इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀ ଦେଶ ଭକ୍ତି ସହ ଜଡ଼ିତ ସମାରୋହଗୁଡ଼ିକରେ ଭାଗ କାହିଁକି ନିଅନ୍ତି ନାହିଁ ?

ଯିହୋବାଙ୍କ ସାକ୍ଷୀ ଦେଶ ଭକ୍ତି ସହ ଜଡ଼ିତ ସମାରୋହଗୁଡ଼ିକରେ ଭାଗ କାହିଁକି ନିଅନ୍ତି ନାହିଁ ?

 ଯିହୋବାଙ୍କ ସାକ୍ଷୀ ସରକାରଗୁଡ଼ିକୁ ଓ ତାଙ୍କ ରାଷ୍ଟ୍ରୀୟ ଚିହ୍ନଗୁଡ଼ିକୁ ସମ୍ମାନ କରନ୍ତି । ଆମେ ଏହା ମଧ୍ୟ ଜାଣୁ ଯେ କିଛି ଲୋକ ବୋଧେ ଦେଶ ପ୍ରତି ବିଶ୍ୱସ୍ତ ରହିବାର ଶପଥ ବା ପ୍ରତିଜ୍ଞା ନେବେ, ଜାତୀୟ ପତାକାକୁ ସାଲ୍ୟୁଟ୍‌ କରିବେ କିମ୍ବା ଜାତୀୟ ସଂଗୀତ ଗାଇବେ ।

 କିନ୍ତୁ ଆମେ ଯିହୋବାଙ୍କ ସାକ୍ଷୀ ଏପରି କୌଣସି କାମଗୁଡ଼ିକରେ ଭାଗ ନେଇ ନ ଥାଉ, କାରଣ ଆମେ ଜାଣୁ ଯେ ଏହା ବାଇବଲର ଶିକ୍ଷାଗୁଡ଼ିକର ବିରୁଦ୍ଧରେ ଅଟେ । ଆମେ ଚାହୁଁ ଯେ ଯେପରି ଆମେ ଅନ୍ୟମାନଙ୍କ ନିଷ୍ପତ୍ତିର ସମ୍ମାନ କରିଥାଉ, ସେହିପରି ସେମାନେ ମଧ୍ୟ ଆମ ନିଷ୍ପତ୍ତିର ସମ୍ମାନ କରନ୍ତୁ ।

ଏହି ଲେଖାରେ ଆମେ ଜାଣିବା ଯେ

 ଆମେ ବାଇବଲର କେଉଁ ଶିକ୍ଷାଗୁଡ଼ିକର ଆଧାରରେ ନିଷ୍ପତ୍ତି ନେଉ ?

 ଆମେ ଏହି ମାମଲାରେ ବିଶେଷ କରି ଦୁଇଟି ଶିକ୍ଷାର ଆଧାରରେ ନିଷ୍ପତ୍ତି ନେଉ:

  •   କେବଳ ଈଶ୍ୱରଙ୍କୁ ଆମ ଉପାସନା ପାଇବାର ଅଧିକାର ଅଛି । ବାଇବଲରେ ଲେଖାଅଛି, “ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ ।” (ଲୂକ ୪:୮) କିନ୍ତୁ ରାଷ୍ଟ୍ରୀୟ ପ୍ରତିଜ୍ଞାଗୁଡ଼ିକ ଓ ଜାତୀୟ ସଂଗୀତଗୁଡ଼ିକରେ ପ୍ରାୟ ଏପରି ପ୍ରତିଜ୍ଞାଗୁଡ଼ିକ ସାମିଲ୍‌ ଥାଏ, ଯେଉଁଥିରୁ ଜଣେ ବ୍ୟକ୍ତି ସବୁଠୁ ବେଶି ନିଜ ଦେଶକୁ ପ୍ରେମ କରିବ କିମ୍ବା ତାʼର ଭକ୍ତି କରିବ । ଏହି କାରଣରୁ ଯିହୋବାଙ୍କ ସାକ୍ଷୀ ବିଶ୍ୱାସ କରନ୍ତି ଯେ ଏପରି ଦେଶ ଭକ୍ତିର ସମାରୋହଗୁଡ଼ିକରେ ଭାଗ ନେବା ଭୁଲ ଅଟେ ।

     ଯିହୋବାଙ୍କ ସାକ୍ଷୀ ଏହା ବି ବିଶ୍ୱାସ କରନ୍ତି ଯେ ଜାତୀୟ ପତାକାକୁ ସାଲ୍ୟୁଟ୍‌ କରିବା ଏକ ପ୍ରକାର ଉପାସନା କିମ୍ବା ମୂର୍ତ୍ତିପୂଜା ଅଟେ, ଆଉ ବାଇବଲରେ ମୂର୍ତ୍ତିପୂଜା କରିବା ପାଇଁ ମନା କରାଯାଇଛି । (୧ କରିନ୍ଥୀୟ ୧୦:୧୪) କିଛି ଇତିହାସକାରମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଦେଶର ଜାତୀୟ ପତାକା ଏକ ପ୍ରକାର ଧାର୍ମିକ ଚିହ୍ନ ଅଟେ । ଜଣେ ଇତିହାସକାର କାର୍ଲଟନ୍‌ ଜେ ଏଚ ହେଜ୍‌ ଲେଖିଲେ, “ରାଷ୍ଟ୍ରବାଦ ଏକ ଧର୍ମ ଭଳି ଅଟେ, ଯାହାର ଖାସ ଚିହ୍ନ ଓ ଉପାସନାର ମୁଖ୍ୟ ମାଧ୍ୟମ ଜାତୀୟ ପତାକା ଅଟେ ।” a ଜଣେ ଲେଖକ ଡାନିୟେଲ ପି ମ୍ୟାନିକସ୍‌ ମଧ୍ୟ ଲେଖିଲେ, ‘ପ୍ରାଚୀନ ରୋମରେ ବିଶ୍ୱାସ କରାଯାଉଥିଲା ଯେ ସମ୍ରାଟର ସୁରକ୍ଷା ଏକ ଆତ୍ମା କରୁଛି । ସେସମୟର ଖ୍ରୀଷ୍ଟିୟାନମାନେ ଏହି ଆତ୍ମାକୁ କୌଣସି ବଳିଦାନ ଚଢ଼ାଇବା ପାଇଁ ମନା କରିଦେଇଥିଲେ । ସେମାନଙ୍କ ଏପରି କରିବା ଆଜି ଜାତୀୟ ପତାକାକୁ ସାଲ୍ୟୁଟ୍‌ କରିବା ପାଇଁ ମନା କରିବା ସହ ସମାନ ।’ b

    ଅବଶ୍ୟ ଯିହୋବାଙ୍କ ସାକ୍ଷୀ ଜାତୀୟ ପତାକାକୁ ସାଲ୍ୟୁଟ୍‌ କରନ୍ତି ନାହିଁ, କିନ୍ତୁ ସେମାନେ ତାକୁ ଚିରି କିମ୍ବା ଜଳାଇ କିମ୍ବା ଆଉ କୌଣସି ଉପାୟରେ ତାର ଅସମ୍ମାନ ମଧ୍ୟ କରନ୍ତି ନାହିଁ ଆଉ ନା ଅନ୍ୟ କୌଣସି ରାଷ୍ଟ୍ରୀୟ ଚିହ୍ନର ଅସମ୍ମାନ କରନ୍ତି ।

  •   ସବୁ ମଣିଷ ଈଶ୍ୱରଙ୍କ ଦୃଷ୍ଟିରେ ସମାନ ଅଟନ୍ତି । (ପ୍ରେରିତ ୧୦:୩୪, ୩୫) ବାଇବଲରେ ଲେଖାଅଛି ଯେ ଈଶ୍ୱର “ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି” । (ପ୍ରେରିତ ୧୭:୨୬) ତେଣୁ ଯିହୋବାଙ୍କ ସାକ୍ଷୀ ବିଶ୍ୱାସ କରନ୍ତି ଯେ କୌଣସି ଗୋଟିଏ ଜାତି କିମ୍ବା ରାଷ୍ଟ୍ରର ଲୋକମାନଙ୍କୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ଭାବିବା ଭୁଲ ହେବ । ଆମେ ସବୁ ମନୁଷ୍ୟର ସମ୍ମାନ କରୁ, ଯଦିଓ ସେମାନେ କୌଣସି ଦେଶ କିମ୍ବା କେଉଁଠି ମଧ୍ୟ ରହନ୍ତୁ ନା କାହିଁକି ।—୧ ପିତର ୨:୧୭.

 ଯଦି ଦେଶର ନିୟମ ଯେ ଦେଶ ଭକ୍ତିର ସମାରୋହଗୁଡ଼ିକରେ ଭାଗ ନେବା ଜରୁରୀ ଅଟେ, ତେବେ ଆମେ କʼଣ କରୁ ?

 ଯିହୋବାଙ୍କ ସାକ୍ଷୀ କୌଣସି ସରକାରର ବିରୋଧ କରନ୍ତି ନାହିଁ । ଆମେ ବିଶ୍ୱାସ କରୁ ଯେ ସରକାରଗୁଡ଼ିକ “ଈଶ୍ୱରଙ୍କ ବିଧାନର” ବା ଈଶ୍ୱରଙ୍କ ବ୍ୟବସ୍ଥାର ଭାଗ ଅଟନ୍ତି ଏବଂ ସେ ସେମାନଙ୍କୁ ଅସ୍ତିତ୍ୱରେ ରହିବାକୁ ଦେଇଛନ୍ତି । (ରୋମୀୟ ୧୩:୧-୭) ଆମେ ଏହା ମଧ୍ୟ ବିଶ୍ୱାସ କରୁ ଯେ ଖ୍ରୀଷ୍ଟିୟାନମାନଙ୍କୁ ସରକାରୀ ଅଧିକାରୀମାନଙ୍କ ଆଜ୍ଞା ମାନିବା ଉଚିତ୍‌ ।—ଲୂକ ୨୦:୨୫.

 କିନ୍ତୁ ଯଦି ସରକାର ଏପରି କୌଣସି ନିୟମ ତିଆରି କରେ ଯାହା ଈଶ୍ୱରଙ୍କ ନିୟମର ବିରୁଦ୍ଧରେ ଅଛି, ତେବେ ଆମେ କʼଣ କରୁ ? କିଛି ମାମଲାଗୁଡ଼ିକରେ ଯଦି ସମ୍ଭବ ହୁଏ, ତେବେ ଆମେ ଅଧିକାରୀମାନଙ୍କୁ ଅନୁରୋଧ କରୁ ଯେ ସେମାନେ ସେହି ନିୟମରେ ଟିକେ ପରିବର୍ତ୍ତନ କରନ୍ତୁ । c କିନ୍ତୁ ଯଦି ଏପରି କରିବା ସମ୍ଭବ ହୁଏ ନାହିଁ, ତେବେ ଆମେ ଯିହୋବାଙ୍କ ସାକ୍ଷୀ ଆଦରର ସହ ସେହି ନିୟମକୁ ମାନିବା ପାଇଁ ମନା କରିଦେଉ । ଆମେ ‘ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାର’ ନିଷ୍ପତ୍ତି ନେଉ ।—ପ୍ରେରିତ ୫:୨୯.

 କʼଣ ଏହି ସମାରୋହଗୁଡ଼ିକରେ ଭାଗ ନେବାରୁ ମନା କରି ଯିହୋବାଙ୍କ ସାକ୍ଷୀ ସାମାଜିକ କିମ୍ବା ରାଜନୈତିକ ମାମଲାଗୁଡ଼ିକରେ କାହାରି ପକ୍ଷ ନେଉଥାʼନ୍ତି ?

 ନାହିଁ । ଯିହୋବାଙ୍କ ସାକ୍ଷୀ ସାମାଜିକ କିମ୍ବା ରାଜନୈତିକ ମାମଲାଗୁଡ଼ିକରେ କାହାରି ପକ୍ଷ ନିଅନ୍ତି ନାହିଁ । ଯେବେ ଆମେ ରାଷ୍ଟ୍ରୀୟ ଶପଥ ବା ପ୍ରତିଜ୍ଞା ନେବା ପାଇଁ, ଜାତୀୟ ପତାକାକୁ ସାଲ୍ୟୁଟ୍‌ କରିବା ପାଇଁ କିମ୍ବା ଜାତୀୟ ସଂଗୀତ ଗାଇବା ପାଇଁ ମନା କରୁ, ତେବେ ତାହା ଆମେ ଏଥିପାଇଁ କରି ନ ଥାଉ ଯେ ଆମେ ରାଜନୈତିକ ମାମଲାଗୁଡ଼ିକରେ କିଛି ପରିବର୍ତ୍ତନ ଆଣିବା ପାଇଁ ଚାହୁଁ । ଆମେ କେବଳ ଚାହୁଁ ଯେ ଆମେ ଏହି ମାମଲାଗୁଡ଼ିକରେ ବାଇବଲର ଶିକ୍ଷାଗୁଡ଼ିକୁ ମାନୁ ।