इस जानकारी को छोड़ दें

ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?

ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?

ଆପଣଙ୍କ ମତରେ କି . . .

  • ଈଶ୍ୱର?

  • ମନୁଷ୍ୟ?

  • ନା ଶୟତାନ?

ବାଇବଲ କʼଣ କହେ

“ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ ।”—୧ ଯୋହନ ୫:୧୯.

“ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ ।”—୧ ଯୋହନ ୩:୮, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଏହା ପୃଥିବୀର ସମସ୍ୟାର ଯୁକ୍ତିଯୁକ୍ତ ପ୍ରମାଣ ଦିଏ ।—ପ୍ରକାଶିତ ବାକ୍ୟ ୧୨:୧୨.

ପୃଥିବୀର ପରିସ୍ଥିତିର ପରିବର୍ତ୍ତନ ହେବାର ପ୍ରକୃତ କାରଣଗୁଡ଼ିକକୁ ବର୍ଣ୍ଣନା କରେ ।—୧ ଯୋହନ ୨:୧୭.

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ତିନୋଟି କାରଣ ଦେଖିବା:

  • ଶୟତାନର ଶାସନ ଶେଷ ହେବ । ମାନବଜାତି ଉପରେ ଶୟତାନର ଶାସନକୁ ସମାପ୍ତି କରିବାପାଇଁ ଯିହୋବା ସ୍ଥିର କରିଛନ୍ତି । ସେ ପ୍ରତିଜ୍ଞା କରିଛନ୍ତି ଯେ “ଶୟତାନକୁ ବିନାଶ” କରିବେ ଏବଂ ଶୟତାନ ମାନବଜାତିର ଯାହା ଯାହା କ୍ଷତି କରିଛି ତାହା ସେ ପୁଣି ଥରେ ଠିକ୍‌ କରିବେ ।—ଏବ୍ରୀ ୨:୧୪.

  • ଯୀଶୁଙ୍କୁ ପୃଥିବୀ ଉପରେ ଶାସନ କରିବା ପାଇଁ ଈଶ୍ୱର ଅଧିକାର ଦେଇଛନ୍ତି । ପୃଥିବୀର ନିଷ୍ଠୁର ଓ ସ୍ୱାର୍ଥପର ଶାସକଙ୍କ ଠାରୁ ଯୀଶୁଙ୍କ ଶାସନ ସମ୍ପୂର୍ଣ୍ଣ ଭିନ୍ନ ହେବ । ଯୀଶୁଙ୍କ ଶାସନ ବିଷୟରେ, ଈଶ୍ୱର କହନ୍ତି: “ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ ।”—ଗୀତସଂହିତା ୭୨:୧୩, ୧୪.

  • ଈଶ୍ୱର କେବେ ମିଛ କହନ୍ତି ନାହିଁ । ବାଇବଲ କହେ ଯେ ଈଶ୍ୱରଙ୍କ ପାଇଁ “ମିଥ୍ୟା କହିବା ଅସମ୍ଭବ ।” (ଏବ୍ରୀ ୬:୧୮) ଯିହୋବା ଯେବେ କିଛି କରିବା ପାଇଁ ପ୍ରତିଜ୍ଞା କରନ୍ତି, ତାହା ମାନି ନିଅ ଯେ ପୂରା ହୋଇଗଲା । (ଯିଶାଇୟ ୫୫:୧୦, ୧୧) “ଏହି ଜଗତର ଅଧିପତିକୁ ବାହାରେ ପକାଯିବ ।ଯୋହନ ୧୨:୩୧.

ଏହା ଭାବି ଦେଖନ୍ତୁ

ପୃଥିବୀର ଶାସକ, ଶୟତାନକୁ ବାହର କରି ଦିଆଗଲା ପରେ ପରିସ୍ଥିତି କିପରି ହେବ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଗୀତସଂହିତା ୩୭:୧୦, ୧୧ ଏବଂ ପ୍ରକାଶିତ ବାକ୍ୟ ୨୧:୩, ୪.