इस जानकारी को छोड़ दें

ବାଇବଲ ବହିଗୁଡ଼ିକର ପରିଚୟ

ଏହି ଛୋଟ ଛୋଟ ଭିଡିଓରେ କୁହାଯାଇଛି ଯେ ବାଇବଲର ପ୍ରତ୍ୟେକ ବହି କେବେ ଓ କେଉଁଠାରେ ଲେଖାଯାଇଥିଲା ଏବଂ ସେଥିରେ କʼଣସବୁ ତଥ୍ୟ ରହିଛି। ଏହି ଭିଡିଓଗୁଡ଼ିକ ସାହାଯ୍ୟରେ ଆପଣ ନିଜ ବାଇବଲ ପଠନ ଓ ଏହାର ଅଧ୍ୟୟନକୁ ଆହୁରି ମଜାଦାର୍‌ କରିପାରିବେ।

ଆଦି ପୁସ୍ତକ ବହିର ପରିଚୟ

ଆଦି ପୁସ୍ତକ ବହିରେ କୁହାଯାଇଛି ଯେ ମାନବଜାତିର କିପରି ସୃଷ୍ଟି ହେଲା ଏବଂ ଦୁଃଖକଷ୍ଟ ଓ ମୃତ୍ୟୁର କିପରି ଆରମ୍ଭ ହେଲା ।

ଯାତ୍ରା ପୁସ୍ତକ ବହିର ପରିଚୟ

ଯିହୋବା ଇସ୍ରାଏଲୀୟମାନଙ୍କୁ ମିଶରର ଦାସତ୍ୱରୁ ଉଦ୍ଧାର କଲେ ଏବଂ ସେମାନଙ୍କୁ ତାହାଙ୍କର ଏକ ସମର୍ପିତ ରାଷ୍ଟ୍ର ଭାବେ ସଂଗଠିତ କଲେ ।

ଲେବୀ ପୁସ୍ତକ ବହିର ପରିଚୟ

ଯିହୋବାଙ୍କ ପବିତ୍ରତା ବିଷୟରେ ଏବଂ ଆମେ କାହିଁକି ପବିତ୍ର ରହିବା ଜରୁରୀ, ସେବିଷୟରେ ଲେବୀ ପୁସ୍ତକ ବହି କʼଣ କହେ ଦେଖନ୍ତୁ ।

ଗଣନା ପୁସ୍ତକ ବହିର ପରିଚୟ

ସବୁ ପରିସ୍ଥିତିରେ ଯିହୋବାଙ୍କ ଆଜ୍ଞା ମାନିବା ଓ ତାହାଙ୍କ ଲୋକମାନଙ୍କୁ ନେତୃତ୍ୱ ନେବା ପାଇଁ ନିଯୁକ୍ତ କରାଯାଇଥିବା ଲୋକଙ୍କୁ ଆଦର ଦେଖାଇବା କେତେ ମହତ୍ତ୍ୱ ପୂର୍ଣ୍ଣ ତାହା ଦେଖନ୍ତୁ ।

ଦ୍ୱିତୀୟ ବିବରଣ ବହିର ପରିଚୟ

ଯିହୋବା ଇସ୍ରାଏଲ ରାଷ୍ଟ୍ରକୁ ଯେଉଁ ନିୟମ ଦେଇଥିଲେ, ସେଥିରୁ ତାଙ୍କ ପ୍ରେମ ଜଣାପଡ଼େ ।

ଯିହୋଶୂୟ ବହିର ପରିଚୟ

ଜାଣନ୍ତୁ ଯେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶକୁ କିପରି ଅଧିକାର କରନ୍ତି ଏବଂ ଜମିକୁ ଗୋଷ୍ଠୀ ମଧ୍ୟରେ କିପରି ବାଣ୍ଟନ୍ତି ।

ବିଚାରକର୍ତ୍ତା ବହିର ପରିଚୟ

ଏହି ବହିରେ ମଜବୁତ୍‌ ବିଶ୍ୱାସ ଦେଖାଇଥିବା ସାହସୀ ବିଚାରକର୍ତ୍ତାମାନଙ୍କ ବିଷୟରେ ଦିଆଯାଇଛି, ତାʼ ଅନୁସାରେ ବହିର ନାମ ମଧ୍ୟ ରଖାଯାଇଛି । ଯିହୋବା ସେମାନଙ୍କ ସାହାଯ୍ୟରେ ଇସ୍ରାଏଲୀୟମାନଙ୍କୁ ଶତ୍ରୁମାନଙ୍କଠାରୁ ରକ୍ଷା କରିଥିଲେ ।

ରୂତ ବହିର ପରିଚୟ

ରୂତ ବହିରେ କୁହାଯାଇଛି ଯେ ଜଣେ ଯୁବା ସ୍ତ୍ରୀ କିପରି ନିଜ ଶାଶୁ ପାଇଁ ସତ୍ୟ ପ୍ରେମ ଦେଖାଇଲେ ଏବଂ ଯିହୋବା କିପରି ଏହି ଦୁଇ ସ୍ତ୍ରୀଙ୍କୁ ଆଶିଷ ଦେଲେ ।

୧ ଶାମୁୟେଲ ବହିର ପରିଚୟ

ଜାଣନ୍ତୁ ଯେ ଇସ୍ରାଏଲର ଇତିହାସରେ କିପରି ବିଚାରକର୍ତ୍ତାମାନଙ୍କ ସମୟ ଶେଷ ହେଲା ଏବଂ ରାଜାମାନଙ୍କ ସମୟ ଆରମ୍ଭ ହେଲା ।

ଏଜ୍ରା ବହିର ପରିଚୟ

ଯିହୋବା ନିଜ ଲୋକମାନଙ୍କୁ ବାବିଲରୁ ମୁକ୍ତ କରିବାର ଏବଂ ଯିରୂଶାଲମରେ ସତ୍ୟ ଉପାସନା ପୁଣିଥରେ ଆରମ୍ଭ କରିବାର ପ୍ରତିଜ୍ଞାକୁ ପୂରା କରନ୍ତି ।

ନିହିମୀୟା ବହିର ପରିଚୟ

ବାଇବଲର ନିହିମୀୟା ବହି ଆଜିର ସତ୍ୟ ଉପାସକମାନଙ୍କୁ ବଢ଼ିଆ ଶିକ୍ଷା ଦେଇଥାଏ ।

ଏଷ୍ଟର ବହିର ପରିଚୟ

ଏଷ୍ଟରଙ୍କ ସମୟରେ ଘଟିଥିବା ଘଟଣା ଆପଣଙ୍କ ବିଶ୍ୱାସକୁ ମଜବୁତ କରିବ ଯେ ଆଜି ବି ଯିହୋବା ଈଶ୍ୱର ନିଜ ଲୋକଙ୍କୁ ପରୀକ୍ଷାରୁ ବାହାର କରିପାରିବେ

ଆୟୁବ ବହିର ପରିଚୟ

ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ଆଗକୁ ଯାଇ ସେମାନଙ୍କର ନିଶ୍ଚୟ ପରୀକ୍ଷା ହେବ । ଆୟୁବଙ୍କ ଘଟଣାରୁ ଆମର ଭରସା ବଢ଼େ ଯେ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହୁ ଓ ତାଙ୍କର ଶାସନ କରିବାର ଅଧିକାରକୁ ସମର୍ଥନ କରୁ ।

ଗୀତସଂହିତା ବହିର ପରିଚୟ

ଗୀତସଂହିତା ବହିରୁ ଜଣାପଡ଼େ ଯେ ଯିହୋବାଙ୍କୁ ହିଁ ସାରା ବିଶ୍ୱ ଉପରେ ଶାସନ କରିବାର ଅଧିକାର ଅଛି । ଯିହୋବା ସେମାନଙ୍କୁ ସାହାଯ୍ୟ କରନ୍ତି ଆଉ ସାନ୍ତ୍ୱନା ଦିଅନ୍ତି ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି । ଏହି ବହିରୁ ଏହା ବି ଜଣାପଡ଼େ ଯେ ଯିହୋବା ନିଜ ରାଜ୍ୟ ଜରିଆରେ ପୃଥିବୀର ପରିସ୍ଥିତିକୁ ବଦଳାଇ ଦେବେ ।

ପ୍ରେରିତ ବହିର ପରିଚୟ

ପ୍ରାରମ୍ଭିକ ଖ୍ରୀଷ୍ଟିୟାନମାନେ ସମସ୍ତ ରାଷ୍ଟ୍ରର ଲୋକମାନଙ୍କୁ ଶିଷ୍ୟ କରିବା ପାଇଁ କଠିନ ପରିଶ୍ରମ କଲେ । ପ୍ରଚାର ସେବା ପାଇଁ ଆପଣଙ୍କ ଆଗ୍ରହ ଓ ଉତ୍ସାହ ବଢ଼ାଇବାରେ ପ୍ରେରିତ ବହି ଆପଣଙ୍କୁ ସାହାଯ୍ୟ କରିବ ।

ରୋମୀୟ ବହିର ପରିଚୟ

ଏଥିରେ ଈଶ୍ୱରଙ୍କ ପ୍ରେରଣାରେ କୁହାଯାଇଛି ଯେ ଯିହୋବା କିପରି ଭେଦଭାବ କରନ୍ତି ନାହିଁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା କେତେ ଜରୁରୀ।

୧ କରିନ୍ଥୀୟ ବହିର ପରିଚୟ

ପାଉଲଙ୍କ ଚିଠିରେ ଏକତା, ନୈତିକ ଶୁଦ୍ଧତା, ପ୍ରେମ ଓ ପୁନରୁତ୍ଥାନ ଉପରେ ବିଶ୍ୱାସ ଭଳି ବିଷୟଗୁଡ଼ିକରେ ଈଶ୍ୱର ପ୍ରେରିତ ପରାମର୍ଶ ସାମିଲ୍‌ ରହିଛି ।

ଗାଲାତୀୟ ବହିର ପରିଚୟ

ଗାଲାତୀୟର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ପାଉଲଙ୍କ ଚିଠିରୁ ଆମେ ଆଜି ମଧ୍ୟ ଲାଭ ପାଇପାରିବା । ସେଥିରେ ଥିବା ଶିକ୍ଷା ଅନୁଯାୟୀ ଚାଲିବା ଦ୍ୱାରା ପ୍ରକୃତ ଖ୍ରୀଷ୍ଟିୟାନମାନେ ବିଶ୍ୱସ୍ତ ରହିପାରିବେ ।

ଏଫିସୀୟ ବହିର ପରିଚୟ

ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଶାନ୍ତି ଓ ଏକତା ଆଣିବେ ।

ଫିଲିପ୍‌ପୀୟ ବହିର ପରିଚୟ

ଯଦି ଆମେ ପରୀକ୍ଷାଗୁଡ଼ିକୁ ସାହସର ସହିତ ସାମନା କରିବା, ତେବେ ଆମେ ଅନ୍ୟମାନଙ୍କୁ ସତ୍ୟରେ ସ୍ଥିର ରହିବା ପାଇଁ ପ୍ରୋତ୍ସାହିତ କରିପାରିବା ।

କଲସୀୟ ବହିର ପରିଚୟ

ଆମେ ଯାହା ଶିଖୁ ତାକୁ ଲାଗୁ କରି, ପରସ୍ପରକୁ ହୃଦୟରୁ କ୍ଷମା କରି ଏବଂ ଯୀଶୁଙ୍କ ପଦ ଓ ଅଧିକାରକୁ ସମ୍ମାନ ଦେଇ ଯିହୋବାଙ୍କୁ ଖୁସି କରିପାରିବା ।

୧ ଥେସଲନୀକୀୟ ବହିର ପରିଚୟ

ଆମେ ଆଧ୍ୟାତ୍ମିକ ଭାବେ ଜାଗ୍ରତ ରହିବା, ‘ସମସ୍ତ ବିଷୟ ପରୀକ୍ଷା କରିବା,’ ‘ନିରନ୍ତର ପ୍ରାର୍ଥନା କରିବା’ ଏବଂ ପରସ୍ପରର ଉତ୍ସାହ ବଢ଼ାଇବା ବହୁତ ଜରୁରୀ ।

୨ ଥେସଲନୀକୀୟ ବହିର ପରିଚୟ

ଯିହୋବାଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ଯେଉଁ ଭୁଲ ଧାରଣା ଥିଲା, ପାଉଲ ତାକୁ ସୁଧାରିଲେ ଏବଂ ଭାଇମାନଙ୍କୁ ବିଶ୍ୱାସରେ ମଜବୁତ୍‌ ହେବା ପାଇଁ ପ୍ରୋତ୍ସାହନ ଦେଲେ ।

୧ ତୀମଥି ବହିର ପରିଚୟ

ପ୍ରେରିତ ପାଉଲ ତୀମଥିଙ୍କୁ ଲେଖିଥିବା ନିଜ ପ୍ରଥମ ଚିଠିରେ ମଣ୍ଡଳୀକୁ ସଂଗଠନର କିଛି ପଦ୍ଧତି ଶିଖାଇଲେ । ସେ ଏହା ମଧ୍ୟ କହିଲେ ଯେ ସେମାନେ ମିଥ୍ୟା ଶିକ୍ଷା ଏବଂ ଧନସମ୍ପତ୍ତିର ଲୋଭଠାରୁ ସତର୍କ ରହନ୍ତୁ ।

୨ ତୀମଥି ବହିର ପରିଚୟ

ପାଉଲ ତୀମଥିଙ୍କୁ ଉତ୍ସାହିତ କରନ୍ତି ଯେ ସେ ନିଜ ସେବା ଭଲ ଭାବେ ପୁରା କରନ୍ତୁ ।

ତୀତସ ବହିର ପରିଚୟ

ତୀତସଙ୍କୁ ଲେଖିଥିବା ପାଉଲଙ୍କ ଚିଠିରେ କ୍ରୀତୀର ମଣ୍ଡଳୀରେ ଥିବା ସମସ୍ୟାଗୁଡ଼ିକ ବିଷୟରେ ଏବଂ ପ୍ରାଚୀନମାନଙ୍କଠାରେ କʼଣ କʼଣ ଯୋଗ୍ୟତା ହେବା ଉଚିତ୍‌, ସେବିଷୟରେ କୁହାଯାଇଛି ।

ଫିଲୀମୋନ ବହିର ପରିଚୟ

ଫିଲୀମୋନଙ୍କୁ ଲେଖାଯାଇଥିବା ଚିଠି ଛୋଟ ହେଲେ ମଧ୍ୟ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଚିଠି ଅଟେ । ଏଥିରେ ନମ୍ରତା, ଦୟା ଓ କ୍ଷମା ବିଷୟରେ ବ୍ୟବହାରିକ ପରାମର୍ଶ ଦିଆଯାଇଛି ।

ଏବ୍ରୀ ବହିର ପରିଚୟ

ମନ୍ଦିର ଓ ପଶୁବଳି ଅପେକ୍ଷା କାହିଁ କେତେ ଅଧିକ ମହାନ ବିଷୟଗୁଡ଼ିକ ଉପରେ ଖ୍ରୀଷ୍ଟିୟାନ ଉପାସନା ଆଧାରିତ ଅଟେ ।

ଯାକୁବ ବହିର ପରିଚୟ

ଖ୍ରୀଷ୍ଟିୟାନମାନେ କିପରି ଜୀବନଯାପନ କରିବା ଉଚିତ୍‌, ତାହା ଶିଖାଇବା ପାଇଁ ଯାକୁବ ଜୀବନ୍ତ ଦୃଷ୍ଟାନ୍ତଗୁଡ଼ିକର ବ୍ୟବହାର କଲେ ।

୧ ପିତର ବହିର ପରିଚୟ

ଈଶ୍ୱରଙ୍କ ସେବାରେ ସକ୍ରିୟ ରହିବା ଏବଂ ନିଜ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଇବା ପାଇଁ ପିତରଙ୍କ ପ୍ରଥମ ଚିଠି ଆମକୁ ଉତ୍ସାହିତ କରେ ।

୨ ପିତର ବହିର ପରିଚୟ

ଆମେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀକୁ ଅପେକ୍ଷା କରିବା ସମୟରେ ଈଶ୍ୱରଙ୍କ ବିଶ୍ୱସ୍ତ ରହିବା ପାଇଁ ପିତରଙ୍କ ଦ୍ୱିତୀୟ ଚିଠି ଆମକୁ ପ୍ରୋତ୍ସାହନ ଦିଏ ।

୧ ଯୋହନ ବହିର ପରିଚୟ

ଯୋହନ ଆମକୁ ଖ୍ରୀଷ୍ଟଙ୍କ ବିରୋଧିମାନଙ୍କଠାରୁ ସତର୍କ କରାନ୍ତି ଏବଂ ଜାଣିବାକୁ ସାହାଯ୍ୟ କରନ୍ତି ଯେ ଆମେ କେଉଁ ବିଷୟକୁ ପ୍ରେମ କରିବା ଉଚିତ୍‌ ଏବଂ କେଉଁଟିକୁ ନୁହେଁ ।

୨ ଯୋହନ ବହିର ପରିଚୟ

ଯୋହନଙ୍କ ଦ୍ୱିତୀୟ ଚିଠି ଆମକୁ ମନେପକାଇ ଦିଏ ଯେ ସତ୍ୟର ପଥରେ ଚାଲିବା ଏବଂ ଭଣ୍ଡ ଶିକ୍ଷକମାନଙ୍କଠାରୁ ଦୂରେଇ ରହିବା କେତେ ଜରୁରୀ ।

୩ ଯୋହନ ବହିର ପରିଚୟ

ଖ୍ରୀଷ୍ଟିୟାନମାନେ କିପରି ଅତିଥି ସତ୍କାର କରିବା ଉଚିତ୍‌, ସେବିଷୟରେ ଯୋହନଙ୍କ ତୃତୀୟ ଚିଠି ଏକ ବଢ଼ିଆ ଶିକ୍ଷା ଦିଏ ।

ଯିହୂଦା ବହିର ପରିଚୟ

ଯିହୂଦା ମଣ୍ଡଳୀରେ ମିଥ୍ୟା ଶିକ୍ଷା ଓ ଖରାପ କାମଗୁଡ଼ିକୁ ପ୍ରୋତ୍ସାହନ ଦେଉଥିବା ଲୋକମାନଙ୍କଠାରୁ ଦୂରେଇ ରହିବାକୁ ଖ୍ରୀଷ୍ଟିୟାନମାନଙ୍କୁ ସତର୍କ କରାନ୍ତି ।

ପ୍ରକାଶିତ ବାକ୍ୟ ବହିର ପରିଚୟ

ପ୍ରକାଶିତ ବାକ୍ୟ ବହିରେ ଥିବା ଦର୍ଶନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ କିପରି ମଣିଷ ଓ ପୃଥିବୀ ପାଇଁ ତାହାଙ୍କ ଉଦ୍ଦେଶ୍ୟକୁ ପୂରଣ କରିବ ।

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

ବହି ଓ ପୁସ୍ତିକା

ବାଇବଲ—ଏହାର ବାର୍ତ୍ତା କʼଣ ?

ବାଇବଲର ମୂଳ ବାର୍ତ୍ତା କʼଣ ଅଟେ ?