इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ମୋ ଡଗିମାନଙ୍କ ପାଇଁ ବିସ୍କୁଟ

ମୋ ଡଗିମାନଙ୍କ ପାଇଁ ବିସ୍କୁଟ

ନିକ୍‌ ଆମେରିକାର ଓରେଗୋନ ରାଜ୍ୟରେ ରହନ୍ତି । ସେ କହନ୍ତି, “ଏହା ୨୦୧୪ର କଥା । ମୋର ଦୁଇଟି ଡଗି ଥିଲେ, ଯେଉଁମାନଙ୍କୁ ମୁଁ ସହରର ବିଜନେସ୍‌ ଅଞ୍ଚଳରେ ବୁଲାଇବା ପାଇଁ ନେଉଥିଲି । ସେଇଠି ମୁଁ ପ୍ରାୟ ଯିହୋବାଙ୍କ ସାକ୍ଷୀମାନଙ୍କୁ ଦେଖୁଥିଲି । ସେମାନେ ସେଇଠି କାର୍ଟ ଲଗାଇ ଛିଡ଼ା ହେଉଥିଲେ । ମୁଁ ଦେଖୁଥିଲି ଯେ ସେମାନେ ସବୁବେଳେ ସଫାସୁତୁରା ଆଉ ଭଲ କପଡ଼ା ପିନ୍ଧୁଥିଲେ ଆଉ ଯିବା ଆସିବା କରୁଥିବା ଲୋକମାନଙ୍କୁ ଖୁସିର ସହ ଦେଖୁଥିଲେ ।

ସେମାନେ ମୋ ଦୁଇଟି ଯାକ ଡଗିକୁ ଭଲ ପାଉଥିଲେ । ଦିନେ ଇଲେନ ନାମକ ଜଣେ ସାକ୍ଷୀ କାର୍ଟ ପାଖରେ ଛିଡ଼ା ହୋଇଥିଲେ ଆଉ ସେ ମୋ ଡଗିମାନଙ୍କୁ ବିସ୍କୁଟ ଖୁଆଇଲେ । ତାʼପରେ ଯେବେ ବି ଆମେ ସେଇ ରାସ୍ତା ଦେଇ ଯାଉଥିଲୁ ମୋ ଡଗିମାନେ ମୋତେ ଟାଣିକି ସେଇଠି ନେଉଥିଲେ, କାରଣ ସେମାନେ ଜାଣିଥିଲେ ଯେ ସେମାନଙ୍କୁ ସେଇଠି ବିସ୍କୁଟ ମିଳିବ ।

କିଛି ମାସ ଯାଏ ଏପରି ହିଁ ଚାଲିଲା । ମୋ ଡଗିମାନଙ୍କୁ ବିସ୍କୁଟ ଖାଇବାରେ ମଜା ଲାଗୁଥିଲା ଆଉ ସେହି ସମୟରେ ମୁଁ ସାକ୍ଷୀମାନଙ୍କ ସହିତ ଟିକେ କଥା ହୋଇଯାଉଥିଲି । କିନ୍ତୁ ମୁଁ ସେମାନଙ୍କ ସହିତ ବହୁତ ବେଶି କଥା ହେଉ ନ ଥିଲି, କାରଣ ମୁଁ ଠିକ୍‌ ଭାବେ ଜାଣି ନ ଥିଲି ଯେ ସାକ୍ଷୀମାନେ କʼଣ ମାନନ୍ତି ଆଉ ଏମିତି ବି ମୋ ବୟସ ୭୦ରୁ ଅଧିକ ହୋଇଯାଇଥିଲା । ତାʼସହ ମୋତେ ଲାଗୁଥିଲା ଯେ କେବଳ ବାଇବଲ ପଢ଼ିବା ଯଥେଷ୍ଟ, କାରଣ ଅନେକ ଚର୍ଚ୍ଚ ଉପରୁ ମୋ ଭରସା ଉଠିଯାଇଥିଲା ।

ସେସମୟରେ ମୁଁ ସହରର ଅନ୍ୟ ଜାଗାଗୁଡ଼ିକରେ ମଧ୍ୟ ଅନେକ ସାକ୍ଷୀମାନଙ୍କୁ ଦେଖିଲି । ସେମାନେ ବି କାର୍ଟ ଲଗାଇ ଛିଡ଼ା ହେଉଥିଲେ ଆଉ ସମସ୍ତଙ୍କ ସହିତ ଭଲଭାବେ କଥାବାର୍ତ୍ତା କରୁଥିଲେ । ମୁଁ ସେମାନଙ୍କୁ ଯାହା ବି ପ୍ରଶ୍ନ ପଚାରୁଥିଲି, ସେମାନେ ତାର ଉତ୍ତର ବାଇବଲରୁ ଦେଉଥିଲେ । ତେଣୁ ଧିରେ ଧିରେ ସେମାନଙ୍କ ଉପରେ ମୋ ବିଶ୍ୱାସ ବଢ଼ିବାକୁ ଲାଗିଲା ।

ଦିନେ ଇଲେନ ମୋତେ ପଚାରିଲେ, ‘କʼଣ ଆପଣଙ୍କୁ ଲାଗେ ଯେ ଈଶ୍ୱର ପଶୁପକ୍ଷୀମାନଙ୍କୁ ଆମ ଖୁସି ପାଇଁ ସୃଷ୍ଟି କରିଛନ୍ତି ?’ ମୁଁ କହିଲି, ‘ହଁ ’ । ତାʼପରେ ସେ ମୋତେ ଯିଶାଇୟ ୧୧:୬-୯ ପଦ ଦେଖାଇଲେ । ତାʼପରଠୁ ମୁଁ ବାଇବଲ ବିଷୟରେ ଆହୁରି ଜାଣିବାକୁ ଚାହୁଁଥିଲି । କିନ୍ତୁ ଏବେ ବି ମୁଁ ସାକ୍ଷୀମାନଙ୍କଠାରୁ ବହି ଓ ପତ୍ରିକା ନେବାକୁ ଚାହୁଁ ନ ଥିଲି ।

ତାʼପରେ କିଛି ଦିନ ଯାଏ ଇଲେନ ଓ ତାଙ୍କ ସ୍ୱାମୀ ବ୍ରେଟ୍‌ଙ୍କ ସହ ମୋ କଥାବାର୍ତ୍ତା ଭଲ ଚାଲିଲା । ଆମେ କମ୍‌ ସମୟ ଯାଏ କଥାବାର୍ତ୍ତା କରୁଥିଲୁ କିନ୍ତୁ ସେଥିରୁ ମୁଁ ବାଇବଲରୁ ବହୁତ କିଛି ଶିଖିପାରିଲି । ସେମାନେ ମୋତେ କହିଲେ ଯେ ଭଲ ହେବ ଯଦି ମୁଁ ମାଥିଉ ବହିରୁ ପ୍ରେରିତ ବହି ଯାଏଁ ପଢ଼ିକି ଦେଖିବି, ଯେଉଁଥିରୁ ମୁଁ ଜାଣିପାରିବି ଯେ ଯୀଶୁଙ୍କ ଶିଷ୍ୟ ହେବାର ପ୍ରକୃତ ଅର୍ଥ କʼଣ । ମୁଁ ସେହି ବହିଗୁଡ଼ିକ ପଢ଼ିଲି । ତାʼର କିଛି ସମୟ ପରେ ମୁଁ ବ୍ରେଟ୍‌ ଓ ଇଲେନଙ୍କ ସହ ବାଇବଲ ଅଧ୍ୟୟନ ଆରମ୍ଭ କରିଦେଲି । ଏହା ୨୦୧୬ର କଥା ।

ପ୍ରତି ସପ୍ତାହ ମୋତେ ବାଇବଲ ଅଧ୍ୟୟନ କରିବା ଓ ସଭାକୁ ଯିବା ବହୁତ ଭଲ ଲାଗୁଥିଲା । ଏବେ ଯାଇ ମୁଁ ଶିଖୁଥିଲି ଯେ ବାଇବଲରେ ପ୍ରକୃତରେ କʼଣ ଲେଖାଅଛି । ତାହା ଜାଣି ମୋତେ ବହୁତ ଖୁସି ଲାଗୁଥିଲା । ତାʼର ପ୍ରାୟ ଗୋଟିଏ ବର୍ଷ ପରେ ମୁଁ ବାପ୍ତିସ୍ମ ନେଲି ଆଉ ଯିହୋବାଙ୍କ ସାକ୍ଷୀ ହୋଇଗଲି । ଆଜି ମୁଁ ୭୯ ବର୍ଷର ଅଟେ, ଆଉ ଏବେ ମୁଁ ପୂରା ବିଶ୍ୱାସର ସହ କହିପାରିବି ଯେ ମୋତେ ସଠିକ୍‌ ରାସ୍ତା ମିଳିଯାଇଛି । ମୁଁ ଯିହୋବାଙ୍କୁ ବହୁତ ଧନ୍ୟବାଦ ଦିଏ ଯେ ସେ ମୋତେ ତାଙ୍କ ପରିବାରର ଭାଗ ହେବାର ସୁଯୋଗ ଦେଇଛନ୍ତି ।”