इस जानकारी को छोड़ दें

ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପାଇଁ ନିର୍ଦ୍ଦେଶ

ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପାଇଁ ନିର୍ଦ୍ଦେଶ

ବିଷୟ ସୂଚୀ

. ଏଥିରେ ଦିଆଯାଇଥିବା ପରାମର୍ଶଗୁଡ଼ିକ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭାରେ ଭାଗ ନେଉଥିବା ସମସ୍ତଙ୍କୁ ସାହାଯ୍ୟ କରିବ । ଯେଉଁମାନଙ୍କ ଭାଗ ଥାଏ ସେମାନେ ନିଜ ଭାଗ ପ୍ରସ୍ତୁତ କରିବା ପୂର୍ବରୁ ଜୀବନ ଓ ସେବା ସଭା ପୁସ୍ତିକାରେ ଓ ଏହି ଡକ୍ୟୁମେଣ୍ଟ୍‌ରେ ତାଙ୍କ ଭାଗ ସହ ଜଡ଼ିତ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲଭାବେ ପଢ଼ିବା ଉଚିତ୍‌ । ସମସ୍ତ ପ୍ରଚାରକଙ୍କୁ ପ୍ରୋତ୍ସାହନ ଦିଅନ୍ତୁ ଯେ ବିଦ୍ୟାର୍ଥୀ ଭାଗଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ସେମାନେ ଉପସ୍ଥିତ ରହିବା ଉଚିତ୍‌ । ଯେଉଁମାନେ ମଣ୍ଡଳୀ ସହିତ ନିୟମିତ ଭାବେ ସଙ୍ଗତି କରୁଛନ୍ତି, ବାଇବଲର ଶିକ୍ଷାଗୁଡ଼ିକ ସହିତ ସହମତ ଅଛନ୍ତି ଏବଂ ଖ୍ରୀଷ୍ଟିୟାନ ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ ଜୀବନଯାପନ କରୁଛନ୍ତି, ସେମାନେ ମଧ୍ୟ ଭାଗ ନେଇପାରିବେ । ଯିଏ ପ୍ରଚାରକ ନୁହନ୍ତି ଓ ବିଦ୍ୟାର୍ଥୀ ଭାଗରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରନ୍ତି, ତେବେ ଜୀବନ ଓ ସେବା ସଭାର ଅଧ୍ୟକ୍ଷ ତାଙ୍କ ସହ ସେହି ଯୋଗ୍ୟତାଗୁଡ଼ିକ ଉପରେ ଆଲୋଚନା କରିବେ ଯାହା ବିଦ୍ୟାର୍ଥୀ ଭାଗରେ ଭାଗ ନେବା ପାଇଁ ଜରୁରୀ । ଯଦି ସେହି ବ୍ୟକ୍ତି ଜଣକ ଯୋଗ୍ୟତାଗୁଡ଼ିକୁ ପୂରଣ କରନ୍ତି, ତେବେ ତାଙ୍କୁ ଜଣାନ୍ତୁ ଯେ ସେ ବିଦ୍ୟାର୍ଥୀ ଭାଗରେ ଭାଗ ନେଇପାରିବେ । ଯିଏ ଏହି ବ୍ୟକ୍ତିଙ୍କର ବାଇବଲ ଅଧ୍ୟୟନ କରୁଛନ୍ତି (ବା ତାଙ୍କର ବାପାମାଆ ଯିଏ ସତ୍ୟରେ ଅଛନ୍ତି), ସେ ମଧ୍ୟ ଏହି ଆଲୋଚନା ସମୟରେ ଉପସ୍ଥିତ ରହିବେ । ବାପ୍ତିସ୍ମ ରହିତ ପ୍ରଚାରକ ହେବା ପାଇଁ ଯେଉଁ ଯେଉଁ ଯୋଗ୍ୟତା ଆବଶ୍ୟକ, ସେହି ଯୋଗ୍ୟତାଗୁଡ଼ିକ ମଧ୍ୟ ବିଦ୍ୟାର୍ଥୀ ଭାଗରେ ଭାଗ ନେବା ପାଇଁ ଆବଶ୍ୟକ ।—ସଙ୍ଗଠିତ (ହିନ୍ଦୀ) ଅଧ୍ୟା. ୮ ପାରା. ୮.

 ପ୍ରାରମ୍ଭିକ ଟିପ୍ପଣୀ

. ଏକ ମିନିଟ୍‌ । ପ୍ରତ୍ୟେକ ସପ୍ତାହରେ ପ୍ରାରମ୍ଭିକ ଗୀତ ଓ ପ୍ରାର୍ଥନା ପରେ, ଜୀବନ ଓ ସେବା ସଭାର ଚେୟାରମେନ୍‌ ସଭାରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କର ଆଗ୍ରହ ଓ ଉତ୍ସାହ ବଢ଼ାଇବେ । ଚେୟାରମେନ୍‌ ଏପରି ବିଷୟଗୁଡ଼ିକ ଉପରେ ଜୋର୍‌ ଦେବା ଉଚିତ୍‌, ଯେଉଁଥିରୁ ମଣ୍ଡଳୀକୁ ଅଧିକ ଲାଭ ହେବ ।

  ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

 . ଭାଷଣ: ଦଶ ମିନିଟ୍‌ । ଜୀବନ ଓ ସେବା ସଭା ପୁସ୍ତିକାରେ ଏହି ଭାଗ ପାଇଁ ଗୋଟିଏ ବିଷୟ ଏବଂ ଦୁଇ କିମ୍ବା ତିନୋଟି ମୁଖ୍ୟ କଥାର ଏକ ଆଉଟଲାଇନ୍‌ ଦିଆଯାଇଥାଏ । ଏହି ଭାଷଣ କୌଣସି ପ୍ରାଚୀନ କିମ୍ବା ଯୋଗ୍ୟ ସହାୟକ ସେବକଙ୍କୁ ଦିଆଯିବା ଉଚିତ୍‌ । ଯେବେ ସପ୍ତାହର ବାଇବଲ ପଠନରେ ଏକ ନୂଆ ବହି ଆରମ୍ଭ ହୁଏ, ତେବେ ଏହି ଭାଗର ଆରମ୍ଭରେ ସେହି ବାଇବଲ ବହିର ପରିଚୟ ଦେବା ପାଇଁ ଏକ ଛୋଟ ଭିଡିଓ ପ୍ରଦର୍ଶନ କରାଯିବ । ବକ୍ତା ଚାହିଁଲେ ଭିଡିଓରେ ଥିବା କିଛି କଥା ଯାହା ତାଙ୍କ ଭାଷଣର ବିଷୟ ସହ ଜଡ଼ିତ ତାହା ଉଲ୍ଲେଖ କରିପାରିବେ । କିନ୍ତୁ ସେ ବିଶେଷ କରି ସଭା ପୁସ୍ତିକାରେ ଦିଆଯାଇଥିବା କଥାଗୁଡ଼ିକୁ ନିଜ ଭାଷଣରେ ସାମିଲ୍‌ କରିବା ଉଚିତ୍‌ । ତା’ସହ, ବକ୍ତା ସମୟକୁ ଧ୍ୟାନରେ ରଖି, ଦିଆଯାଇଥିବା ଚିତ୍ରଗୁଡ଼ିକୁ ମଧ୍ୟ ବୁଝାଇବା ଉଚିତ୍‌ । ଏଗୁଡ଼ିକ ଏଥିପାଇଁ ଦିଆଯାଏ, ଯାହାଫଳରେ ଭାଇ ଜଣକ ତଥ୍ୟକୁ ଆହୁରି ଭଲ ଭାବେ ବୁଝାଇପାରିବେ । ସେ ଚାହିଁଲେ ସଭା ପୁସ୍ତିକାରେ ଦିଆଯାଇଥିବା ରେଫରେନ୍‌ସ ଛଡ଼ା ଅନ୍ୟ ପ୍ରକାଶନଗୁଡ଼ିକରୁ ମଧ୍ୟ ତଥ୍ୟ ଦେଇପାରିବେ । କିନ୍ତୁ ସେହି ତଥ୍ୟ ଏହି ଭାଗରେ ଦିଆଯାଇଥିବା ବିଷୟ ଉପରେ ହେବା ଉଚିତ୍‌ ।

 . ବହୁମୂଲ୍ୟ ରତ୍ନ: ଦଶ ମିନିଟ୍‌ । ଏହି ଭାଗର ଆରମ୍ଭରେ ଓ ଶେଷରେ କିଛି ନ କହି ସିଧାସଳଖ ପ୍ରଶ୍ନ-ଉତ୍ତର ଦ୍ୱାରା ଆଲୋଚନା କରାଯିବ । ଏହାକୁ କୌଣସି ପ୍ରାଚୀନ କିମ୍ବା ଯୋଗ୍ୟ ସହାୟକ ସେବକ ଉପସ୍ଥାପନ କରିବେ । ସେ ଏଥିରେ ଥିବା ଦୁଇଟିଯାକ ପ୍ରଶ୍ନ ପଚାରିବା ଉଚିତ୍‌ । ସେ ନିଜେ ଏହା ସ୍ଥିର କରିପାରିବେ ଯେ ପ୍ରଶ୍ନଗୁଡ଼ିକ ସହ ଦିଆଯାଇଥିବା ପଦଗୁଡ଼ିକୁ ପଢ଼ାଯିବ ନା ନାହିଁ । ଏହି ଭାଗରେ ଉତ୍ତର ଦେଉଥିବା ଭାଇଭଉଣୀମାନେ ୩୦ ସେକେଣ୍ଡ କିମ୍ବା ତାʼଠାରୁ କମ୍‌ ସମୟ ମଧ୍ୟରେ ନିଜ ଉତ୍ତର ଦେବା ଉଚିତ୍‌ ।

 . ବାଇବଲ ପଠନ: ଚାରି ମିନିଟ୍‌ । ଏହି ଭାଗ ଜଣେ ଭାଇଙ୍କ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦ୍ୱାରା ଉପସ୍ଥାପନ କରାଯିବା ଉଚିତ୍‌ । ବିଦ୍ୟାର୍ଥୀ ଜଣକ ଏହି ଭାଗର ଆରମ୍ଭରେ ଓ ଶେଷରେ କିଛି କହିବା ଉଚିତ୍‌ ନୁହେଁ । ସେ କେବଳ କୁହାଯାଇଥିବା ପଦଗୁଡ଼ିକୁ ପଢ଼ିବା ଉଚିତ୍‌ । ଏହି ସଭାର ଚେୟାରମେନ୍‌ ବିଶେଷ କରି ବିଦ୍ୟାର୍ଥୀମାନଙ୍କୁ ଠିକ୍‌ ଠିକ୍‌ ପଢ଼ିବା, ଭଲ ଭାବେ ବୁଝିକି ପଢ଼ିବା, ଆରାମରେ ଓ ସହଜରେ ପଢ଼ିବା, ଅର୍ଥ ଉପରେ ଠିକ୍‌ ଭାବେ ଜୋର୍‌ ଦେଇ ପଢ଼ିବା, ସ୍ୱରରେ ପରିବର୍ତ୍ତନ ଆଣିବା, ଠିକ୍‌ ଜାଗାରେ ଅଟକିବା ଓ ସ୍ୱାଭାବିକ ଭାବେ ପଢ଼ିବା ପାଇଁ ସାହାଯ୍ୟ କରିବେ । କିଛି ବାଇବଲ ପଠନ ଛୋଟ ହୋଇଥାଏ ଆଉ କିଛି ଲମ୍ବା ହୋଇଥାଏ । ତେଣୁ ଜୀବନ ଓ ସେବା ସଭାର ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ ଭାଗ ଦେବା ସମୟରେ ସେମାନଙ୍କ ସାମର୍ଥ୍ୟକୁ ଧ୍ୟାନରେ ରଖିବା ଉଚିତ୍‌ ।

 ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

. ପନ୍ଦର ମିନିଟ୍‌ । ସଭାର ଏହି ଭାଗ ସମସ୍ତଙ୍କୁ ପ୍ରଚାର ସେବା ପାଇଁ ପ୍ରସ୍ତୁତି କରିବାର ସୁଯୋଗ ଦେବା ସଙ୍ଗେ ସଙ୍ଗେ କଥାବାର୍ତ୍ତା କରିବାର ଦକ୍ଷତା ଏବଂ ପ୍ରଚାର କରିବା ଓ ଶିଖାଇବାର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ସାହାଯ୍ୟ କରିବ । ଯଦି ଆବଶ୍ୟକ ପଡ଼େ, ତେବେ ପ୍ରାଚୀନମାନଙ୍କୁ ମଧ୍ୟ ବିଦ୍ୟାର୍ଥୀ ଭାଗ ମିଳିପାରେ । ଜୀବନ ଓ ସେବା ସଭା ପୁସ୍ତିକାରେ ବିଦ୍ୟାର୍ଥୀ ଭାଗର ଆଗକୁ ଅଧ୍ୟୟନ ପଏଣ୍ଟ ଦିଆଯାଇଛି ଯାହା ଶିଖାଇବା ବା ଲୋକଙ୍କୁ ପ୍ରେମ କର ପୁସ୍ତିକାରୁ ନିଆଯାଇଛି । ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ସେହି ଅଧ୍ୟୟନ ପଏଣ୍ଟ ଉପରେ କାମ କରିବା ଉଚିତ୍‌ । ବେଳେ ବେଳେ କିଛି ଭାଗକୁ ଆଲୋଚନା କରିବା ପାଇଁ କୁହାଯାଇପାରେ । ଏପରି ଭାଗକୁ କୌଣସି ପ୍ରାଚୀନ କିମ୍ବା ଯୋଗ୍ୟ ସହାୟକ ସେବକଙ୍କୁ ଦିଆଯିବା ଉଚିତ୍‌ ।—ଆଲୋଚନା ଭାଗକୁ କିପରି କରିବା ଉଚିତ୍‌, ସେବିଷୟରେ ଅଧିକ ଜାଣିବା ପାଇଁ  ପାରାଗ୍ରାଫ୍‌ ୧୫ ଦେଖନ୍ତୁ ।

 . କଥାବାର୍ତ୍ତା ଆରମ୍ଭ କରିବା: ଏହି ବିଦ୍ୟାର୍ଥୀ ଭାଗ କୌଣସି ଭାଇ କିମ୍ବା ଭଉଣୀଙ୍କୁ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦିଆଯାଇପାରିବ । ସହାୟକ ଜଣକ ସମାନ ଲିଙ୍ଗର ବ୍ୟକ୍ତି କିମ୍ବା ବିଦ୍ୟାର୍ଥୀଙ୍କ ପରିବାରର ସଦସ୍ୟ ହେବା ଉଚିତ୍‌ । ଭାଗ ଉପସ୍ଥାପନ କରୁଥିବା ବିଦ୍ୟାର୍ଥୀ ଓ ତାଙ୍କ ସହାୟକ ଠିଆ ହୋଇ କିମ୍ବା ବସି ଏହି ଭାଗ ପ୍ରଦର୍ଶନ କରିପାରିବେ ।—ଏହି ଭାଗରେ ବିଦ୍ୟାର୍ଥୀ ଜଣକ କେଉଁ ବିଷୟ ଉପରେ କଥା ହେବେ ଓ କେଉଁ ସେଟିଙ୍ଗ୍‌ ହେବ, ସେବିଷୟରେ ଅଧିକ ଜାଣିବା ପାଇଁ  ପାରାଗ୍ରାଫ୍‌ ୧୨ ୧୩ ଦେଖନ୍ତୁ ।

 . ପୁଣିଥରେ ଭେଟିବା ସମୟରେ: ଏହି ବିଦ୍ୟାର୍ଥୀ ଭାଗ କୌଣସି ଭାଇ କିମ୍ବା ଭଉଣୀଙ୍କୁ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦିଆଯାଇପାରିବ । ସହାୟକ ଜଣକ ସମାନ ଲିଙ୍ଗର ବ୍ୟକ୍ତି ହେବା ଉଚିତ୍‌ । [ରାଜ୍ୟ ସେବା (ହିନ୍ଦୀ) ୫/୯୭ ପୃ ୨] ଭାଗ ଉପସ୍ଥାପନ କରୁଥିବା ବିଦ୍ୟାର୍ଥୀ ଓ ତାଙ୍କ ସହାୟକ ଠିଆ ହୋଇ କିମ୍ବା ବସି ଏହି ଭାଗ ପ୍ରଦର୍ଶନ କରିପାରିବେ । ବିଦ୍ୟାର୍ଥୀ ଜଣକ ପ୍ରଦର୍ଶନ କରି ଦେଖାଇବା ଉଚିତ୍‌ ଯେ ଯେତେବେଳେ ଆମେ ଏପରି ବ୍ୟକ୍ତିଙ୍କୁ ପୁଣିଥରେ ଭେଟିବା ପାଇଁ ଯାଉ, ଯାହାଙ୍କ ସହ ଆମେ ପୂର୍ବେ କଥାବାର୍ତ୍ତା କରିଥିଲୁ, ସେତେବେଳେ ଆମେ କʼଣ କହିବା ଉଚିତ୍‌ ।—ଏହି ଭାଗରେ ବିଦ୍ୟାର୍ଥୀ ଜଣକ କେଉଁ ବିଷୟ ଉପରେ କଥା ହେବେ ଓ କେଉଁ ସେଟିଙ୍ଗ୍‌ ହେବ, ସେବିଷୟରେ ଅଧିକ ଜାଣିବା ପାଇଁ  ପାରାଗ୍ରାଫ୍‌ ୧୨ ୧୩ ଦେଖନ୍ତୁ ।

 . ବାଇବଲ ଅଧ୍ୟୟନ ସମୟରେ: ଏହି ବିଦ୍ୟାର୍ଥୀ ଭାଗ କୌଣସି ଭାଇ କିମ୍ବା ଭଉଣୀଙ୍କୁ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦିଆଯାଇପାରିବ । ସହାୟକ ଜଣକ ସମାନ ଲିଙ୍ଗର ବ୍ୟକ୍ତି ହେବା ଉଚିତ୍‌ । [ରାଜ୍ୟ ସେବା (ହିନ୍ଦୀ) ୫/୯୭ ପୃ ୨] ଭାଗ ଉପସ୍ଥାପନ କରୁଥିବା ବିଦ୍ୟାର୍ଥୀ ଓ ତାଙ୍କ ସହାୟକ ଠିଆ ହୋଇ କିମ୍ବା ବସି ଏହି ଭାଗ ପ୍ରଦର୍ଶନ କରିପାରିବେ । ଏହି ଭାଗକୁ ଏପରି ଭାବେ ପ୍ରଦର୍ଶନ କରାଯିବ, ଯେପରି ଆଗରୁ ବାଇବଲ ଅଧ୍ୟୟନ ଚାଲୁଛି ଏବଂ ଏହା ସେହି ଅଧ୍ୟୟନର ଏକ ଅଂଶ ଅଟେ । ଅଧ୍ୟୟନର ଆରମ୍ଭ ଓ ଶେଷ ଦେଖାଇବା ଜରୁରୀ ନୁହେଁ, ଯେପର୍ଯ୍ୟନ୍ତ ବିଦ୍ୟାର୍ଥୀ ବିଶେଷ କରି ଏସବୁ ଦକ୍ଷତା ଉପରେ କାମ କରୁ ନାହାନ୍ତି । ଦିଆଯାଇଥିବା ସମ୍ପୂର୍ଣ୍ଣ ତଥ୍ୟକୁ ପଢ଼ିବା ଜରୁରୀ ନୁହେଁ, ଯଦିଓ ଏପରି କରାଯାଇପାରେ ।

 ୧୦. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା: ଯେତେବେଳେ ଏହି ଭାଗ ଗୋଟିଏ ଭାଷଣ ଭାବେ ଥାଏ, ତେବେ ଏହି ବିଦ୍ୟାର୍ଥୀ ଭାଗ କୌଣସି ଭାଇଙ୍କୁ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦିଆଯିବା ଉଚିତ୍‌ । ଯେତେବେଳେ ଏହି ଭାଗ ଗୋଟିଏ ପ୍ରଦର୍ଶନ ଭାବେ ଥାଏ, ତେବେ ଏହାକୁ କୌଣସି ଭାଇ କିମ୍ବା ଭଉଣୀଙ୍କୁ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦିଆଯାଇପାରିବ । ସହାୟକ ଜଣକ ସମାନ ଲିଙ୍ଗର ବ୍ୟକ୍ତି କିମ୍ବା ବିଦ୍ୟାର୍ଥୀଙ୍କ ପରିବାରର ସଦସ୍ୟ ହେବା ଉଚିତ୍‌ । ରେଫରେନ୍‌ସରେ ଦିଆଯାଇଥିବା ତଥ୍ୟକୁ ବ୍ୟବହାର କରି ବିଦ୍ୟାର୍ଥୀଙ୍କୁ ବିଷୟ ସହ ଜଡ଼ିତ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଓ ବୁଝିବିଚାରି ଦେବା ଉଚିତ୍‌ । ବିଦ୍ୟାର୍ଥୀ ନିଜ ଭାଗରେ ରେଫରେନ୍‌ସରେ ଦିଆଯାଇଥିବା ପ୍ରକାଶନ ବିଷୟରେ କହିବେ ନା ନାହିଁ, ତାହା ସେ ନିଜେ ସ୍ଥିର କରିପାରିବେ ।

 ୧୧. ଭାଷଣ: ଏହି ବିଦ୍ୟାର୍ଥୀ ଭାଗ କୌଣସି ଭାଇଙ୍କୁ (ସେ ଜଣେ ପ୍ରଚାରକ ହେବା ଜରୁରୀ ନୁହେଁ) ଦିଆଯିବ, ଯିଏ ଏହାକୁ ମଣ୍ଡଳୀ ପାଇଁ ଦିଆଯାଉଥିବା ଭାଷଣ ଭଳି ଉପସ୍ଥାପନ କରିବେ । ଯେତେବେଳେ ଭାଷଣ ଲୋକଙ୍କୁ ପ୍ରେମ କର ପୁସ୍ତିକାର ‘ଆଉ କିଛି ପରାମର୍ଶ—କ’ ଉପରେ ଆଧାରିତ ହୋଇଥାଏ, ତେବେ ବିଦ୍ୟାର୍ଥୀ ଜଣକ ନିଜ ଭାଷଣରେ ଏହା ମନେ ପକାଇ ଦେବା ଉଚିତ୍‌ ଯେ ପ୍ରଚାର ସେବାରେ ପଦ ବା ପଦଗୁଡ଼ିକୁ କିପରି ବ୍ୟବହାର କରାଯାଇପାରିବ । ଉଦାହରଣ ପାଇଁ, ସେ ବୁଝାଇପାରିବେ ଯେ ପଦକୁ କେତେବେଳେ ବ୍ୟବହାର କରାଯାଇପାରିବ, ପଦର ଅର୍ଥ କʼଣ ଏବଂ ତାହା ବ୍ୟବହାର କରି ଲୋକଙ୍କ ସହ କିପରି ତର୍କ କରାଯାଇପାରିବ । ଯଦି ଭାଷଣ ଲୋକଙ୍କୁ ପ୍ରେମ କର ପୁସ୍ତିକାର କୌଣସି ପାଠର ଗୋଟିଏ ପଏଣ୍ଟ ଉପରେ ଆଧାରିତ ହୋଇଥାଏ, ତେବେ ବିଦ୍ୟାର୍ଥୀ ଜଣକ ବିଶେଷ କରି ଏହା ଉଲ୍ଲେଖ କରିବା ଉଚିତ୍‌ ଯେ ଏହି ପଏଣ୍ଟକୁ ପ୍ରଚାର ସେବାରେ କିପରି ବ୍ୟବହାର କରିବା । ଯଦି ଲାଭ ହୁଏ, ତେବେ ସେ ଚାହିଁଲେ ପାଠର ପଏଣ୍ଟ ନଂ. ୧ ରେ ଦିଆଯାଇଥିବା ଉଦାହରଣ ଉପରେ କିମ୍ବା ପାଠରେ ଦିଆଯାଇଥିବା ଅନ୍ୟ କୌଣସି ପଦ ଉପରେ ଧ୍ୟାନ ଆକର୍ଷଣ କରିପାରିବେ ।

   ୧୨. ବିଷୟ: ଏହି ପାରାଗ୍ରାଫ୍‌ ଓ ଆଗକୁ ଥିବା ପାରାଗ୍ରାଫ୍‌ରେ ଯାହା ମଧ୍ୟ ତଥ୍ୟ ଦିଆଯାଇଛି, ସେଗୁଡ଼ିକ “କଥାବାର୍ତ୍ତା ଆରମ୍ଭ କରିବା” ଓ “ପୁଣିଥରେ ଭେଟିବା ସମୟରେ” ଭାଗଗୁଡ଼ିକ ପାଇଁ ଅଟେ । ଯଦି କୌଣସି ନର୍ଦ୍ଦେଶ ଦିଆଯାଇ ନ ଥାଏ, ତେବେ ବିଦ୍ୟାର୍ଥୀଙ୍କ ଲକ୍ଷ ହେଉଛି ଯେ ସେ ଯାହା ସହ କଥାବାର୍ତ୍ତା କରୁଛନ୍ତି, ତାଙ୍କ ଆବଶ୍ୟକତା ଅନୁସାରେ ତାଙ୍କୁ ବାଇବଲରୁ କୌଣସି ସହଜ କଥା କହିବା ଏବଂ ଏପରି କଥାବାର୍ତ୍ତା କରିବା ଯାହାଦ୍ୱାରା ସେ ତାଙ୍କ ସହ ପୁଣିଥରେ ଭେଟିପାରିବେ । ବିଦ୍ୟାର୍ଥୀ ଏପରି ବିଷୟ ବାଛିବା ଉଚିତ୍‌ ଯାହା ସେଠାର ଲୋକଙ୍କ ପାଇଁ ଠିକ୍‌ ଏବଂ ଯେଉଁଥିରେ ସେମାନଙ୍କର ଆଗ୍ରହ ଥିବ । ସେ ନିଷ୍ପତ୍ତି ନେଇପାରିବେ ଯେ ସେ ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ବା ଭିଡିଓର ବ୍ୟବହାର କରିବେ ନା ନାହିଁ । କୌଣସି ଉପସ୍ଥାପନକୁ ମୁଖସ୍ତ କରି କହିବା ପରିବର୍ତ୍ତେ ବିଦ୍ୟାର୍ଥୀମାନେ କଥାବାର୍ତ୍ତା କରିବାର ନିଜ ଦକ୍ଷତା ବଢ଼ାଇବା ପାଇଁ ଅଭ୍ୟାସ କରିବା ଉଚିତ୍‌ । ଯେପରି, ଲୋକଙ୍କ ବିଷୟରେ ଭାବିବା ଓ କଥା କଥାରେ ସାକ୍ଷ୍ୟ ଦେବା ।

   ୧୩. ସେଟିଙ୍ଗ୍‌: ବିଦ୍ୟାର୍ଥୀ ନିଜ ଅଞ୍ଚଳର ପରିସ୍ଥିତି ଅନୁଯାୟୀ ଦିଆଯାଇଥିବା ସେଟିଙ୍ଗ୍‌କୁ ଉପସ୍ଥାପନ କରିବା ଉଚିତ୍‌ । ଉଦାହରଣ ପାଇଁ:

  1.  (୧) ଘର ଘର ପ୍ରଚାର: ଏହି ସେଟିଙ୍ଗ୍‌ରେ ଘର ଘର ଯାଇ ପ୍ରଚାର କରିବା ସାମିଲ୍‌ ଅଛି—ବ୍ୟକ୍ତିଗତ ଭାବେ ହେଉ, ଫୋନ୍‌ କିମ୍ବା ଚିଠି ମାଧ୍ୟମରେ ହେଉ—ଏବଂ ତାʼସହ ଏପରି ବ୍ୟକ୍ତିଙ୍କ ସହ ପୁଣିଥରେ ଭେଟିବା ଯାହାଙ୍କ ସହ ଘର ଘର ପ୍ରଚାରରେ କଥାବାର୍ତ୍ତା ହୋଇଥିଲା ।

  2.  (୨) ସୁଯୋଗ ଦେଖି ସାକ୍ଷ୍ୟ ଦେବା: ଏହି ସେଟିଙ୍ଗ୍‌ରେ ସାଧାରଣ ବିଷୟ ଉପରେ କଥାବାର୍ତ୍ତା ଆରମ୍ଭ କରି ସୁଯୋଗ ଦେଖି କଥା କଥାରେ ସାକ୍ଷ୍ୟ ଦେବା ସାମିଲ୍‌ ଅଛି । ଏଥିରେ କାମ ଜାଗାରେ, ସ୍କୁଲ୍‌ରେ, ସାଇ ପଡ଼ିସାରେ, ବସ୍‌ କିମ୍ବା ଟ୍ରେନ୍‌ ଇତ୍ୟାଦିରେ କିମ୍ବା ନିତିଦିନିଆ କାମ କରିବା ସମୟରେ ବା ଯିବା ଆସିବା ସମୟରେ ଭେଟୁଥିବା ଲୋକଙ୍କୁ ବାଇବଲର ଗୋଟିଏ କଥା କହିବା ସାମିଲ୍‌ ହୋଇପାରେ ।

  3.  (୩) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା: ଏହି ସେଟିଙ୍ଗ୍‌ରେ କାର୍ଟ ଲଗାଇ ସାକ୍ଷ୍ୟ ଦେବା, ବିଜନେସ୍‌ ଜାଗାରେ ଲୋକଙ୍କ ସହ କଥା ହେବା, ରାସ୍ତାରେ, ପାର୍କରେ, ପାର୍କିଙ୍ଗ୍‌ ଜାଗାରେ କିମ୍ବା ଯେଉଁଠାରେ ବି ଲୋକେ ମିଳନ୍ତି ସେଠାରେ ସାକ୍ଷ୍ୟ ଦେବା ସାମିଲ୍‌ ଅଛି ।

 ୧୪. ଭିଡିଓ ଓ ପ୍ରକାଶନଗୁଡ଼ିକର ବ୍ୟବହାର: ପରିସ୍ଥିତିକୁ ଧ୍ୟାନରେ ରଖି ବିଦ୍ୟାର୍ଥୀ ଭିଡିଓ କିମ୍ବା ପ୍ରକାଶନର ବ୍ୟବହାର କରିପାରିବେ । ଯଦି ବିଦ୍ୟାର୍ଥୀଙ୍କୁ ଏପରି ଭାଗ ମିଳେ ଯେଉଁଥିରେ ଭିଡିଓ ଦେଖାଇବାର ଅଛି କିମ୍ବା ସେ ନିଜେ ଗୋଟିଏ ଭିଡିଓ ଦେଖାଇବା ପାଇଁ ଚାହାନ୍ତି, ତେବେ ସେ ଭିଡିଓ ବିଷୟରେ କହିପାରିବେ ଓ ତାʼଉପରେ ଆଲୋଚନା କରିପାରିବେ, କିନ୍ତୁ ତାହା ଚଲାଇବା ଉଚିତ୍‌ ନୁହେଁ ।

  ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

୧୫. ଏହି କାର୍ଯ୍ୟକ୍ରମ ଏକ ଗୀତରୁ ଆରମ୍ଭ ହେବ । ଗୀତ ପରେ ପରବର୍ତ୍ତୀ ୧୫ ମିନିଟ୍‌ ପର୍ଯ୍ୟନ୍ତ ଗୋଟିଏ କିମ୍ବା ଦୁଇଟି ଭାଗ ରହିବ, ଯେଉଁଥିରେ ଆମକୁ ବୁଝାଇ ଦିଆଯିବ ଯେ ଆମେ ଈଶ୍ୱରଙ୍କ ବାକ୍ୟକୁ ନିଜ ଜୀବନରେ କିପରି ଲାଗୁ କରିପାରିବା । ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ, ଏହି ଭାଗଗୁଡ଼ିକୁ କୌଣସି ପ୍ରାଚୀନ କିମ୍ବା ଯୋଗ୍ୟ ସହାୟକ ସେବକଙ୍କ ଦ୍ୱାରା ଉପସ୍ଥାପନ କରାଯିବା ଉଚିତ୍‌ । ‘ମଣ୍ଡଳୀର ଆବଶ୍ୟକତା’ ଭାଗକୁ ସର୍ବଦା ଜଣେ ପ୍ରାଚୀନଙ୍କ ଦ୍ୱାରା ଉପସ୍ଥାପନ କରାଯିବା ଉଚିତ୍‌ । ଯେତେବେଳେ ଏପରି ଭାଗ ଦିଆଯାଏ ଯେଉଁଥିରେ ‘ଆଲୋଚନା’ କରାଯିବା ଉଚିତ୍‌, ତେବେ ଭାଗର ପୂରା ସମୟ ସେଥିରେ ଦିଆଯାଇଥିବା ପ୍ରଶ୍ନଗୁଡ଼କି ବ୍ୟତୀତ ଅନ୍ୟ ପ୍ରଶ୍ନ ମଧ୍ୟ ପଚରାଯାଇପାରେ । ସେ କମ୍‌ ଶବ୍ଦରେ ପରିଚୟ ଦେବା ଉଚିତ୍‌, ଯାହାଫଳରେ ମୁଖ୍ୟ କଥାଗୁଡ଼ିକ ପାଇଁ ଓ ଆଲୋଚନା କରିବା ପାଇଁ ଯଥେଷ୍ଟ ସମୟ ମିଳିବ । ଯଦି ଗୋଟିଏ ଭାଗରେ ସାକ୍ଷାତ୍‌କାର ଥାଏ, ତାହେଲେ ଯଦି ସମ୍ଭବ ଯାହାଙ୍କର ସାକ୍ଷାତ୍‌କାର ନିଆଯିବ ସେ ନିଜ ଜାଗାରେ ନ ବସି, ଷ୍ଟେଜ୍‌ରେ ଯାଇ ସାକ୍ଷାତ୍‌କାର ଦେବା ଉଚିତ୍‌ ।

  ୧୬. ମଣ୍ଡଳୀର ବାଇବଲ ଅଧ୍ୟୟନ: ତିରିଶ ମିନିଟ୍‌ । ଏହି ଭାଗକୁ କୌଣସି ଯୋଗ୍ୟ ପ୍ରାଚୀନଙ୍କୁ ଦିଆଯିବା ଉଚିତ୍‌ । (ଯେଉଁ ମଣ୍ଡଳୀରେ ପ୍ରାଚୀନମାନଙ୍କ ସଂଖ୍ୟା କମ୍‌, ସେଠାରେ ଯୋଗ୍ୟ ସହାୟକ ସେବକମାନଙ୍କୁ ଏହି ଭାଗ ଦିଆଯାଇପାରିବ ।) ପ୍ରାଚୀନମାନଙ୍କ ସମୂହ ଏହା ସ୍ଥିର କରିବ ଯେ କେଉଁ ଭାଇ ମଣ୍ଡଳୀର ବାଇବଲ ଅଧ୍ୟୟନ ଚଲାଇବା ପାଇଁ ଯୋଗ୍ୟ । ଯେଉଁ ଭାଇମାନଙ୍କୁ ଏହି ଦାୟିତ୍ୱ ଦିଆଯାଏ, ସେମାନେ ସଭାକୁ ସଠିକ୍‌ ଭାବେ ଚଲାଇବା ପାଇଁ ଯୋଗ୍ୟ ହେବା ଉଚିତ୍‌, ଯାହାଫଳରେ ଅଧ୍ୟୟନ ସଠିକ୍‌ ସମୟରେ ଶେଷ ହେବ, ବିଶେଷ ପଦଗୁଡ଼ିକ ଉପରେ ଜୋର୍‌ ଦିଆଯିବ ଏବଂ ଶିଖିଥିବା କଥାଗୁଡ଼ିକୁ ଲାଗୁ କରିବାରେ ସମସ୍ତଙ୍କୁ ସାହାଯ୍ୟ ମିଳିବ । ପ୍ରଶ୍ନ ଉତ୍ତର ଭାଗକୁ କିପରି ଚଲାଇବା ତାʼବିଷୟରେ ସଂଗଠନ ଦେଇଥିବା ନିର୍ଦ୍ଦେଶଗୁଡ଼ିକୁ ଦେଖିଲେ ଏହି ଭାଇମାନଙ୍କୁ ଲାଭ ମିଳିବ । (ପ୍ର୨୩.୦୪ ପୃ ୨୩, ବକ୍ସ) ସପ୍ତାହ ପାଇଁ ଦିଆଯାଇଥିବା ତଥ୍ୟ ଉପରେ ଭଲ ଭାବେ ଆଲୋଚନା କରାଯିବା ପରେ ଅଧ୍ୟୟନକୁ ଲମ୍ବେଇବା ଆବଶ୍ୟକ ନୁହେଁ । ଯଦି ସମ୍ଭବ, ଏହି ଭାଗ ଚଲାଇବା ଓ ପଢ଼ିବା ପାଇଁ ଅଲଗା ଅଲଗା ଭାଇମାନଙ୍କୁ ବ୍ୟବହାର କରାଯିବା ଉଚିତ୍‌ । ଯଦି ଚେୟାରମେନ୍‌ ଏହି ଭାଗ ଚଲାଉଥିବା ଭାଇଙ୍କୁ କମ୍‌ ସମୟ ନେବା ପାଇଁ ପରାମର୍ଶ ଦିଅନ୍ତି, ତେବେ ଭାଇ ଜଣକ ଏହା ନିର୍ଣ୍ଣୟ କରିପାରିବେ ଯେ ଭାଗକୁ କମ୍‌ ସମୟରେ ଶେଷ କରିବା ପାଇଁ ତାଙ୍କୁ କʼଣ କରିବାକୁ ହେବ । ସେ ଚାହିଁଲେ କିଛି ପାରାଗ୍ରାଫ୍‌ ନ ପଢ଼ାଯିବା ପାଇଁ ସ୍ଥିର କରିପାରିବେ ।

  ଶେଷ ଟିପ୍ପଣୀ

୧୭. ତିନି ମିନିଟ୍‌ । ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭାର ଚେୟାରମେନ୍‌ ସଂକ୍ଷେପରେ କହିବେ ଯେ ସମ୍ପୂର୍ଣ୍ଣ ସଭାରୁ ଭାଇଭଉଣୀମାନେ କʼଣ କʼଣ ଶିଖିପାରିଲେ । ତାʼ ସହ, ସେ ପରବର୍ତ୍ତୀ ସପ୍ତାହରେ ହେବାକୁ ଯାଉଥିବା ସଭାର ଏକ ଝଲକ ଦେବେ । ଯଦି ସମୟ ମିଳେ, ତେବେ ସେ ଭାଇଭଉଣୀମାନଙ୍କୁ ପରବର୍ତ୍ତୀ ସଭାରେ ହେବାକୁ ଥିବା ସେମାନଙ୍କ ଭାଗ ବିଷୟରେ ମନେ ପକାଇବେ । ଯଦି ଆଉ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ, ତେବେ ଜରୁରୀ ଘୋଷଣା ଓ ଚିଠିଗୁଡ଼ିକୁ ପଢ଼ିବା ପାଇଁ ଏହି ସମୟକୁ ବ୍ୟବହାର କରାଯିବା ଉଚିତ୍‌ । ସାଧାରଣ ତଥ୍ୟ ଯେପରି, ପ୍ରଚାର ସେବାର ବ୍ୟବସ୍ଥା ଓ ସଫେଇ କାମର ସୂଚୀର ଘୋଷଣା ଷ୍ଟେଜ୍‌ରୁ କରାଯିବା ଉଚିତ୍‌ ନୁହେଁ, ବରଂ ନୋଟିସ୍‌ ବୋର୍ଡରେ ଲଗାଯିବା ଉଚିତ୍‌ । ଯଦି ଚିଠିଗୁଡ଼ିକୁ ପଢ଼ିବାରେ ଓ ଘୋଷଣା କରିବାରେ ଅଧିକ ସମୟ ଆବଶ୍ୟକ ହୁଏ, ତେବେ ଚେୟାରମେନ୍‌ ‘ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ’ ରେ ଭାଗ ଉପସ୍ଥାପନ କରୁଥିବା ଭାଇମାନଙ୍କୁ ଅନୁରୋଧ କରିବା ଉଚିତ୍‌ ଯେ ସେମାନେ ନିଜ ଭାଗଗୁଡ଼ିକ ପାଇଁ ନିର୍ଦ୍ଧାରିତ ସମୟଠାରୁ ଟିକିଏ କମ୍‌ ସମୟ ନିଅନ୍ତୁ । ( ପାରାଗ୍ରାଫ୍‌ ୧୬ ୧୯ ଦେଖନ୍ତୁ ।) ତାʼପରେ ଗୀତ ଓ ପ୍ରାର୍ଥନା ସହିତ ସଭାକୁ ସମାପ୍ତ କରାଯିବ ।

  ପ୍ରଶଂସା କରିବା ଓ ପରାମର୍ଶ ଦେବା

୧୮. ପ୍ରତ୍ୟେକ ବିଦ୍ୟାର୍ଥୀ-ଭାଗ ପରେ ଜୀବନ ଓ ସେବା ସଭାର ଚେୟାରମେନ୍‌ ଗୋଟିଏ ମିନିଟ୍‌ ମଧ୍ୟରେ ବିଦ୍ୟାର୍ଥୀଙ୍କର ପ୍ରଶଂସା କରିବେ ଏବଂ ଅଧ୍ୟୟନ ପଏଣ୍ଟ ଆଧାରରେ ପରାମର୍ଶ ଦେବେ । ଚେୟାରମେନ୍‌ ବିଦ୍ୟାର୍ଥୀ-ଭାଗ ପୂର୍ବରୁ ବିଦ୍ୟାର୍ଥୀଙ୍କ ଅଧ୍ୟୟନ ପଏଣ୍ଟ ବା ସେ କେଉଁ ଦକ୍ଷତା ଉପରେ କାମ କରୁଛନ୍ତି, ସେବିଷୟରେ କହିବେ ନାହିଁ । କିନ୍ତୁ ଭାଗ ପରେ ସେ ବିଦ୍ୟାର୍ଥୀଙ୍କ ପ୍ରଶଂସାରେ କିଛି ଶବ୍ଦ କହିବେ ଏବଂ ଜଣାଇବେ ଯେ ବିଦ୍ୟାର୍ଥୀ କେଉଁ ଅଧ୍ୟୟନ ପଏଣ୍ଟ ଉପରେ କାମ କଲେ ଏବଂ ସେ କିପରି ସେହି ଦକ୍ଷତା ଉପରେ ଭଲ ଭାବେ କାମ କଲେ କିମ୍ବା ସେ ପ୍ରେମର ସହ ବୁଝାଇବେ ଯେ ସେହି ଦକ୍ଷତା ଉପରେ ବିଦ୍ୟାର୍ଥୀ କାହିଁକି ଓ କିପରି ଆହୁରି ଧ୍ୟାନ ଦେବା ଉଚିତ୍‌ । ଯଦି ଚେୟାରମେନ୍‌ ଭାବନ୍ତି ଯେ ପ୍ରଦର୍ଶନର ଅନ୍ୟ କଥାଗୁଡ଼ିକରୁ ବିଦ୍ୟାର୍ଥୀ କିମ୍ବା ଶ୍ରୋତାମାନଙ୍କୁ ଲାଭ ହୋଇପାରିବ, ତେବେ ସେ ତାʼ ଉପରେ ମଧ୍ୟ କିଛି ଟିପ୍ପଣୀ ଦେଇପାରିବେ । ଏହା ଛଡ଼ା, ଚେୟାରମେନ୍‌ ତାଙ୍କୁ ସଭା ପରେ ଏକୁଟିଆରେ କିମ୍ବା ଅନ୍ୟ କୌଣସି ସମୟରେ ସେହି ଦକ୍ଷତା କିମ୍ବା ଅନ୍ୟ କୌଣସି ଦକ୍ଷତା ଉପରେ ପରାମର୍ଶ ଦେଇପାରିବେ । ଏହି ପରାମର୍ଶ ଲୋକଙ୍କୁ ପ୍ରେମ କର ପୁସ୍ତିକା, ଶିଖାଇବା ପୁସ୍ତିକା କିମ୍ବା ସେବା ସ୍କୁଲ ବହିରୁ ହେବା ଉଚିତ୍‌ ।—ଜୀବନ ଓ ସେବା ସଭାର ଚେୟାରମେନ୍‌ ଏବଂ ସହାୟକ ପରାମର୍ଶଦାତାଙ୍କ ଭୂମିକା ବିଷୟରେ ଅଧିକ ଜାଣିବା ପାଇଁ  ପାରାଗ୍ରାଫ୍‌ ୧୯,  ୨୪ ୨୫ ଦେଖନ୍ତୁ ।

     ସମୟ

୧୯. ପ୍ରତ୍ୟେକ ଭାଗକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବା ଉଚିତ୍‌ । ଚେୟାରମେନ୍‌ ମଧ୍ୟ ସେତିକି ସମୟ ନେବା ଉଚିତ୍‌, ଯେତିକି ତାଙ୍କୁ ଦିଆଯାଇଥାଏ । ଯଦିଓ ଜୀବନ ଓ ସେବା ସଭା ପୁସ୍ତିକାରେ ପ୍ରତ୍ୟେକ ଭାଗ ପାଇଁ ଗୋଟିଏ ସମୟ ଦିଆଯାଇଛି, ତଥାପି ନିଜ ଭାଗରେ ଯଦି କେହି ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ ତଥ୍ୟ ଦିଅନ୍ତି, ତେବେ ସେ ଦିଆଯାଇଥିବା ସମୟକୁ ପୂରା ବ୍ୟବହାର କରିବା ଉଦ୍ଦେଶ୍ୟରେ ଅଧିକ ତଥ୍ୟ ଦେବା ଉଚିତ୍‌ ନୁହେଁ । ଯଦି କେହି ଅଧିକ ସମୟ ନିଅନ୍ତି, ତେବେ ଜୀବନ ଓ ସେବା ସଭାର ଅଧ୍ୟକ୍ଷ କିମ୍ବା ସହାୟକ ପରାମର୍ଶଦାତା ତାଙ୍କୁ ଏକୁଟିଆରେ ପରାମର୍ଶ ଦେବା ଉଚିତ୍‌ । ( ପାରାଗ୍ରାଫ୍‌ ୨୪ ୨୫ ଦେଖନ୍ତୁ ।) ସମ୍ପୂର୍ଣ୍ଣ ସଭାକୁ ୧ ଘଣ୍ଟା ୪୫ ମିନିଟ୍‌ରେ ସମାପ୍ତ କରାଯିବା ଉଚିତ୍‌, ଯେଉଁଥିରେ ଗୀତ ଓ ପ୍ରାର୍ଥନା ମଧ୍ୟ ସାମିଲ୍‌ ।

 ସର୍କିଟ ଅଧ୍ୟକ୍ଷଙ୍କ ପରିଦର୍ଶନ

୨୦. ଯେତେବେଳେ ମଣ୍ଡଳୀରେ ସର୍କିଟ ଅଧ୍ୟକ୍ଷ ପରିଦର୍ଶନ କରନ୍ତି, ସେତେବେଳେ ଜୀବନ ଓ ସେବା ସଭା ପୁସ୍ତିକାରେ ଦିଆଯାଇଥିବା ସୂଚୀ ଅନୁଯାୟୀ ସଭା ପରିଚାଳିତ ହେବା ଉଚିତ୍‌ । ଏସମୟରେ ତଫାତ୍‌ କେବଳ ଏତିକି ହେବ ଯେ ‘ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ’ ଭାଗରେ ହେଉଥିବା ୩୦ ମିନିଟ୍‌ର ‘ମଣ୍ଡଳୀର ବାଇବଲ ଅଧ୍ୟୟନ’ ହେବ ନାହିଁ । ଏହା ପରିବର୍ତ୍ତେ, ସେସମୟରେ ସର୍କିଟ ଅଧ୍ୟକ୍ଷ ନିଜ ସେବା ଭାଷଣ ଉପସ୍ଥାପନ କରିବେ । ସେବା ଭାଷଣର ପୂର୍ବରୁ ଜୀବନ ଓ ସେବା ସଭାର ଚେୟାରମେନ୍‌, ସଭାରେ ଶିଖିଥିବା କଥାଗୁଡ଼ିକ ଦୋହରାଇବେ ଏବଂ ପରବର୍ତ୍ତୀ ସପ୍ତାହରେ ହେବାକୁ ଯାଉଥିବା ସଭାର ଏକ ଝଲକ ଦେବେ । ଏହା ଛଡ଼ା, ଯଦି ଜରୁରୀ ଘୋଷଣା ଓ ଚିଠିଗୁଡ଼ିକ ଥାଏ, ତେବେ ତାହା ପଢ଼ିବେ । ଏହା ପରେ, ସେ ସର୍କିଟ ଅଧ୍ୟକ୍ଷଙ୍କୁ ଷ୍ଟେଜ୍‌କୁ ନିମନ୍ତ୍ରଣ କରିବେ । ସେବା ଭାଷଣ ପରେ, ସର୍କିଟ ଅଧ୍ୟକ୍ଷ ନିଜ ପସନ୍ଦର ଏକ ଗୀତ ଦ୍ୱାରା ସଭାର ସମାପ୍ତି କରିବେ । ସେ ଚାହିଁଲେ ଅନ୍ୟ ଜଣେ ଭାଇଙ୍କୁ ସମାପ୍ତି ପ୍ରାର୍ଥନା କରିବା ପାଇଁ କହିପାରିବେ । ସର୍କିଟ ଅଧ୍ୟକ୍ଷଙ୍କ ପରିଦର୍ଶନ ସମୟରେ ମଣ୍ଡଳୀର ଭାଷାରେ ଅତିରିକ୍ତ କ୍ଲାସ ପରିଚାଳିତ ହେବ ନାହିଁ । ଯେତେବେଳେ ସର୍କିଟ ଅଧ୍ୟକ୍ଷ କୌଣସି ଭାଷାର ମଣ୍ଡଳୀକୁ ପରିଦର୍ଶନ କରନ୍ତି, ସେତେବେଳେ ସେହି ମଣ୍ଡଳୀର ଏକ ସମୂହ ହୁଏତ ନିଜ ସଭା ଚଲାଇପାରିବ । କିନ୍ତୁ, ସେବା ଭାଷଣ ପାଇଁ ସେହି ସମୂହ ପରିଦର୍ଶନ କରାଯାଉଥିବା ମଣ୍ଡଳୀ ସହିତ ଯୋଗ ଦେବା ଉଚିତ୍‌ ।

 ସମ୍ମିଳନୀ କିମ୍ବା ଅଧିବେଶନର ସପ୍ତାହ ସମୟରେ

୨୧. ସମ୍ମିଳନୀ କିମ୍ବା ଅଧିବେଶନର ସପ୍ତାହ ସମୟରେ ମଣ୍ଡଳୀର କୌଣସି ସଭା ହେବ ନାହିଁ । ସେହି ସପ୍ତାହରେ ହେବାକୁ ଥିବା ସଭାର ତଥ୍ୟକୁ ବ୍ୟକ୍ତିଗତ ଭାବେ କିମ୍ବା ପରିବାରରେ ଅଧ୍ୟୟନ କରିବା ପାଇଁ ମଣ୍ଡଳୀର ଭାଇଭଉଣୀମାନଙ୍କୁ ମନେ ପକାଇ ଦେବା ଉଚିତ୍‌ ।

 ସ୍ମାରକର ସପ୍ତାହ ସମୟରେ

୨୨. ଯଦି ସ୍ମାରକର ଦିନ ସୋମବାରରୁ ଶୁକ୍ରବାର ମଧ୍ୟରେ ପଡ଼େ, ତେବେ ଜୀବନ ଓ ସେବା ସଭା ରଖାଯିବ ନାହିଁ ।

 ଜୀବନ ଓ ସେବା ସଭାର ଅଧ୍ୟକ୍ଷ

୨୩. ପ୍ରାଚୀନମାନଙ୍କ ସମୂହ ଦ୍ୱାରା ନିଯୁକ୍ତ ଜଣେ ପ୍ରାଚୀନ ଜୀବନ ଓ ସେବା ସଭାର ଅଧ୍ୟକ୍ଷ ଭାବେ ସେବା କରିବେ । ସେ ଏହା ପ୍ରତି ଧ୍ୟାନ ଦେବେ ଯେ ସଭାକୁ ବ୍ୟବସ୍ଥିତ ଭାବେ ଏବଂ ଏଠାରେ ଥିବା ନିର୍ଦ୍ଦେଶଗୁଡ଼ିକ ଅନୁଯାୟୀ ପରିଚାଳନା କରାଯିବା ଉଚିତ୍‌ । ସେ ସହାୟକ ପରାମର୍ଶଦାତାଙ୍କ ସହିତ ଭଲ କଥାବାର୍ତ୍ତା କରିବା ଜାରି ରଖିବା ଉଚିତ୍‌ । କୌଣସି ନୂଆ ଜୀବନ ଓ ସେବା ସଭା ପୁସ୍ତିକା ଉପଲବ୍ଧ ହେବାର ତୁରନ୍ତ ପରେ, ଜୀବନ ଓ ସେବା ସଭାର ଅଧ୍ୟକ୍ଷ ସେହି ମାସଗୁଡ଼ିକର ସବୁ ଭାଗଗୁଡ଼ିକର ସେଡ୍ୟୁଲ ତିଆରି କରିବା ଉଚିତ୍‌ । ସେ ନିର୍ଦ୍ଧାରିତ କରିବେ ଯେ ବିଦ୍ୟାର୍ଥୀ ଭାଗ କିଏ ଉପସ୍ଥାପନ କରିବେ । ତାʼଛଡ଼ା, ସେ ଏହା ମଧ୍ୟ ନିର୍ଦ୍ଧାରିତ କରିବେ ଯେ କେଉଁ ଭାଇ ଅନ୍ୟ ଭାଗଗୁଡ଼ିକୁ ଉପସ୍ଥାପନ କରିବେ ଏବଂ କିଏ ସପ୍ତାହର ଚେୟାରମେନ୍‌ ରହିବେ । ଏହି ଭାଗକୁ ଏପରି ଭାଇମାନଙ୍କୁ ଦେବା ଉଚିତ୍‌, ଯେଉଁମାନଙ୍କୁ ପ୍ରାଚୀନମାନଙ୍କ ସମୂହ ମଞ୍ଜୁର କରିଛି । ( ପାରାଗ୍ରାଫ୍‌ ୩-୧୬ ୨୪ ଦେଖନ୍ତୁ ।) ସଭାର ଅଧ୍ୟକ୍ଷଙ୍କୁ ବିଦ୍ୟାର୍ଥୀଙ୍କ ବୟସ, ଅନୁଭୂତି ଓ କʼଣ ବିଦ୍ୟାର୍ଥୀ ଜଣକ ଦିଆଯାଇଥିବା ବିଷୟ ଉପରେ ବିନା ସଙ୍କୋଚରେ କଥା ହୋଇପାରିବେ, ଏସବୁ କଥାଗୁଡ଼ିକୁ ଧ୍ୟାନରେ ରଖି ଭାଗ ଦେବା ଉଚିତ୍‌ । ସମସ୍ତଙ୍କୁ ସେମାନଙ୍କ ଭାଗ ବିଷୟରେ ଅତି କମ୍‌ରେ ତିନି ସପ୍ତାହ ପୂର୍ବରୁ ଜଣାଇଦେବା ଉଚିତ୍‌ । ବିଦ୍ୟାର୍ଥୀମାନଙ୍କୁ ହାମାରି ମସୀହୀ ଜିନ୍ଦଗୀ ଔର୍‌ ସେୱା ସଭା ମେଁ ୱିଦ୍ୟାର୍ଥୀୟୋଁ କେ ଭାଗ (S-89) ଫର୍ମ ଦିଆଯିବା ଉଚିତ୍‌, ଯାହାଫଳରେ ସେମାନଙ୍କୁ ନିଜ ଭାଗ ବିଷୟରେ ଜଣାଥିବ । ଜୀବନ ଓ ସେବା ସଭାର ଅଧ୍ୟକ୍ଷଙ୍କୁ ଏକଥାର ଧ୍ୟାନ ରଖିବା ଉଚିତ୍‌ ଯେ ସମ୍ପୁର୍ଣ୍ଣ ସଭାର ସେଡ୍ୟୁଲ ନୋଟିସ୍‌ ବୋର୍ଡରେ ଲଗାଯାଉ । ପ୍ରାଚୀନମାନଙ୍କ ସମୂହ, ସଭା ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ କୌଣସି ପ୍ରାଚୀନଙ୍କୁ କିମ୍ବା ସହାୟକ ସେବକଙ୍କୁ ନିଯୁକ୍ତ କରିପାରିବେ । କିନ୍ତୁ କେବଳ ଜଣେ ପ୍ରାଚୀନ ହିଁ ଏହା ନିର୍ଦ୍ଧାରିତ କରିପାରିବେ ଯେ ବିଦ୍ୟାର୍ଥୀ ଭାଗକୁ ଛାଡ଼ି ବାକି ଭାଗଗୁଡ଼ିକୁ କେଉଁ ଭାଇମାନଙ୍କୁ ଦିଆଯିବା ଉଚିତ୍‌ ।

    ଜୀବନ ଓ ସେବା ସଭାର ଚେୟାରମେନ୍‌

୨୪. ପ୍ରତି ସପ୍ତାହ ଜଣେ ପ୍ରାଚୀନ, ଜୀବନ ଓ ସେବା ସଭାର ଚେୟାରମେନ୍‌ ରୂପେ ସେବା କରିବେ । (ଯେଉଁ ମଣ୍ଡଳୀରେ ପ୍ରାଚୀନମାନଙ୍କ ସଂଖ୍ୟା କମ୍‌, ସେଠାରେ ଯୋଗ୍ୟ ସହାୟକ ସେବକମାନଙ୍କୁ ଏହି ଭାଗ ଦିଆଯାଇପାରିବ ।) ସେ ସଭାର ପ୍ରାରମ୍ଭିକ ଟିପ୍ପଣୀ ଓ ଶେଷ ଟିପ୍ପଣୀ ପାଇଁ ପ୍ରସ୍ତୁତି କରିବେ । ଭାଇ ଜଣକ ସଭାର ସମସ୍ତ ଭାଗଗୁଡ଼ିକର ଗୋଟେ ପରେ ଗୋଟେ ପରିଚୟ ଦେବେ । ତାʼ ସହ, ଯଦି ପ୍ରାଚୀନମାନଙ୍କ ସଂଖ୍ୟା କମ୍‌, ତେବେ ସେ ସଭାର ଅନ୍ୟ ଭାଗଗୁଡ଼ିକୁ ମଧ୍ୟ ଉପସ୍ଥାପନ କରିବାର ଦାୟିତ୍ୱ ତୁଲାଇପାରିବେ, ବିଶେଷ କରି ସେହି ଭାଗ ଯେଉଁଠି କେବଳ ଭିଡିଓ ଦେଖାଇବାର ଅଛି ଏବଂ କୌଣସି ଆଲୋଚନା କରିବାର ନାହିଁ । ଭାଗଗୁଡ଼ିକର ମଝିରେ ଦିଆଯାଉଥିବା ପରିଚୟ ସଂକ୍ଷେପରେ ହେବା ଉଚିତ୍‌ । ପ୍ରାଚୀନମାନଙ୍କ ସମୂହ ଏହା ସ୍ଥିର କରିବ ଯେ ଚେୟାରମେନ୍‌ଙ୍କ ଦାୟିତ୍ୱ ତୁଲାଇବା ପାଇଁ କେଉଁ ପ୍ରାଚୀନମାନେ ଯୋଗ୍ୟ ଅଟନ୍ତି । ଯୋଗ୍ୟ ପ୍ରାଚୀନମାନଙ୍କୁ ସମୟ ସମୟରେ ଚେୟାରମେନ୍‌ଙ୍କ ଦାୟିତ୍ୱ ଦିଆଯିବ । ମଣ୍ଡଳୀର ପରିସ୍ଥିତି ଅନୁସାରେ ଜୀବନ ଓ ସେବା ସଭାର ଅଧ୍ୟକ୍ଷଙ୍କୁ ଅନ୍ୟ ପ୍ରାଚୀନମାନଙ୍କ ତୁଳନାରେ ଅଧିକ ଥର ଚେୟାରମେନ୍‌ ଭାବେ ବ୍ୟବହାର କରାଯାଇପାରିବ । ଯଦି କୌଣସି ପ୍ରାଚୀନ ‘ମଣ୍ଡଳୀର ବାଇବଲ ଅଧ୍ୟୟନ’ ଚଲାଇବା ପାଇଁ ଯୋଗ୍ୟ ଅଟନ୍ତି, ତେବେ ସେ ଚେୟାରମେନ୍‌ ଭାବେ ମଧ୍ୟ ସେବା କରିପାରିବେ । କିନ୍ତୁ ଧ୍ୟାନରେ ରଖନ୍ତୁ, ଯେଉଁ ପ୍ରାଚୀନ ଭାଇ ଚେୟାରମେନ୍‌ ଭାବେ ସେବା କରନ୍ତି, ସେ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କର ପ୍ରଶଂସା କରିବା ଉଚିତ୍‌ ଏବଂ ଆବଶ୍ୟକ ପଡ଼ିଲେ ପ୍ରେମ ଓ କୋମଳତାର ସହ ପରାମର୍ଶ ଦେବା ଉଚିତ୍‌ । ସଭାକୁ ଠିକ୍‌ ସମୟରେ ସମାପ୍ତ କରିବା ମଧ୍ୟ ଚେୟାରମେନ୍‌ଙ୍କ ଦାୟିତ୍ୱ ଅଟେ । ( ପାରାଗ୍ରାଫ୍‌ ୧୭ ୧୯ ଦେଖନ୍ତୁ ।) ଯଦି ଚେୟାରମେନ୍‌ ଚାହାନ୍ତି ଏବଂ ଷ୍ଟେଜ୍‌ ଉପରେ ଯଥେଷ୍ଟ ଜାଗା ଥାଏ, ତେବେ ଷ୍ଟେଜ୍‌ରେ ଗୋଟେ ଷ୍ଟାଣ୍ଡିଙ୍ଗ୍‌ ମାଇକ୍ରୋଫୋନ୍‌ ରଖାଯାଇପାରିବ । ଫଳରେ ଯେତେବେଳେ ଭାଗ ଉପସ୍ଥାପନ କରୁଥିବା ଭାଇ ଷ୍ଟେଜ୍‌ ଉପରେ ଆସି ନିଜ ମାଇକ୍ରୋଫୋନ୍‌ ପାଖରେ ଠିଆ ହେବେ, ସେତେବେଳେ ଚେୟାରମେନ୍‌ ତାଙ୍କ ଭାଗର ପରିଚୟ ଦେଇପାରିବେ । ଠିକ୍‌ ସେହିପରି, ଚେୟାରମେନ୍‌ ଚାହିଁଲେ ‘ବାଇବଲ ପଠନ’ ସମୟରେ ଏବଂ ‘ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ’ ଭାଗ ଚାଲିଥିବା ସମୟରେ ସେ ଷ୍ଟେଜ୍‌ରେ ଏକ ଟେବୁଲ୍‌ ପାଖରେ ବସିପାରିବେ । ଏପରି କରିବା ଦ୍ୱାରା ସମୟ ବଳିବ ।

   ସହାୟକ ପରାମର୍ଶଦାତା

୨୫. ଯଦି ସମ୍ଭବ, ଏହି ଦାୟିତ୍ୱକୁ ଏପରି ଜଣେ ପ୍ରାଚୀନ ତୁଲାଇଲେ ଭଲ ହେବ, ଯିଏ ଜଣେ ଅନୁଭବୀ ବକ୍ତା ଅଟନ୍ତି । ସହାୟକ ପରାମର୍ଶଦାତାଙ୍କ ଦାୟିତ୍ୱ ହେଉଛି, ଆବଶ୍ୟକ ହେଲେ ପ୍ରାଚୀନ ଓ ସହାୟକ ସେବକମାନଙ୍କୁ ସେମାନେ ଉପସ୍ଥାପନ କରିଥିବା ଭାଗ ପାଇଁ ଏକୁଟିଆରେ ପରାମର୍ଶ ଦେବା । ଯେପରି, ଜୀବନ ଓ ସେବା ସଭାର ଭାଗ, ଜନ ଭାଷଣ, ପ୍ରହରୀଦୁର୍ଗ ଅଧ୍ୟୟନ କିମ୍ବା ମଣ୍ଡଳୀର ବାଇବଲ ଅଧ୍ୟୟନ ଚଲାଇବା କିମ୍ବା ସେଗୁଡ଼ିକରେ ପଢ଼ିବାର ଭାଗ । ( ପାରାଗ୍ରାଫ୍‌ ୧୯ ଦେଖନ୍ତୁ ।) ଯଦି ଗୋଟିଏ ମଣ୍ଡଳୀରେ ଏପରି ଅନେକ ପ୍ରାଚୀନ ଅଛନ୍ତି, ଯେଉଁମାନେ ଦକ୍ଷ ବକ୍ତା ଓ ଶିକ୍ଷକ ଅଟନ୍ତି, ତେବେ ପ୍ରତିବର୍ଷ ସହାୟକ ପରାମର୍ଶଦାତାଙ୍କ ଦାୟିତ୍ୱ ଅଲଗା ଅଲଗା ପ୍ରାଚୀନମାନେ ତୁଲାଇପାରିବେ । ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ଥର ଯେତେବେଳେ ପ୍ରାଚୀନ କିମ୍ବା ସହାୟକ ସେବକ ନିଜ ଭାଗ ଉପସ୍ଥାପନ କରନ୍ତି, ସହାୟକ ପରାମର୍ଶଦାତା ସେମାନଙ୍କୁ ପରାମର୍ଶ ଦେବେ ।

 ଅତିରିକ୍ତ କ୍ଲାସ

୨୬. ମଣ୍ଡଳୀ ବିଦ୍ୟାର୍ଥୀମାନଙ୍କ ସଂଖ୍ୟାକୁ ଧ୍ୟାନରେ ରଖି ବିଦ୍ୟାର୍ଥୀ ଭାଗଗୁଡ଼ିକ ପାଇଁ ଅତିରିକ୍ତ କ୍ଲାସର ବ୍ୟବସ୍ଥା କରିପାରିବ । ପ୍ରତ୍ୟେକ ଅତିରିକ୍ତ କ୍ଲାସ ପାଇଁ ଜଣେ ଯୋଗ୍ୟ ପରାମର୍ଶଦାତା ହେବା ଜରୁରୀ ଏବଂ ଭଲ ହେବ ଯଦି ସେ ପ୍ରାଚୀନ ଅଟନ୍ତି । ଯଦି କୌଣସି ମଣ୍ଡଳୀରେ ଆବଶ୍ୟକ ହୁଏ, ତେବେ ଜଣେ ଯୋଗ୍ୟ ସହାୟକ ସେବକ ଏହି ଦାୟିତ୍ୱକୁ ତୁଲାଇପାରିବେ । ପ୍ରାଚୀନମାନଙ୍କ ସମୂହ ଏହା ସ୍ଥିର କରିବ ଯେ କିଏ ପରାମର୍ଶଦାତାର ଭୂମିକା ତୁଲାଇବା ପାଇଁ ଠିକ୍‌ ହେବେ ଏବଂ ଏହି ଦାୟିତ୍ୱକୁ କେବଳ ଜଣେ ଭାଇ ତୁଲାଇବେ ନା ଅଲଗା ଅଲଗା ଭାଇମାନେ ଜଣେ ପରେ ଜଣେ ତୁଲାଇବେ । ପରାମର୍ଶଦାତା  ପାରାଗ୍ରାଫ୍‌ ୧୮ ରେ ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବା ଉଚିତ୍‌ । ଯଦି ଅତିରିକ୍ତ କ୍ଲାସ ରଖାଯାଏ, ତେବେ ‘ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ’ ଭାଗରେ ଥିବା ‘ବହୁମୂଲ୍ୟ ରତ୍ନ’ ଭାଗ ପରେ ବିଦ୍ୟାର୍ଥୀମାନଙ୍କୁ ଅତିରିକ୍ତ କ୍ଲାସକୁ ଯିବା ପାଇଁ କୁହାଯିବା ଉଚିତ୍‌ । ଆଉ ଶେଷ ବିଦ୍ୟାର୍ଥୀ ଭାଗ ହେବା ପରେ ସେମାନେ ପୁଣି ଆସି ମଣ୍ଡଳୀର ମୁଖ୍ୟ ସଭାରେ ସାମିଲ୍‌ ହେବା ଉଚିତ୍‌ ।

 ଭିଡିଓ

୨୭. କେବଳ ସଭା ପୁସ୍ତିକାରେ ଦିଆଯାଇଥିବା ଭିଡିଓଗୁଡ଼ିକୁ ଏହି ସଭାରେ ବ୍ୟବହାର କରାଯିବ । ସପ୍ତାହ ମଝିରେ ହେଉଥିବା ସଭା ପାଇଁ ଭିଡିଓଗୁଡ଼ିକ JW ଲାଇବ୍ରେରୀ ଆପ୍‌ ଜରିଆରେ ଉପଲବ୍ଧ କରାଯିବ, ଯାହା ଭିନ୍ନ ଭିନ୍ନ ଉପକରଣରେ ଡାଉନଲୋଡ୍‌ କରାଯାଇପାରିବ, ଯେପରି—ସ୍ମାର୍ଟ ଫୋନ୍‌ ଓ ଟାବଲେଟ୍‌ ।

© 2023 Watch Tower Bible and Tract Society of Pennsylvania

S-38-OI 11/23