इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀମାନେ ଘର ଘର କାହିଁକି ଯାଆନ୍ତି ?

ଯିହୋବାଙ୍କ ସାକ୍ଷୀମାନେ ଘର ଘର କାହିଁକି ଯାଆନ୍ତି ?

 ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ‘ସମସ୍ତ ଜାତିର ଲୋକଙ୍କୁ . . . ଶିଷ୍ୟ କରିବା’ ପାଇଁ ଆଜ୍ଞା ଦେଇଥିଲେ । (ମାଥିଉ ୨୮:୧୯, ୨୦) ଯେତେବେଳେ ସେ ନିଜ ପ୍ରାରମ୍ଭିକ ଶିଷ୍ୟମାନଙ୍କୁ ସୁସମାଚାର ଶୁଣାଇବା ପାଇଁ ପଠାଇଲେ, ସେ ନିର୍ଦ୍ଦେଶ ଦେଲେ ଯେ ସେମାନେ ଲୋକମାନଙ୍କର ଘରକୁ ଯାଇ ସେମାନଙ୍କୁ ଭେଟନ୍ତୁ । (ମାଥିଉ ୧୦:୭, ୧୧-୧୩) ଯୀଶୁଙ୍କ ମୃତ୍ୟୁ ପରେ, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଉଭୟ “ଜନସାଧାରଣଙ୍କ ସାମନାରେ ଓ ଘରେ ଘରେ” ସେମାନଙ୍କ ବାର୍ତ୍ତା ପ୍ରସାର କରିବା ଜାରି ରଖିଲେ । (ପ୍ରେରିତ ୫:୪୨; ୨୦:୨୦, ଇଜି-ଟୁ-ରିଡ୍‌ ଭର୍ସନ) ସେହି ପ୍ରାରମ୍ଭିକ ଖ୍ରୀଷ୍ଟିୟାନମାନଙ୍କ ରଖାଯାଇଥିବା ଉଦାହରଣକୁ ଆଜି ଆମେ ଅନୁକରଣ କରିଥାଉ । ଆଉ, ଆମେ ଜାଣିପାରିଛୁ ଯେ ଘର ଘର ଯାଇ ଲୋକଙ୍କୁ ଭେଟିବା ସୁସମାଚାର ପ୍ରଚାର କରିବାର ଏକ ଉତ୍ତମ ଉପାୟ ଅଟେ ।