इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିଜ ଲୋକଙ୍କୁ ହରାଇବାର ଦୁଃଖ କିପରି ସହିବା ?

ଦୁଃଖୀ ଲୋକଙ୍କ ପାଇଁ ପ୍ରକୃତ ସାନ୍ତ୍ୱନା

ଦୁଃଖୀ ଲୋକଙ୍କ ପାଇଁ ପ୍ରକୃତ ସାନ୍ତ୍ୱନା

ନିଜ ଲୋକଙ୍କୁ ମୃତ୍ୟୁରେ ହରାଇବାର ଦୁଃଖ କʼଣ ହୋଇଥାଏ, ଏବିଷୟରେ କିଛି ସମୟ ପୂର୍ବେ ଅନେକ ଲୋକ ଅନୁସନ୍ଧାନ କଲେ । ଯେପରି ଆମେ ପୂର୍ବରୁ ଦେଖିଲୁ, ଏବିଷୟରେ ବିଶେଷଜ୍ଞମାନେ ଯେଉଁ ପରାମର୍ଶ ଦିଅନ୍ତି, ସେମଧ୍ୟରୁ ଅଧିକାଂଶ ପରାମର୍ଶଗୁଡ଼ିକ ବାଇବଲ ସିଦ୍ଧାନ୍ତ ସହ ମେଳ ଖାଏ । ଏଥିରୁ ଜଣାପଡ଼େ ଯେ ଏହି ପ୍ରାଚୀନ ବହିର ପରାମର୍ଶ, ସବୁ ସମୟର ଲୋକମାନଙ୍କ ପାଇଁ ଲାଭଦାୟକ ଅଟେ । ଏଥିରେ କେବଳ ଦୁଃଖରୁ ବାହାରିବା ପାଇଁ ଭଲ ପରାମର୍ଶ ଦିଆଯାଇନାହିଁ, ବରଂ ଏପରି ଆହୁରି ପରାମର୍ଶ ବି ଦିଆଯାଇଛି ଯାହା ଆମକୁ ଆଉ କେଉଁଠି ବି ମିଳିବ ନାହିଁ । ଏଥିରୁ ଦୁଃଖୀ ଲୋକମାନଙ୍କୁ ବହୁତ ସାନ୍ତ୍ୱନା ମିଳିପାରେ ।

  • ଆମେ ଯାହାକୁ ହରାଇଛୁ, ସେମାନେ କୌଣସି କଷ୍ଟ ପାଉନାହାନ୍ତି

    ଶାସ୍ତ୍ର କହେ, “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” (ଉପଦେଶକ ୯:୫) ‘ସେମାନଙ୍କ ସଙ୍କଳ୍ପସବୁ ନଷ୍ଟ ହୁଏ ।’ (ଗୀତସଂହିତା ୧୪୬:୪) ଶାସ୍ତ୍ରରେ ମୃତ୍ୟୁର ତୁଳନା ଗଭୀର ନିଦ ସହ କରାଯାଇଛି ।—ଯୋହନ ୧୧:୧୧.

  • ଈଶ୍ୱରଙ୍କ ଉପରେ ବିଶ୍ୱାସ ଥିଲେ ସାନ୍ତ୍ୱନା ମିଳେ

    ବାଇବଲ କହେ, “ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି ।” (ଗୀତସଂହିତା ୩୪:୧୫) ପ୍ରାର୍ଥନା କରିବାର ଅର୍ଥ ଏହା ନୁହେଁ ଯେ ଆମେ କେବଳ ନିଜ ଦୁଃଖ ଓ ଚିନ୍ତା ଜଣାଉ । ବରଂ ଏହାର ଅର୍ଥ ହେଉଛି, ଆମେ ଈଶ୍ୱରଙ୍କ ସହ ମନଖୋଲି କଥା ହେଉ, ଯାହାଫଳରେ ତାଙ୍କ ସହ ଆମର ଏକ ସମ୍ପର୍କ ଗଢ଼ି ଉଠେ ଆଉ ସେ ଆମକୁ ସାନ୍ତ୍ୱନା ଦିଅନ୍ତି ।

  • ଆଗକୁ ଭବିଷ୍ୟତ ଭଲ ହେବ

    ଶାସ୍ତ୍ରରେ ଲେଖାଯାଇଛି ଯେ ଆଜି ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନେ ଭବିଷ୍ୟତରେ ପୁଣି ଜୀବିତ ହେବେ । ଏହି କଥା ଶାସ୍ତ୍ରରେ ଅନେକ ଥର କୁହାଯାଇଛି । ସେସମୟରେ ଈଶ୍ୱର ଆମର “ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବନାହିଁ ।”—ପ୍ରକାଶିତ ବାକ୍ୟ ୨୧:୩, ୪.

ଅନେକ ଲୋକ ଯିହୋବାଙ୍କ ଏହି ପ୍ରତିଜ୍ଞାକୁ ଭରସା କରନ୍ତି ଯେ ସେମାନେ ଯାହାକୁ ହରାଇଛନ୍ତି, ସେମାନେ ପୁଣି ଜୀବିତ ହେବେ । ଏହି କଥାରୁ ସେମାନଙ୍କୁ ନିଜ ଦୁଃଖ ସହିବା ପାଇଁ ଶକ୍ତି ମିଳେ । ଏନ୍‌ଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ ଯିଏ ନିଜ ସ୍ୱାମୀଙ୍କୁ ମୃତ୍ୟୁରେ ହରାଇଥିଲେ । ସେମାନେ ଜୀବନର ୬୫ ବର୍ଷ ସାଙ୍ଗରେ ବିତାଇଥିଲେ । ଏନ୍‌ କହନ୍ତି, “ବାଇବଲ ପଢ଼ି ମୋତେ ବିଶ୍ୱାସ ହୋଇଗଲା ଯେ ମୃତ୍ୟୁ ପରେ ଆମ ଲୋକେ କୌଣସି କଷ୍ଟ ପାଆନ୍ତି ନାହିଁ, ବରଂ ଈଶ୍ୱର ସେମାନଙ୍କୁ ମନେ ରଖିଛନ୍ତି ଆଉ ଦିନେ ତାଙ୍କୁ ପୁଣି ଜୀବିତ କରିବେ ।” ଯେବେ ବି ମୋତେ ମୋ ସ୍ୱାମୀଙ୍କ କଥା ମନେପଡ଼େ, ତେବେ ଏହି କଥାରୁ ମୋତେ ବହୁତ ସାହସ ମିଳେ । ତେଣୁ ମୁଁ ଜୀବନର ଏତେ ବଡ଼ ଦୁଃଖ ସହିପାରୁଛି ।

ଟିନା, ଯାହା ବିଷୟରେ ଆମେ ପୂର୍ବରୁ ଦେଖିଥିଲୁ, କହନ୍ତି, “ତନ୍ମୟଙ୍କ ମୃତ୍ୟୁ ପରେ ମୁଁ ଅନୁଭବ କଲି ଯେ ଯିହୋବା ସବୁବେଳେ ମୋତେ ସମ୍ଭାଳୁଛନ୍ତି । ଦୁଃଖର ଏହି ସମୟରେ ସେ ମୋତେ କେବେ ବି ଏକୁଟିଆ ଛାଡ଼ିଲେନି । ମୁଁ ତାଙ୍କ ପ୍ରତିଜ୍ଞା ଉପରେ ପୂରା ଭରସା କରେ ଯେ ଆମେ ଯାହାକୁ ହରାଇଛୁ ସେ ପୁଣି ଜୀବିତ ହେବେ । ଏଥିରୁ ମୋତେ ସେଦିନ ଯାଏଁ ନିଜକୁ ସମ୍ଭାଳିବା ପାଇଁ ସାହସ ମିଳେ ଯେବେ ମୁଁ ତନ୍ମୟଙ୍କୁ ପୁଣି ଦେଖିବି ।”

ଲକ୍ଷ ଲକ୍ଷ ଲୋକଙ୍କୁ ବାଇବଲରେ ଦିଆଯାଇଥିବା ପରାମର୍ଶରୁ ସାନ୍ତ୍ୱନା ମିଳିଛି । ସେମାନଙ୍କୁ ପୂରା ଭରସା ଅଛି ଯେ ଏଥିରେ ଲେଖାଯାଇଥିବା ପରାମର୍ଶଗୁଡ଼ିକ ସତ ଅଟେ । ହୁଏତ ଆପଣଙ୍କୁ ଲାଗିପାରେ ଯେ ଏହା ଏକ କାହାଣୀ କିମ୍ବା ସ୍ୱପ୍ନ ହୋଇଥିବ । କିନ୍ତୁ ଏହାର ପ୍ରମାଣ ରହିଛି ଯେ ବାଇବଲରେ ଦିଆଯାଇଥିବା ପରାମର୍ଶ ଓ ଏଥିରେ ଥିବା ପ୍ରତିଜ୍ଞା ଭରସାଯୋଗ୍ୟ ଅଟେ । ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଆପଣ ଏହି ପ୍ରମାଣଗୁଡ଼ିକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ହୁଏତ ଆପଣଙ୍କୁ ବି ନିଜ ଦୁଃଖ ସହିବା ପାଇଁ ସାହାଯ୍ୟ ମିଳିବ ।

ଜାଣନ୍ତୁ ଯେ ଆମେ ଯାହାକୁ ମୃତ୍ୟୁରେ ହରାଇଛୁ, ସେମାନଙ୍କୁ କିପରି ଜୀବନ ମିଳିବ

ଆମ ୱେବ୍‌ସାଇଟ୍‌ jw.org ରେ ଏବିଷୟରେ କିଛି ଭିଡିଓ ଦିଆଯାଇଛି

ବାଇବଲରେ ଲେଖାଅଛି ଯେ ଦିନେ ଆମେ ଯାହାକୁ ମୃତ୍ୟୁରେ ହରାଇଛୁ ତାଙ୍କୁ ପୁଣି ଭେଟିବା

ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନେ କେଉଁ ଅବସ୍ଥାରେ ଅଛନ୍ତି ?

ମୃତ୍ୟୁ ପରେ ମଣିଷର କʼଣ ହୁଏ ? ବାଇବଲ ଏବିଷୟରେ ଯାହା ଶିଖାଏ, ତାହା ଜାଣି ବହୁତ ସାନ୍ତ୍ୱନା ମିଳେ

ଲାଇବ୍ରେରୀ > ଭିଡିଓ ଭାଗରେ ଦେଖନ୍ତୁ (ଭିଡିଓ: ବାଇବଲ)

କʼଣ ଆପଣ ଖୁସିର ଖବର ଶୁଣିବାକୁ ଚାହିଁବେ ?

ଆଜିକାଲି ଚାରିଆଡ଼େ ଖରାପ ଖବର ଶୁଣିବାକୁ ମିଳେ । ଏପରି ସମୟରେ କʼଣ ଆମକୁ କେଉଁଠୁ ଭଲ ଖବର ଶୁଣିବା ପାଇଁ ମିଳିପାରେ ?

ବାଇବଲରୁ ଜାଣନ୍ତୁ > ସୁଖ ଓ ଶାନ୍ତି ଭାଗରେ ଦେଖନ୍ତୁ