इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀଙ୍କୁ ଏହି ନାମ କିପରି ଦିଆଗଲା ?

ଯିହୋବାଙ୍କ ସାକ୍ଷୀଙ୍କୁ ଏହି ନାମ କିପରି ଦିଆଗଲା ?

 ଯିହୋବା, ଈଶ୍ୱରଙ୍କ ନାମ ଅଟେ ଏବଂ ଏହି ନାମ ବାଇବଲରେ ଦିଆଯାଇଛି । (ଯାତ୍ରା ପୁସ୍ତକ ୬:୩; ଗୀତସଂହିତା ୮୩:୧୮, NIBV) ଜଣେ ସାକ୍ଷୀ ତାକୁ କୁହାଯାଏ ଯିଏ ସେହି ଚିନ୍ତାଧାରା କିମ୍ବା ସତ୍ୟଗୁଡ଼ିକର ଘୋଷଣା କରେ, ଯାହା ଉପରେ ସେ ପୂରା ବିଶ୍ୱାସ କରେ ।

 ତେଣୁ ‘ଯିହୋବାଙ୍କ ସାକ୍ଷୀ’ ଏହି ନାମରୁ ଜଣାପଡ଼େ ଯେ ଆମେ ଏପରି ଏକ ଖ୍ରୀଷ୍ଟିୟାନ ସମୂହ, ଯେଉଁମାନେ ଯିହୋବାଙ୍କ ବିଷୟରେ ସତ୍ୟର ଘୋଷଣା କରିଥାଉ ଯିଏ ସବୁକିଛି ସୃଷ୍ଟି କରିଛନ୍ତି । (ପ୍ରକାଶିତ ବାକ୍ୟ ୪:୧୧) ଆମେ ଯିହୋବାଙ୍କ ବିଷୟରେ ସାକ୍ଷ୍ୟ କିପରି ଦେଉ ? ନିଜ ଜୀବନଶୈଳୀରୁ ଏବଂ ଅନ୍ୟମାନଙ୍କୁ ବାଇବଲରୁ ଶିଖିଥିବା କଥା କହି ।—ଯିଶାଇୟ ୪୩:୧୦-୧୨; ୧ ପିତର ୨:୧୨