इस जानकारी को छोड़ दें

ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?

ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?

ଆପଣଙ୍କ ମତରେ କʼଣ . . .

  • ହଁ ?

  • ନାହିଁ ?

  • ହୋଇପାରେ ?

ବାଇବଲ କʼଣ କହେ

“ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।”—ପ୍ରକାଶିତ ବାକ୍ୟ ୨୧:୪, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ଈଶ୍ୱର ଭରସା ଦେଇ କହନ୍ତି ଯେ ଆମ ଦୁଃଖକଷ୍ଟ ପାଇଁ ସେ ଦାୟୀ ନୁହଁନ୍ତି ।—ଯାକୁବ ୧:୧୩.

ଆମ ଦୁଃଖକଷ୍ଟକୁ ଯେ ଈଶ୍ୱର ଅନୁଭବ କରନ୍ତି ଏହା ଜାଣି ଆମକୁ ସାନ୍ତ୍ୱନା ମିଳେ ।—ଯିଖରିୟ ୨:୮.

ସମସ୍ତ ଦୁଃଖକଷ୍ଟ ସମାପ୍ତି ହେବାର ଆଶା ।—ଗୀତସଂହିତା ୩୭:୯-୧୧.

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି ?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱର ଦୁଃଖକଷ୍ଟ ଓ ଅନ୍ୟାୟକୁ ଘୃଣା କରନ୍ତି । ଉଦାହରଣ ସ୍ୱରୂପ, ଅତୀତରେ ଯେତେବେଳେ ନିଜ ଲୋକମାନଙ୍କୁ ତାଡ଼ନା ଦିଆ ଯାଉଥିଲା, ସେତେବେଳେ ଯିହୋବା କିପରି ଅନୁଭବ କରୁଥିଲେ ତାହା ଭାବି ଦେଖନ୍ତୁ । ବାଇବଲ କହେ ଯେ “ଉପଦ୍ରବ ଓ ତାଡ଼ନାକାରୀମାନଙ୍କ ସକାଶୁ ସେମାନେ ଯେଉଁ କାତରୋକ୍ତି କଲେ, ତହିଁ ହେତୁ ସଦାପ୍ରଭୁ ସଦୟ ହେଲେ ।”—ବିଚାରକର୍ତ୍ତା ୨:୧୮.

    ଅନ୍ୟମାନଙ୍କୁ ତାଡ଼ନା ଦେବା ଲୋକଙ୍କୁ ଯିହୋବା ପସନ୍ଦ କରନ୍ତି ନାହିଁ । ବାଇବଲ କହେ ଯେ ‘ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତକୁ’ ଯିହୋବା ଈଶ୍ୱର ଘୃଣା କରନ୍ତି ।—ହିତୋପଦେଶ ୬:୧୬, ୧୭.

  • ଈଶ୍ୱର ଆମ ସମସ୍ତଙ୍କର ବ୍ୟକ୍ତିଗତ ଭାବେ ଯତ୍ନ ନିଅନ୍ତି । କେବଳ ଯେ ଜଣେ ବ୍ୟକ୍ତି “ଆପଣା ପୀଡ଼ା ଓ ଦୁଃଖ ଜାଣି” ପାରେ ତାହା ନୁହେଁ, ଏହା ଯିହୋବା ମଧ୍ୟ ଜାଣି ପାରନ୍ତି ।—୨ ବଂଶାବଳି ୬:୨୯, ୩୦.

    ଯିହୋବା ନିଜ ରାଜ୍ୟ ଦ୍ୱାରା ଅତି ଶୀଘ୍ର ସମସ୍ତଙ୍କର ବ୍ୟକ୍ତିଗତ ଦୁଃଖକଷ୍ଟକୁ ଦୂର କରିବେ । (ମାଥିଉ ୬:୯, ୧୦) ଯେପର୍ଯ୍ୟନ୍ତ ତାହାଙ୍କ ରାଜ୍ୟ ନ ଆସିଛି ସେପର୍ଯ୍ୟନ୍ତ ସେ ତାହାଙ୍କୁ ଖୋଜୁଥିବା ଲୋକଙ୍କୁ ସାନ୍ତ୍ୱନା ଦେଉଥିବେ ।—ପ୍ରେରିତ ୧୭:୨୭; ୨ କରିନ୍ଥୀୟ ୧:୩, ୪.

ଏହା ଭାବି ଦେଖନ୍ତୁ

ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଅନୁମତି ଦେଲେ ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ରୋମୀୟ ୫:୧୨ ଏବଂ ୨ ପିତର ୩:୯.