୁ ଶେଷ କରିଦେବେ, ତେବେ ପରିସ୍ଥିତି କିପରି ହେବ ? ସେବିଷୟରେ ବାଇବଲରେ ଲେଖାଅଛି:

  •   “ଦୁଷ୍ଟଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ । ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତି ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ ।”—ଗୀତସଂହିତା ୩୭:୧୦, ୧୧.

 ଯୀଶୁ ଆମ ପାଇଁ ଏବେ ଯାଏ ଯାହା କରିଛନ୍ତି ଓ ଆଗକୁ ଯାହା କରିବେ, ତାʼପାଇଁ ଆମେ କିପରି ନିଜ କୃତଜ୍ଞତା ଦେଖାଇପାରିବା ? ଲୂକ ୨୨:୧୯ ପଦରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେମାନେ ତାଙ୍କ ମୃତ୍ୟୁକୁ ମନେ ପକାନ୍ତୁ । ତେଣୁ ଆମେ ଯିହୋବାଙ୍କ ସାକ୍ଷୀମାନେ ପ୍ରତିବର୍ଷ ସାଙ୍ଗରେ ମିଶି ଯୀଶୁଙ୍କ ମୃତ୍ୟୁର ଦିନକୁ ମନେ ପକାଉ । ଏବର୍ଷ ଆମେ ରବିବାର, ୨୪ ମାର୍ଚ୍ଚ ଦିନ ଯୀଶୁଙ୍କ ମୃତ୍ୟୁର ସ୍ମାରକ ପାଳନ କରିବା । ଆମେ ଚାହୁଁ ଯେ ଆପଣ ମଧ୍ୟ ଆମ ସହ ମିଶି ଏହି ଦିନକୁ ମନେ ପକାନ୍ତୁ ।

ସ୍ମାରକର କାର୍ଯ୍ୟକ୍ରମ କେଉଁଠି ହେବ