इस जानकारी को छोड़ दें

ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?

ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?

ଆମ ପୃଥିବୀର ପରିସ୍ଥିତି କି . . .

  • ଯେମିତି କୁ ସେମିତି ରହିବ?

  • ଆହୁରି ଖରାପ ହେବ?

  • ନା ଭଲ ହେବ?

ବାଇବଲ କʼଣ କହେ

“ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୪, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଉପଯୁକ୍ତ ଏବଂ ସନ୍ତୋଷଜନକ କାମ ଥିବ ।—ଯିଶାଇୟ ୬୫:୨୧-୨୩.

କୌଣସି ପ୍ରକାର ରୋଗ ଓ ଦୁଃଖକଷ୍ଟ ରହିବ ନାହିଁ ।—ଯିଶାଇୟ ୨୫:୮; ୩୩:୨୪.

ସବୁବେଳ ପାଇଁ ପରିବାର ଓ ନିଜ ବନ୍ଧୁ-ବାନ୍ଧବଙ୍କ ମଧ୍ୟରେ ସୁଖ ଶାନ୍ତି ରହିବ ।—ଗୀତସଂହିତା ୩୭:୧୧, ୨୯.

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱରଙ୍କ ନିଜ ପ୍ରତିଜ୍ଞାକୁ ପୂରା କରିବାପାଇଁ କ୍ଷମତା ଅଛି । ଈଶ୍ୱରଙ୍କ ପାଖରେ ଅସୀମ ଶକ୍ତି ରହିଛି ତେଣୁ ବାଇବଲରେ ଯିହୋବାଙ୍କୁ “ସର୍ବଶକ୍ତିମାନ ଈଶ୍ୱର” କୁହାଯାଇଛି  (ପ୍ରକାଶିତ ବାକ୍ୟ ୧୫:୩) ଏଣୁ ସେ ପୃଥିବୀର ପରିସ୍ଥିତିକୁ ପରିବର୍ତ୍ତନ କରିବେ  ସେଥିପାଇଁ ବାଇବଲ କହେ ଯେ ଈଶ୍ୱରଙ୍କ ପାଇଁ “ସମସ୍ତ ସାଧ୍ୟ” ଅଟେ ମାଥିଉ ୧୯:୨୬.

  • ଈଶ୍ୱର ନିଜ ପ୍ରତିଜ୍ଞାକୁ ପୂରା କରିବା ପାଇଁ ଇଚ୍ଛୁକ । ଉଦାହରଣ ସ୍ୱରୂପ, ଯିହୋବା ମରିଥିବା ଲୋକଙ୍କୁ ପୁଣି ଜୀବିତ କରିବେ କାରଣ ସେ ସେମାନଙ୍କୁ “କରୁଣା” ଦେଖାଇବେ ଆୟୁବ ୧୪:୧୪, ୧୫.

    ବାଇବଲରେ ଏହା ମଧ୍ୟ ଲେଖା ଯାଇଛି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ରୋଗୀଙ୍କୁ ସୁସ୍ଥ କରିଲେ  ସେ କାହିଁକି କଲେ? କାରଣ ସେ ଏହା କରିବାକୁ ଇଚ୍ଛା କରୁଥିଲେ  (ମାର୍କ ୧:୪୦, ୪୧) ଯିହୋବାଙ୍କ ପରି ଯୀଶୁ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଯୋହନ ୧୪:୯.

    ତେଣୁ ଆମେ ନିଶ୍ଚିତ ହେବା ଯେ ଯିହୋବା ଓ ଯୀଶୁ ଦୁହେଁ ଚାହଁନ୍ତି ଭବିଷ୍ୟତରେ ଆମେ ସଦାକାଳ ପାଇଁ ଖୁସୀରେ ରହୁ ଗୀତସଂହିତା ୭୨:୧୨-୧୪; ୧୪୫:୧୬; ୨ ପିତର ୩:୯.

ଏହା ଭାବି ଦେଖନ୍ତୁ

ଈଶ୍ୱର କିପରି ପୃଥିବୀର ପରିସ୍ଥିତିକୁ ପରିବର୍ତ୍ତନ କରିବେ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ମାଥିଉ ୬:୯, ୧୦ ଏବଂ ଦାନିୟେଲ ୨:୪୪.